ବନ୍ଧୁଗଣ କିଡ୍ନି ଆମ ଶରୀରର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ । ଯେତେବେଳ ଆମ ହାର୍ଟ ଆମ ଶରୀରର ରକ୍ତକୁ ପମ୍ପ କରିଥାଏ ସେତେବେଳେ ୨୦ ପ୍ରତିଶତ ରକ୍ତ ଆମ କିଡ୍ନିକୁ ଯାଇଥାଏ ଏହା ପରେ କିଡ୍ନି ସେହି ବ୍ଲଡ଼କୁ ଫିଲ୍ଟର କରିବାର କାମ କରିଥାଏ । ଫିଲ୍ଟର ଦ୍ଵାରା ଯେଉଁ ସବୁ ଅପଦାର୍ଥ ଗୁଡିକ ଆମ ଶରୀରରେ ଥାଏ ତାକୁ କିଡ୍ନି ୟୁରିନ ଦ୍ଵାରା ଆମ ଶରୀରରୁ ବାହାର କରିଥାଏ । ହେଲେ ଯଦି କିଡ୍ନି କାମ କରିବ ନାହିଁ ସେତେବେଳେ ଆମ ଶରୀରରେ ଟକସିନ ଓ ବିଷକ୍ତ ପଦାର୍ଥ ରହିଯାଇଥାଏ ଯାହାଫଳରେ ଅନେକ ରୋଗ ଶରୀରରେ ହୋଇଥାଏ ।
ଯଦି କିଡ୍ନି ଖରାପ ହୋଇଯିବ ତା ହେଲେ ମଣିଷର ବଞ୍ଚିବା ବହୁତ କଷ୍ଟକର ହୋଇଯିବ । ବନ୍ଧୁଗଣ ଯଦି କିଡ୍ନି ଖରାପ ହେବାର ବିଷୟରେ ଆଗରୁ ଲୋକ ଜାଣି ପାରିବେ ତା ହେଲେ ଔଷଧର ସେବନ ଦ୍ଵାରା କିଡ୍ନିକୁ ଠିକ କରାଯାଇ ପାରିବ । କିଡ୍ନି ଖରାପ ହେବା ଦ୍ଵାରା କିଛି ସଙ୍କେତ ମିଳିଥାଏ ଯାହା ଜାଣିବା ଦ୍ଵାରା ଆପଣ ନିଜ କିଡ୍ନିକୁ ଠିକ କରିପାରିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ବିଶେଷ ସଙ୍କେତ ଗୁଡିକ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସଙ୍କେତ ଗୁଡିକ ବିଷୟରେ ।
୧. ବନ୍ଧୁଗଣ ଯଦି ଆପଣଙ୍କ କିଡ୍ନି ଖରାପ ହେବ ତା ହେଲେ ଆପଣଙ୍କୁ କ୍ଳାନ୍ତପଣ ବା ଥକାପଣ ଅନୁଭବ ହେବ । ଯଦି ଆପଣ ସଠିକ ନିଦ୍ରା ନେଉଛନ୍ତି ହେଲେ ବି ଆପଣଙ୍କୁ କ୍ଳାନ୍ତ ଅନୁଭବ ହେଉଛି ତା ହେଲେ ଆପଣଙ୍କ କିଡ୍ନି ଖରାପ ହେବାର ସମ୍ଭାବନା ଅଛି ।
୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସଙ୍କେତ ହେଉଛି ଅଧିକ ବିରକ୍ତ ଲାଗିବା । ଯଦି ଆପଣଙ୍କୁ ଛୋଟ ଛୋଟ କଥାରେ ଚିଡି ଚିଡା ବା ବିରକ୍ତ ଲାଗୁଛି ତା ହେଲେ ଆପଣଙ୍କ କିଡ୍ନି ଖରାପ ହେବାର ସମ୍ଭାବନା ରହିଛି । କିଡ୍ନି କାମ ନକଲେ ଆମ ରକ୍ତ ବିଶୁଦ୍ଧ ହୋଇଯିବ ଓ ଆମ ରକ୍ତକୁ ଠିକ ଭାବରେ ଅମ୍ଳଜାନ ପହଞ୍ଚିବ ନାହିଁ । ଏହି ସବୁ କାରଣ ପାଇଁ ଆମକୁ ବିରକ୍ତ ଲାଗିବ ।
୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସଙ୍କେତରେ ଅଛି ଅଣ୍ଟା ବିନ୍ଧା । କିଡ୍ନି ଖରାପ ହେବାର ଏହା ହେଉଛି ଏକ ମୁଖ୍ୟ ସଙ୍କେତ ଏହା ଅଧିକାଂଶ ଲୋକଙ୍କ ମଧ୍ୟରେ ଦେଖା ଦେଇଥାଏ । ଯଦି ଆପଣଙ୍କର ଅଣ୍ଟା ବିନ୍ଧା ଅଧିକ ମାତ୍ରାରେ ହେଉଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୪. ଯଦି ଆପଣଙ୍କର ବାରମ୍ବାର ବାନ୍ତି ହେଉଛି ଓ ଭୋକ ଲାଗୁ ନାହିଁ ତା ହେଲେ ଏହା ଆପଣଙ୍କର କିଡ୍ନି ଖରାପ ହେବାର ସଙ୍କେତ ହୋଇପାରେ । ରକ୍ତ ଶୁଦ୍ଧ ନହେବାରୁ ଆପଣଙ୍କ ଶରୀରରେ ବିଶୁଦ୍ଧ ପଦାର୍ଥ ରହିଯାଇଥାଏ ଯାହାଫଳରେ ଆପଣଙ୍କ ପେଟ ଖରାପ ରୁହେ ଓ ବାନ୍ତି ଲାଗେ । ଏହା ସହିତ ମଣିଷକୁ ଭୋକ ମଧ୍ୟ ଲାଗେ ନାହିଁ ।
ତେଣୁ ବନ୍ଧୁଗଣ ଯଦି ଏହି ସବୁ ସଙ୍କେତ ଆପଣ ମାନଙ୍କୁ ଦେଖା ଯାଉଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।