ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆଗକୁ ଆସୁଛି ନିର୍ବାଚନ ଏବଂ ସେଥିପାଇଁ ସବୁ ଦଳ ର ନେତା ମାନେ ଲୋକ ମାନଂକୁ ମନେଇବା କିମ୍ବା ନିଜ ଆଡ଼କୁ ମୋହିବାକୁ ଚେଷ୍ଟା ମଧ୍ୟ ଆରମ୍ଭ କରି ସାରିଲେଣି ବିଜୁ ଆବାସ ଯୋଜନା ,ଇ- ଶ୍ରମ ଯୋଜନା,କଲ୍ୟାଣ ଯୋଜନା ଆଦି ଅନେକ ଯୋଜନା କରି ବର୍ତ୍ତମାନ ଲୋକଙ୍କ ଭୋଟ କୁ ନିଜ ଅଧିନ ରେ କରିବା ପାଇଁ ଲାଗି ପଡିଲେଣି ନେତା ମାନେ । ତେବେ ମିଛ ପ୍ରତିଶୁତି ଏବଂ ତା ସହ ବର୍ତ୍ତମାନ ସମୟରେ କାହାକୁ ପଇସା, କାହାକୁ ମଅଦ ତ କାହାକି ଶାଢ଼ୀ ମୋବାଇଲ ଆଦି ପ୍ରଲୋଭନ ଦେଖାଇ ସେମାନେ ଭୋଟ ମାଗୁଛନ୍ତି ।
ତେବେ ଏହି ସମୟରେ ବୌଦ୍ଧ ର ଜଣେ ବୃଦ୍ଧା ମହିଳାଙ୍କୁ ଏହି ନିର୍ବାଚନ ଉପରେ କିଛି ପ୍ରଶ୍ନ କରାଯାଇ ଥିଲା ଏବଂ ସେ କାହାକୁ ଭୋଟ ଦେବେ ବୋଲି ମଧ୍ୟ ପଚାରିବାରୁ ଏବଂ ସରକାର ଙ୍କ କାର୍ୟ୍ଯ କଳାପ ବିଷୟରେ ପଚାରିବାରୁ ସେ କହିଥିଲେ କି ଏହି ନିର୍ବାଚନ ସମୟରେ ହିଁ ମନ୍ତ୍ରୀ ନେତା ମାନଙ୍କ ର ଦେଖା ମିଳିଥାଏ । ନିର୍ବାଚନ ଶେଷ ହେଲେ କେହି ଟିକେ ମୁହଁ ମଧ୍ୟ ଦେଖାନ୍ତି ନାହିଁ ।
ତେବେ ଆମକୁ କୌଣସି ସୁବିଧା ମିଳି ପାରୁ ନାହିଁ ମୋ ପାଖରେ ଗୋଟିଏ ଘର ନାହିଁ, ବିଜୁ ପକ୍କା ଘର ଖାଲି ଶୁଣିଛୁ କିନ୍ତୁ ଏପର୍ଯ୍ୟନ୍ତ ମିଳି ନାହିଁ । କେବଳ ପାଞ୍ଚ କେଜି ଚାଉଳ ମିଳୁଛି ଯାହା ମାସେ ମଧ୍ୟ ଯାଉ ନାହିଁ ଅଧା ଦିନ ଖାଇଲେ ଅଧା ଦିନ ଉପାସ ଏବଂ ୫୦୦ ଟଙ୍କା ମଧ୍ୟ ମିଳୁଛି ଯାହା ଆମର ଦେହ ଖରାପ ହେଲେ ଔଷଧ ଆଦି କିଣିବା ଦ୍ୱାରା ଖର୍ଚ୍ଚ ହୋଇ ଯାଉଛି । ଆମେ ମାନେ ବହୁତ ଅସୁବିଧା ରେ ରହୁଛୁ କେହି ଆମ ଦୁଃଖ ବୁଝି ପାରୁ ନାହାଁନ୍ତି ।
ତେବେ ଯିଏ ଆମ ଦୁଃଖ ବୁଝିବେ ତାକୁ ହିଁ ବାଛିବେ ତେବେ ଏଭଳି କେହି ନେତା ଏପର୍ଯ୍ୟନ୍ତ ନାହାନ୍ତି ତେଣୁ ଅଧା ଲୋକ ଭୋଟ ମଧ୍ୟ ଦେଉ ନାହାନ୍ତି । ତେବେ ସେ ଏହା ମଧ୍ୟ କହିଛନ୍ତି କି ସରକାର ସବୁ ଯୋଜନା କରିଛି ସତ କିନ୍ତୁ ଆମ ପାଖକୁ କିଛି ଆସି ନାହିଁ । ତେବେ ବନ୍ଧୁଗଣ ଏହା ପ୍ରତି ନିର୍ବାଚନ ସମୟର ଦୃଶ୍ୟ ।
ନେତା ମାନେ ଏପରି ନିର୍ବାଚନ ରେ ଛିଡା ହୋଇଛନ୍ତି ଅନେକ ପ୍ରତିଶୁତି ମଧ୍ୟ ଦେଉଛନ୍ତି ରାସ୍ତା କରିବା, ଘର ଦେବା ଗରିବୀ ହଟାଇବା ଭଳି ଅନେକ କଥା ମଧ୍ୟ କହୁଛନ୍ତି କିନ୍ତୁ ନିର୍ବାଚନ ଶେଷ ହେବା ପରେ ଜିତିବା ପରେ କିଏ ନିର୍ବାଚନ ବିଜେତା ହୋଇଥିଲା ବୋଲି ଲୋକମାନେ ତା ମୁହଁ ମଧ୍ୟ ଦେଖି ପାରି ନଥାନ୍ତି । ତେବେ ଏହି ଭଳି ଦୁର୍ନୀତି ଚାଲି ଆସୁଛି ତେବେ ସେଥିପାଇଁ ଉଚିତ ପାର୍ଥୀ କୁ ବାଛିବା ନିହାତି ଆବଶ୍ୟକ ଏବଂ ଜଣେ ଶିକ୍ଷିତ ବ୍ୟକ୍ତି କୁ ହିଁ ଏହି ନିର୍ବାଚନ ରେ ଯୋଗ ଦେବା ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।