ବନ୍ଧୁଗଣ ଆପଣ ମାନଙ୍କୁ ବୁଦ୍ଧିଆ ସିଂହ ନାଁ ତ ମନ ହିଁ ଥିବ । ୨୦୦୬ ମସିହାରେ ମାତ୍ର ୪ ବର୍ଷ ବୟସରେ ଭୁବନେଶ୍ଵରରୁ ପୁରୀ ମଧ୍ୟରେ ଥିବା ୬୫ କିଲୋମିଟର ରେଶକୁ ପୂରଣ କରି ସମସ୍ତ ସ୍ଥାନରେ ବୁଦ୍ଧିଆ ଚର୍ଚ୍ଚାକୁ ଆସିଯାଇଥିଲେ । ସେତେବେଳେ କୁହାଯାଉଥିଲା ବୁଦ୍ଧିଆ ମିଲଖା ସିଂହଙ୍କ ଭଳି ଦେଶର ନାମ ଉଚ୍ଚ କରିବେ ଓ ଅନେକ ମେଡାଲ ଆଣିବେ । ହେଲେ ବନ୍ଧୁଗଣ ଏତେ ଚର୍ଚ୍ଚାରେ ରହିଥିବା ବୁଦ୍ଧିଆ ଆଜି କେଉଁଠି ଅଛନ୍ତି ଓ କଣ କରୁଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ହିନ୍ଦୁସ୍ଥାନ ଟାଇମସର ଖବର ଅନୁସାରେ, ବୁଦ୍ଧିଆ ସିଂହ ଏବେ ଖେଳରୁ ଦୂରେଇ ଯାଇଛନ୍ତି । ଭୁବନେଶ୍ଵରର ଭରତପୁର ରେ ତାଙ୍କ ବିଧବା ମା ଓ ଦୁଇଟି ଭଉଣୀ ଏକ ଛୋଟ ଘରେ ରହୁଛନ୍ତି । ଦୀର୍ଘ ଅନେକ ବର୍ଷ ହେବ ବୁଦ୍ଧିଆଙ୍କୁ କେହି ବି ଦୌଡୁ ଥିବାର ଦେଖି ନାହାନ୍ତି ।
ତାଙ୍କ ପରିବାର ଲୋକଙ୍କ କହିବା ମୁତାବକ, ସମସ୍ତ ଲୋକ ବୁଦ୍ଧିଆଙ୍କୁ ଧୋକା ଦେଇଛନ୍ତି । ବୁଦ୍ଧିଆଙ୍କ ବଡ ଭଉଣୀ ରଶ୍ମୀ ଗଣମଧ୍ୟମ ସାମ୍ନାରେ ଏହା ବିଷୟରେ କହିଛନ୍ତି । ରଶ୍ମୀଙ୍କ କହିବା ଅନୁସାରେ-‘ମୋ ଭାଇ ଗ୍ରାଜୁଏସନ କରିବା ପାଇଁ ଦିଲ୍ଲୀରେ ଅଛି । ତାର କୋଚ ବିରାଞ୍ଚି ଦାସଙ୍କ ସହ ଓଡିଶା ସରକାର ସମସ୍ତେ ତା ସହ ଖରାପ ବ୍ୟବହାର କରିଛନ୍ତି । ସେଥିପାଇଁ ସେ ଏଠି ରହିବାକୁ ଚାହୁଁନି’ ।
ଆଗକୁ ସେ କହିଛନ୍ତି-‘ସେ ଏକ ବଡ ମାରାଥୋନ ଧାବକ ହୋଇପାରିଥାନ୍ତା ହେଲେ କେବଳ ତାର ବ୍ୟବହାର କରାଗଲା ଓ ପରେ ତାକୁ ଭୁଲା ଦିଆଗଲା । ସରକାର ତାକୁ ସାହାର୍ଯ୍ୟ କରିବା ପାଇଁ ପ୍ରମିସ କରିଥିଲେ ହେଲେ ତାକୁ ଗୋଟେ ଭଲ ଘର ମିଳି ପାରିଲା ନାହିଁ । ଆମେ ଭଡା ଘରେ ରହୁଛୁ ଆଉ ଏହି ଘରେ କେହି ବି ରହିପାରିବେ ନାହିଁ’ । ବନ୍ଧୁଗଣ ରଶ୍ମୀ ଓ ତାଙ୍କ ମା ସୁକାନ୍ତି ଏକ ଇଞ୍ଜିନିୟରିଂ କଲେଜରେ କାମ କରୁଛନ୍ତି । ବୁଦ୍ଧିଆ ସିଂହ କିଛି ମାସ ତଳେ ଘରକୁ ଆସିଥିଲା ।
ବୁଦ୍ଧିଆ ଫୋନ ଜରିଆରେ କହିଛନ୍ତି-‘ଆପଣ କଣ ମୋର ଅତୀତ ବିଷୟରେ କଥା ହେବାକୁ ଚେଷ୍ଟା କରୁଛନ୍ତି । ମୁ ଏ ବିଷୟରେ କୌଣସି କଥା ହେବାକୁ ଚାହୁଁନି । ମୁ ସବୁ ଭୁଲି ଯାଇଛି’ । ସେ ନିଜ ପାଠ ପଢା ଓ କଣ କରିବାକୁ ଚାହୁଁଛି ତାହା ବିଷୟରେ ବି କହିବା ପାଇଁ ମନା କରିଦେଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।