ବନ୍ଧୁଗଣ, ସୂଚନା ଅନୁଯାୟୀ ଆଉ କିଛି ସମୟ ପରେ ସାରିଥାନ୍ତା ବାହାଘର, ଆଉ କେଇ ଘଣ୍ଟା ପରେ ଝିଅ କୁ ବିଦାୟ ଦେଇଥାନ୍ତା ମା’ । କାନୀରେ ଧରିଥିବା ଅରୁଆ ଚାଉଳ, ନଡିଆ, ଗୁଡ, ଆଉ ଗୁଆ କୁ ଝିଅ ର ଆଞ୍ଜୁଳି ରେ ଦେଇ ବିଦା କରିଥାନ୍ତା ତାହାର ଶାଶୁ ଘରକୁ ଘରେ କୂଣିଆ ମଇତ୍ର ଙ୍କର ମଧ୍ୟ ଗହଳି ଲାଗିଥିଲା । ବାର ଆସିବ ଆସିବା ବୋଲି ହେଉଥିଲା । ଗାଁ ମୁଣ୍ଡରେ ବର ବରଯାତ୍ରୀ କୁ ନେଇ ପହଞ୍ଚି ସାରିଥିଲା ।
ବାହାରେ ବାରିକ ବ୍ରାହ୍ମଣ ବେଦୀକାର୍ଯ୍ୟ ମଧ୍ୟ କରୁଥିଲେ । ମାତ୍ର ଏହି ଖୁସି ରେ ହଟାତ ଯେମିତି ଘୋଟି ଆସିଲା କଳାବାଦଲ । କିଛି ମୂହୁର୍ତ୍ତ ମଧ୍ୟରେ ସରି ଆସିଲା ସବୁକିଛି । ଝିଅ ବାହା ବେଦୀ କୁ ଯିବା ପୂର୍ବ ରୁ ମା’ ର ମୃ-ତ୍ୟୁ ହେଲା । ବାଜା ବାଣରେ ଦୁଲୁକୁଥିଲା ଗାଁ ଦାଣ୍ଡ, ହେଲେ ବରଯାତ୍ରୀ ଙ୍କୁ ନାଚିବାରୁ ବାରଣ କରିବାରୁ ଝିଅ ର ମା ଙ୍କୁ ଅତି ନିର୍ମମ ଭାବରେ ହ-ତ୍ୟା କରାଯାଇଅଛି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ମେଳଛା ମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଳି ଗ୍ରାମରେ ।
ଏହି ଗ୍ରାମ ର ଆଶାକର୍ମୀ କିଶୋରୀ ତାଣ୍ଡି ଙ୍କର ମଝିଆ ଝିଅ ରଶ୍ମି ରାଜସିଂହ ଙ୍କ ବିବାହ ଥିଲା । ରାତି ୧୨ ଟାରେ ଝିଅ ଘରକୁ ବରଯାତ୍ରୀ ନେଇ ଆସିଥିଲେ ବରଘର ଲୋକେ । ତେବେ ରାସ୍ତା ମଝିରେ ବରଯାତ୍ରୀ ମାନେ ନିଶାଶକ୍ତ ଅବସ୍ଥାରେ ଚୁର ଥିବା ବେଳେ ଝିଅ ପକ୍ଷ ଲୋକଙ୍କର କୌଣସି କାରଣରୁ ନେଇ ଗଣ୍ଡୋଗୋଳ ହୋଇଥିଲା ।
ପରେ ଏହି ଗଣ୍ଡୋଗୋଳ ଉଗ୍ରରୂପ ନେଇଥିଲା । ତେବେ ଝିଅ ଘର ପକ୍ଷରୁ ସୁମନ୍ତ ନାୟକ ନାମକ ଜଣେ ବ୍ୟକ୍ତି ଏକ ଟାଙ୍ଗିଆ ନେଇ ବରଯାତ୍ରୀ ଙ୍କୁ ଆକ୍ରମଣ କରିବାକୁ ଯାଉଥିବା ସମୟରେ ଝିଅ ର ମା’ ବାରଣ କରିଥିଲେ । ଆଉ ସୁମନ୍ତ ଙ୍କ ଟାଙ୍ଗିଆ ଛୋଟ ରେ ଝିଅ ର ମା’ ଙ୍କର ମୃ-ତ୍ୟୁ ହୋଇଅଛି ।
ତେବେ ଆଉ କିଛି ସମୟ ପରେ ଯେଉଁ ମା’ ନିଜ ଝିଅ କୁ ନିଜ ଜୀବନସାଥୀ ସହିତ ଘର ସଂସାର ଗଢିବାକୁ କହି ଆଶୀର୍ବାଦ ସହିତ ପରଘରକୁ ବିଦାୟ କରିଥାନ୍ତା, ସେହି ମା’ ବର୍ତ୍ତମାନ ସବୁଦିନ ଲାଗି ଦୁନିଆ ଛାଡି ଚାଲିଗଲା । ତେବେ ଏହା ଏକ ଅଭାବନୀୟ ଘଟଣା ଅଟେ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ