ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ କରିଥିବା ବିଶ୍ଵର ପ୍ରଥମ ଦେଶ କେଉଁଟି ? General knowledge

ବନ୍ଧୁଗଣ ଜ୍ଞାନର ଆବଶ୍ୟକତା ସବୁ କ୍ଷେତ୍ରରେ ଦରକାର ପଡିଥାଏ । ତେଣୁ ଯେଉଁ ବ୍ୟକ୍ତିର ସବୁଥିରୁ କିଛି କିଛି ଜ୍ଞାନ ରହିଥାଏ । ସେହି ବ୍ୟକ୍ତିକୁ ବିଶେଷତଃ କୌଣସି ସ୍ଥାନରେ ଅଧିକ କିଛି ସମସ୍ଯାର ସାମ୍ନା କରିବାକୁ ପଡିନଥାଏ । ସେହିପରି କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇକି ଆସିଛୁ ।

1- ବର୍ତ୍ତମାନ ଓଡିଶାରେ କେତେ ଗୋଟି ଜିଲ୍ଲା ଅଛି ?

ଉତ୍ତର;- ବର୍ତ୍ତମାନ ଓଡିଶାରେ 30 ଟି ଜିଲ୍ଲା ରହିଛି ।

2- ମଣିପୁରର ରାଜଧାନୀର ନାମ କଣ ?

ଉତ୍ତର;- ମଣିପୁରର ରାଜଧାନୀର ନାମ ହେଉଛି ଇମ୍ଫାଲ ।

3- ବିଶ୍ଵରେ ସର୍ବାଧିକ କୋଇଲା ଉତ୍ପାଦନକାରୀ ଦେଶ କେଉଁଟି ?

ଉତ୍ତର;- ବିଶ୍ଵରେ ସର୍ବାଧିକ କୋଇଲା ଉତ୍ପାଦନକାରୀ ଦେଶ ହେଉଛି ଚୀନ ।

4- ବିଶ୍ଵର ସବୁଠାରୁ ଛୋଟ ପକ୍ଷୀ କେଉଁଟି ?

ଉତ୍ତର;- ବିଶ୍ଵର ସବୁଠାରୁ ଛୋଟ ପକ୍ଷୀ ହେଉଛି ହମିଙ୍ଗ ବାର୍ଡ ।

5- ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ କରିଥିବା ବିଶ୍ଵର ପ୍ରଥମ ଦେଶ କିଏ ?

ଉତ୍ତର;- ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ କରିଥିବା ବିଶ୍ଵର ପ୍ରଥମ ଦେଶ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ।

6- ବିଶ୍ଵର ପ୍ରଥମ କାଗଜ ମୁଦ୍ରା ଜାରି କରିଥିବା ଦେଶ କେଉଁଟି ?

ଉତ୍ତର;- ବିଶ୍ଵର ପ୍ରଥମ କାଗଜ ମୁଦ୍ରା  ଜାରି କରିଥିବା ଦେଶଟି ହେଉଛି ଚୀନ ।

7- ଆକାରରେ ବିଶ୍ଵର ସବୁଠାରୁ ବଡ ସହର କେଉଁଟି ?

ଉତ୍ତର;- ଆକାରରେ ବିଶ୍ଵର ସବୁଠାରୁ ସହର ହେଉଛି ଟୋକିଓ ।

8- କେଉଁ ରୁଷୀ ତାଙ୍କ ଆଶ୍ରମ ରକ୍ଷା କରିବା ପାଇଁ ରାମ ଓ ଲକ୍ଷ୍ମଣଙ୍କୁ ବନକୁ ନେଇ ଯାଇଥିଲେ ?

ଉତ୍ତର;- ବିଶ୍ଵାମିତ୍ର ।

9- ହନୁମାନଙ୍କ ମାଆ ପୂର୍ବ ଜନ୍ମରେ ଜଣେ ଅପସରି ଥିଲେ । ଅପ୍ସରା ରୂପେ ତାଙ୍କର ନାମ କଣ ଥିଲା ?

ଉତ୍ତର;- ପୁଞ୍ଜିକସ୍ଥଳୀ ।

10- ପ୍ରଥମ ଚୀନ ତୀର୍ଥଯାତ୍ରୀ ଫାହୀଆନ କାହାର ଶାସନ କାଳରେ ଭାରତ ଆସିଥିଲେ ?

ଉତ୍ତର;- ଚନ୍ଦ୍ରଗୁପ୍ତ ଦିତୀୟ ।

11- କେଉଁ ରାଜା କୁତବମୀନାର ନିକଟରେ ଥିବା ଲୌହ ସ୍ତମ୍ଭ ନିର୍ମାଣ କରିଥିଲେ ?

ଉତ୍ତର;- ଚନ୍ଦ୍ରଗୁପ୍ତ ଦିତୀୟ ।

12- କେଉଁ କ୍ରିକେଟର ମାତ୍ର 14 ବଲ୍ ରେ 50 ରନ କରି ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାରେ ରେକର୍ଡ ରଖିଛନ୍ତି ?

ଉତ୍ତର;- କେ ଏଲ ରାହୁଲ ।

13- କେଉଁ ମସିହାରେ ଓଡିଶାର ରାଜଧାନୀ କଟକରୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ ହୋଇଥିଲା ?

ଉତ୍ତର;- 1948 ମସିହାରେ ଓଡିଶାର ରାଜଧାନୀ କଟକରୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ ହୋଇଥିଲା ।

14- କେଉଁ ଭାରତୀୟ ମହିଳା ରିଓ ବ୍ରାଜିଲ ଠାରେ ଆୟୋଜିତ ହୋଇଥିବା 2016 ଅଲମ୍ପିକରେ ରେଷ୍ଟଲିଙ୍ଗରେ କାଂସ୍ୟ ପଦକ ହାସଲ କରିଥିଲେ ?

ଉତ୍ତର;- ସାକ୍ଷୀ ମଲ୍ଲିକ ।

15- କେଉଁ 2 ଟି ସଂଖ୍ୟାକୁ ଗୁଣନ କରିଲେ ଗୁଣଫଳ 13 ହୋଇଥାଏ ?

ଉତ୍ତର;- 13 x 1 ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବା ସହ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *