ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପାଞ୍ଚଟି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ । ସମୟ ଥାଉ ଥାଉ ଆପଣ ମାନେ ଏହି ଚାରୋଟି ଅଭ୍ୟାସକୁ ତ୍ୟାଗ କରନ୍ତୁ ନଚେତ ଏହି ଅଭ୍ୟାସ ଆପଣଙ୍କୁ ଆଗାମୀ ସମୟରେ ଏତେ ଅସୁବିଧାରେ ପକେଇବ ଯେ, ଆପଣ କଳ୍ପନା ବି କରିପାରିବେ ନାହିଁ । ମଣିଷର କର୍ମ, ମଣିଷର ଅଭ୍ୟାସ ଓ ମଣିଷର ଚାଲି ଚଳନ ଯଦି ଠିକ ରୁହେ ତାକୁ ଗୋଟେ ସୁପୁରୁଷରେ ପରିଣତ କରେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଚାରୋଟି ଖରାପ ଅଭ୍ୟାସ ବିଷୟରେ ।
୧. ବନ୍ଧୁଗଣ ଗୋଟେ ମଣିଷକୁ ଯେତେବେଳେ ସାମାନ୍ୟ ସଫଳତା ପ୍ରାପ୍ତ ହୋଇଯାଏ ତାକୁ ଲାଗେ ସଂପୂର୍ଣ୍ଣ ବିଶ୍ଵ ତାର ହାତ ମୁଠାରେ ଅଛି । ତାକୁ ସମସ୍ତେ ଛୋଟ ଲାଗନ୍ତି ଆଉ ସେହି ସମୟରେ ସେ ସମସ୍ତଙ୍କୁ ଉପହାସ କରେ ପରିହାସ କରେ ଛୋଟ ବୋଲି ଭାବେ । ହେଲେ ସେ ଜାଣି ପାରେ ନାହିଁ ଯେ ଆଜି ତାର ସମୟ ଅଛି ତ କାଲି ଆଉ କାହାର ଥିବ ଏଠି କିଛି ଚିରସ୍ଥାୟୀ ନୁହେଁ ।
୨. ବନ୍ଧୁଗଣ ମଣିଷର ପରମ ଶତ୍ରୁ ହେଉଛି ଅହଙ୍କାର । ମଣିଷ ଜାଣି ପାରେ ନାହିଁ ଆତ୍ମ ସ୍ଵାଭିମାନ କଣ ଆଉ ଅହଙ୍କାର କଣ । ଆତ୍ମ ସ୍ଵାଭିମାନ ଆଉ ଅହଙ୍କାର ମଧ୍ୟରେ ବହୁତ ଛୋଟ ପାର୍ଥକ୍ୟ ଅଛି । ଆତ୍ମ ସ୍ଵାଭିମାନ ହେଉଛି ନିଜ ପ୍ରତି ସଜକ ରହିବା ହେଲେ ଅହଙ୍କାର ହେଉଛି ସମସ୍ତଙ୍କୁ ଛୋଟ ଭାବିବା । ଠିକ ଯେମିତି ଲୁହାରେ କଳଙ୍କି ଲାଗେ ଠିକ ସେହି ଭଳି ଅହଙ୍କାର ଆମ ମନ ମସ୍ତିସ୍କରେ କଳଙ୍କି ଲଗାଇ ଥାଏ । ତେଣୁ ବନ୍ଧୁଗଣ କେବେ ହେଲେ ଅହଙ୍କାର କରନ୍ତୁ ନାହିଁ ।
୩. ବନ୍ଧୁଗଣ ଏହି ଦୁନିଆରେ ଯେତେ ବଡ ମଣିଷ ହେଉ ନା କାହିଁକି ପ୍ରତ୍ୟକ ମଣିଷଙ୍କ କିଛି ନା କିଛି ଦୁର୍ବଳତା ନିଶ୍ଚୟ ରହିଥାଏ । ତେବେ ନିଜର ଦୁର୍ବଳତାକୁ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ଆମେ ଅନ୍ୟ ଆଗରେ ନିଜ ଦୁର୍ବଳତା ବିଷୟରେ କହିଲେ ଆମ ମନ ହାଲୁକା ହୋଇଯାଏ ହେଲେ ସେହି ଦୁର୍ବଳତା ଦିନେ ଆମ ଇଜ୍ଜର, ମାନ ସମ୍ମାନ ଉପରେ କଳଙ୍କ ଲଗାଇ ଥାଏ । ତେଣୁ ବନ୍ଧୁଗଣ କେବେ ହେଲେ କାହାକୁ ନିଜ ଦୁର୍ବଳତା ବିଷୟରେ କୁହନ୍ତୁ ନାହିଁ ।
୫. ବନ୍ଧୁଗଣ ନିଜ ଜୀବନରେ ଥିବା ସତ୍ୟକୁ ସାମ୍ନା କରିବା ଉଚିତ । ଯେତେବେଳେ ଜୀବନର ମୁଖ୍ୟ ସତ୍ୟ ଆମ ସାମ୍ନାକୁ ଆସେ ଆମେ ମୁହଁ ବୁଲାଇ ଥାଉ ହେଲେ ପରେ ଆମେ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହୋଇଥାଉ । ଯଦି ଆମେ ଏବେ ଏହି ସତ୍ୟର ସାମ୍ନା ନକରିବା ତା ହେଲେ ଆଗକୁ ନିଶ୍ଚୟ କରିବାକୁ ପଡିବ ହେଲେ ସେତେବେଳେ ଆପଣ କୌଣସି ସମାଧାନ କରିପାରିବେ ନାହିଁ । ମଣିଷ ଜୀବନର ସବୁଠାରୁ ବଡ ସତ୍ୟ ହେଉଛି ମୃତ୍ୟୁ । ତେଣୁ ବନ୍ଧୁଗଣ ଏହି ଦୁନିଆରେ ଯେତେ ଦିନ ବି ବଞ୍ଚୁ ଛନ୍ତି ଖୁସି ଓ ଆନନ୍ଦର ସହ ବଞ୍ଚିବା ଉଚିତ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ