ବନ୍ଧୁଗଣ ଭାରତ ରତ୍ନ ସ୍ଵର୍ଗତ ଲତା ମଙ୍ଗେସ୍କରଙ୍କ ବିୟୋଗକୁ ମାତ୍ର କିଛି ଦିନ ହୋଇଛି ଏବେ ପୁଣି ଏକ ବଡ ଦୁଃଖ ଖବର ସାମ୍ନାକୁ ଆସିଛି । ସୁର ସମ୍ରାଙ୍ଗୀ ଲତା ମଙ୍ଗେସ୍କରଙ୍କ ପରଲୋକ ହୋଇଥିବା ବେଳେ ଏବେ ବଲିଉଡକୁ ଲାଗିଛି ଆଉ ଏକ ବଡ ଝଟକା । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ ।
ଏହି ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ହେଲେ ବନ୍ଧୁଗଣ ଦୁଃଖର କଥା ଏହା ହେଉଛି ଯେ, ସେହି ସିଙ୍ଗର ଜଣକ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି ।
ବନ୍ଧୁଗଣ ବଲିଉଡର ଲୋକପ୍ରିୟ ଗାୟକ ବପି ଲେହେରି ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଆଖି ବୁଝି ନେଇଛନ୍ତି ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲେହେରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ତେବେ ବନ୍ଧୁଗଣ ବିଭିନ୍ନ ରୋଗରେ ପୀଡିତ ଥିବା ବାପି ଲେହେରିଙ୍କ ଚିକିତ୍ସା ଦୀର୍ଘ ଅନେକ ଦିନ ଧରି ଚାଲିଥିଲା ।
ଆଉ ଶେଷରେ ୬୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ସେ ଥିଲେ ଡୋସ୍କୋ ମ୍ୟୁଜିକର ବେତାଜ ବାଦଶାହ । କେବଳ ଦେଶ ନୁହେଁ ବନ୍ଧୁଗଣ ବିଦେଶରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ଆଜି ବି ‘ସରାବି’ ଫିଲ୍ମର ସେହି ଗୀତ ସମସ୍ତେ ଗୁଣୁ ଗୁଣୁ ହୁଅନ୍ତି । କହିବାକୁ ଗଲେ ବଲିଉଡରେ ଆଜି ଏକ ଯୁଗର ଅବସାନ ହୋଇଛି । ବନ୍ଧୁଗଣ ବାପି ଯିବା ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳିଯାଇଛି ।
ବାପି ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଲତା ଯିବା ପରେ ବାପିଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବଲିଉଡ କଳାକାର । ବାପି ଥିଲେ ଜଣେ ସଫଳ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଗାୟକ ବାପି ଲେହେରି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।