ମାଡି ଆସୁଛି ବିପଦ ! ଉଭେଇଗଲା ଗଣ୍ଡାହାତୀ ଝରଣା ! ହଁ ଆଜ୍ଞା ପ୍ରଖର ଗତିରେ ଗଣ୍ଡାହାତୀରୁ ବୋହୁଥିବା ଝରଣା ଏବେ କୁଆଡେ ଉଭାନ ହୋଇଯାଇଛି । ପ୍ରଥମ ଥର ପାଇଁ ଗଜପତିର ଗଣ୍ଡାହାତୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାରେ ଦିନେ ଝର ଝର ହୋଇ ସୁନ୍ଦର ଝରଣା ବୋହି ଯାଉଥିଲା । ସେଠାରେ ଆଜି ପାହାଡ ପଥର ପୁରା ଶୁଖିଲା ହୋଇ ପଡି ରହିଛି । ଯେଉଁ ଲୋକ ଏହି ସ୍ଥାନକୁ ଯାଉଛନ୍ତି । ସେମାନେ ପାହାଡରରେ ଝରଣା ବୋହୁନଥିବା ଦୃଶ୍ୟ ଦେଖି ଚକିତ ହୋଇଯାଉଛନ୍ତି।
ଯେଉଁ ଝରଣାରେ ଦିନେ ଗଭୀର ପାଣି ଥିଲା । ସେହି ଝରଣା ଆଜିର ସମୟରେ ପୁରା ଶୁଖି ଯାଇଛି । ତେବେ ଏହି ଦୃଶ୍ୟ ଦେଖିଲା ପରେ ଅତି ଭୟଙ୍କର ସ୍ଥିତିର ପୂର୍ବଭାସ ବୋଲି ଜଣା ପଡୁଛି । ଯେପରି ଆଗାମୀ ସମୟରେ ବିପଦ ମାଡି ମାଡି ଆସୁଛି ବୋଲି ଲାଗୁଛି । ତେବେ ଚଳିତ ବର୍ଷର ଖରା ତାପମାତ୍ରାର ରେକର୍ଡ ସବୁ ବର୍ଷର ରେକର୍ଡକୁ ଟପେଇ ଦେଇଛି। ତେଣୁ ଏହି ପ୍ରଚଣ୍ଡ ଖରା ତାତୀରେ ପୁରା ଓଡିଶା ଶିଝୁଛି । ଯାହାର ପ୍ରଭାବ ପରିବେଶ ଉପରେ ପଡିଛି ।
ସେଥିପାଇଁ ତ ଦିନେ ଯେଉଁ ଗଣ୍ଡାହାତୀ ଝରଣାର ପାଣି ଝର ଝର କରି ପାହାଡ ଉପରେ ପ୍ରବାହିତ ହୋଇ ଯାଉଥିଲା । ଆଜି ସେହି ସ୍ଥାନରେ ପାଣି କେଉଁଠାରେ ଦେଖିବାକୁ ମିଳୁନାହିଁ । ପାହାଡ ଗୁଡିକ ଶୁଖିଲା ହୋଇ ପଡି ରହିଛନ୍ତି । ତେବେ ଏଭଳି ଦୃଶ୍ୟ ଗଣ୍ଡାହାତୀରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ବୋଲି କୁହାଯାଉଛି । କାରଣ ଏହା ପୂର୍ବରୁ ଏମିତି ଦୃଶ୍ୟ ସେହି ସ୍ଥାନରେ କେବେବି ଦେଖିବାକୁ ମିଳିନଥିଲା । ଖରା ଦିନ ଆସିଲେ ସବୁ ସ୍ଥାନରେ ସ୍ଵାଭାବିକ ଭାବେ ଅଳ୍ପ ପାଣି ଶୁଖିଯାଇଥାଏ ।
ହେଲେ ଏଥର ପ୍ରଚଣ୍ଡ ଖରାରେ ବହୁ ସ୍ଥାନ ପୁରା ଜଳ ଶୁଖି ଶୁଖିଲା ପଡିଯାଇଛି । ଏହି ଯେପରି ଗଣ୍ଡାହାତୀ ପାହାଡର ଝରଣା ସଂପୂର୍ଣ୍ଣ ଭାବେ ଶୁଖି ପଡିଛି । ତେବେ ଏହା ଜଳବାୟୁର ଭୟାନକ ସ୍ଥିତିକୁ ଦର୍ଶାଇ ଦେଉଛି । ଏହି ଗଣ୍ଡାହାତୀ ଜଳ ପ୍ରପାତର ଜଳ ଉପରେ ଗଣ୍ଡାହାତୀ ସମେତ ପାଖାପାଖି ଅନ୍ୟ ଅଞ୍ଚଳର ଲୋକ ମଧ୍ୟ ନିର୍ଭର କରିଥାନ୍ତି । ହେଲେ ଏଥର ପ୍ରଚଣ୍ଡ ଖରା ତାତୀ କାରଣରୁ ଜଳ ପୁରା ଶୁଖି ଯାଇଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।