ସରକାରୀ ଓ ବେସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର, ଏବେ ସପ୍ତାହକୁ କେବଳ 4 ଦିନ କରିବେ ଡ୍ଯୁଟି, 3 ଦିନ ନେବେ ଛୁଟି, କିନ୍ତୁ କରିବାକୁ ହେବ ଏହି କାମ !

ବନ୍ଧୁଗଣ ଆଜିକାଲି ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଦିନ ରାତି କଷ୍ଟ କରିଥାନ୍ତି । ସାଧାରଣତଃ ଲୋକମାନେ ଟଙ୍କା କମାଇବା ପାଇଁ ସରକାରୀ ଓ ବେସରକାରୀ ଚାକିରି କରନ୍ତି ଓ ସେମାନଙ୍କୁ ଏକ ସପ୍ତାହକୁ ମାତ୍ର ଗୋଟିଏ ଛୁଟି ମିଳିଥାଏ । ହେଲେ ବନ୍ଧୁଗଣ ଚାକିରିଆ ମାନଙ୍କ ପାଇଁ ଏବେ ଗୋଟେ ବଡ ଖୁସି ଖବର ସାମ୍ନାକୁ ଆସିଛି । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଖୁସି ହୋଇଯିବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଖୁସି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଚାକିରିଆ ମାନଙ୍କ ପାଇଁ ବଡ ଖବର ଆସିଛି ଏଣିକି ଚାକିରିଆ ମାନେ ୪ ଦିନ କାମ କରିବେ ଓ ୩ ଦିନ ଛୁଟିରେ ରହିବେ । କେନ୍ଦ୍ର ସରକାର ଆସନ୍ତା ବର୍ଷ ୪ ଶ୍ରମ ଯୋଜନା ଲାଗୁ କରିବାକୁ ଯାଉଛନ୍ତି ।

ଯାହାଦ୍ୱାରା ଆପଣ ମାନେ ଏହାର ସିଧା ସଳଖ ଲାଭ ପାଇବେ । ଯଦି ଏହି ନିୟମ ଲାଗୁ ହେବ ତା ହେଲେ ସିଧା ସଳଖ ସରକାରୀ ଓ ବେସରକାରୀ କର୍ମଚାରୀ ମାନେ ଏହାର ଲାଭ ପାଇବେ । ଏଣିକି ସପ୍ତାହକୁ ୪ ଦିନ ହେବ ଅଫିସ ସରକାରୀ ଓ ବିସରକାରୀ କର୍ମଚାରୀ ମାନଙ୍କ ଉପରେ ଏଣିକି କାମର ବୋଝ କମିବ । କାରଣ କର୍ମଚାରୀ ମାନଙ୍କୁ ଖୁସି କରେଇବା ପାଇଁ ରଣନୀତି କରିଛନ୍ତି କେନ୍ଦ୍ର ସରକାର ।

ଆଗାମୀ ଦିନରେ କର୍ମଚାରୀ ମାନଙ୍କ ବେତନ ଠାରୁ ଆରମ୍ଭ କରି ଛୁଟି ଓ ଦୈନିକ କାର୍ଯ୍ୟ କରିବା ସମୟରେ ବଡ ପରିବର୍ତ୍ତନ ହେବ । ନୂଆ ଆଇନ ହେଲେ ଶ୍ରମିକ ମାନଙ୍କୁ ଦୈନିକ ୧୨ ଘଣ୍ଟା କାମ କରିବାକୁ ହେବ । ନୂଆ ଆଇନ ଅନୁସାରେ ଯେଉଁ କର୍ମଚାରୀ ମାନେ ଦିନକୁ ୧୨ ଘଣ୍ଟା କାମ କରିବେ ସେମାନଙ୍କୁ ସପ୍ତାହର ୩ ଦିନର ଛୁଟି ମିଳିବ । ହେଲେ ଯେଉଁ ମାନେ ଦୈନିକ ୮ ଘଣ୍ଟା କାମ କରୁଥିବେ ସେମାନେ ପ୍ରତି ସପ୍ତାହରେ ଗୋଟିଏ ଦିନ ଅର୍ଥାତ ମାସକୁ ୪ କିମ୍ବା ୫ଟି ଛୁଟି ପାଇବେ ବୋଲି କୁହା ଯାଇଛି ।


ଗୁରୁତ୍ଵପୂର୍ଣ୍ଣ କଥା ହେଲା ୪୮ ଘଣ୍ଟାର ଡ୍ୟୁଟି ପରେ କର୍ମଚାରୀ ମାନଙ୍କ ସପ୍ତାହନ୍ତ ଛୁଟି ନିର୍ଧାରିତ ହେବ ।  ୧୨ ଘଣ୍ଟା କାମ କରିଥିଲେ ୩ ଦିନ ଓ ୮ ଘଣ୍ଟା କାମ କରିଲେ ୧ ଦିନ ଛୁଟି ଦିଆଯିବ ବୋଲି ପ୍ରସ୍ତାବ ଦିଆଯାଇଛି । ନୂଆ ଆଇନ ଅନୁସାରେ କର୍ମଚାରୀଙ୍କ ଭବିଷ୍ୟତ କଥା ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର ଯାହାଫଳରେ ବର୍ତ୍ତମାନ କର୍ମଚାରୀ ମାନେ ଯେତିକି ଦରମା ପାଉଛନ୍ତି ତାହା ଆଗାମୀ ଦିନରେ କମି ଯିବ ।

କମ୍ପାନୀ ମାନେ ଦରମା ଟଙ୍କାକୁ ଅନେକ ପ୍ରକାର ଭତ୍ତାରେ ବାଣ୍ଟି ଦେବେ । ଏହା ଫଳରେ କର୍ମଚାରୀଙ୍କ ମୂଳ ବେତନ କମ ରହିବା ସହ ସେମାନଙ୍କ ଭବିଷ୍ୟତ ନିଧି ଜମା ମଧ୍ୟ କମୁଛି । ଏବେ ଭବିଷ୍ୟ ନିଧି କର୍ମଚାରୀ ମୂଳ ବେତନର ୫୦ ପ୍ରତିଶତ ଜମା କରାଯିବ ଓ ବଳକା ବେତନ ଦିଆଯିବ । ବନ୍ଧୁଗଣ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବ ପାଇଁ ୧୩ଟି ରାଜ୍ୟ ପ୍ରସ୍ତୁତ ହେଲେଣି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *