PM Modi ଙ୍କ ଦମଦାର Scheme ! ମାସକୁ ପାଇ ପାରିବେ 3000 ଟଙ୍କା, ଜାଣନ୍ତୁ କେମିତି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କେନ୍ଦ୍ର ସରକାର ଙ୍କ ବଡ଼ ଘୋଷଣା । ୪୪ ଲକ୍ଷ ଶ୍ରମିକ ଙ୍କୁ ଏବେ ପ୍ରତି ମାସରେ ମିଳିବ ୩ ହଜାର ଟଙ୍କା । ତେବେ ଏହି ଅର୍ଥ ରାଶି ଶ୍ରମିକ ମାନଙ୍କୁ ପେନ୍ସନ ଆକାର ରେ ଦିଆଯିବ । କେନ୍ଦ୍ର ସରକାର ଅସଙ୍ଗଠିତ କ୍ଷେତ୍ର ପାଇଁ ୩ଟି ପେନ୍ସନ ଯୋଜନା ନିକଟରେ ଆରମ୍ଭ କରିଥିଲେ । ଯେଉଁଥିରେ କୃଷକ, ବ୍ୟବସାୟୀ ଏବଂ ଶ୍ରମିକ ଙ୍କୁ ସାମିଲ କରାଯାଇଛି । ତେବେ ଅଣ- ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ତଥା କର୍ମଚାରୀ ଙ୍କ ପାଇଁ ପିଏମ୍ ଶ୍ରମଯୋଗୀ ମାନ ଧରଣ ଯୋଜନା ର ଶୁଭାରମ୍ଭ କରାଯାଇଛି ।

କେନ୍ଦ୍ର ସରକାର ଙ୍କ ଏହି ଜନ କଲ୍ୟାଣ ଯୋଜନା ରେ ସାମିଲ ହୋଇଥିବା ହିତାଧିକାରୀ ଙ୍କୁ ୬୦ ବର୍ଷ ବୟସ ପୁରିବା କ୍ଷଣି ମାସିକ ୩ ହଜାର ଟଙ୍କା ର ପେନ୍ସନ ବାବଦ କୁ ଦିଆଯିବ । ସେହିପରି ଯଦି ଏହି ସମୟ ରେ ଦୁର୍ଭାଗ୍ୟ ବଶତଃ ତାଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରିବାର ଲୋକ ଙ୍କୁ ବି ପେନ୍ସନ ମିଳିବ ।

କିନ୍ତୁ ସଂଗଠିତ କ୍ଷେତ୍ରରେ ରେ କାମ କରୁଥିବା ବ୍ୟକ୍ତି ବା କର୍ମଚାରୀ ଯେଉଁମାନେ କି ଇପିଏଫଓ ନ୍ୟାସନାଲ ପେନ୍ସନ ସ୍କିମ କିମ୍ବା ରାଜ୍ୟ କର୍ମଚାରୀ ବୀମା ନିଗମ ର ସଦସ୍ୟ ତଥା ଆୟକର ଆଦି ଭରୁଥିବେ ତେବେ ସେମାନେ ଏହି ଯୋଜନା ର ଲାଭ ଉଠାଇ ପାରିବେ ନାହିଁ । କେବଳ ୧୫ ହଜାର ଟଙ୍କା ରୁ କମ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ହିଁ କେନ୍ଦ୍ର ସରକାର ଙ୍କ ଏହି ଯୋଜନା ରେ ସାମିଲ ହୋଇ ପାରିବେ ।

କିଏ ଉଠାଇ ପାରିବେ ଲାଭ ?- ଏହି ଯୋଜନା ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକ ମାନଙ୍କ ପାଇଁ ଲାଗୁ ହୋଇଛି । ଯେଉଁଥିରେ ସାଧାରଣ ଦୋକାନୀ, ଡ୍ରାଇଭର, ପ୍ଲମ୍ବର, ଦରଜି,ମେଡ, ମିଡ-ଡେ ମିଲ୍ ୱାର୍କର, ରିକ୍ସା ଚାଳକ, ଘର ନିର୍ମାଣ କରୁଥିବା ବ୍ୟକ୍ତି ତଥା ମିସ୍ତ୍ରୀ ଏବଂ ଯୋଗାଡ଼ିଆ, ଅଳିଆ ଗୋଟାଳି, ବିଡ଼ି ତିଆରି ବାଲା, ଦିନ ମଜୁରୀଆ, ମୋଚି ଏବଂ ଧୋବା ଆଦି ସାମିଲ ।

କିଭଳି ରହିବ କିସ୍ତି ?- ବୟସ ହିସାବ ରେ ଯୋଗଦାନ ରାଶି ରେ ଫରକ ରହିଛି । ଯଦି କେହି ୧୮ ବର୍ଷ ବୟସ ରୁ ଏହି ଯୋଜନା କୁ ଆରମ୍ଭ କରନ୍ତି ତେବେ ତାଙ୍କୁ ମାସିକ ୫୫ ଟଙ୍କା ଜମା କରିବାକୁ ହେବ । ସେହିପରି ୨୯ ବର୍ଷ ବୟସ ର ବ୍ୟକ୍ତି ଙ୍କୁ ଏଥିପାଇଁ ମାସିକ ୧୦୦ ଟଙ୍କା ଏବଂ ୪୦ ବର୍ଷ ବୟସ ବ୍ୟକ୍ତି ଙ୍କୁ ୨ ଶହ ଟଙ୍କା ପ୍ରତି ମାସ ଜମା କରିବାକୁ ହେବ । ତେବେ ୧୮ ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତି ଏହି ମାନଧନ ଯୋଜନା ର ଲାଭ ଉଠାଇ ପାରିବେ ।

କେଉଁ କେଉଁ କାଗଜପତ୍ର ଆବଶ୍ୟକ?- ଆଧାର କାର୍ଡ, ଆଇଆଇଏସସି ନମ୍ବର ସହିତ ସେଭିଂ ତଥା ଜନଧନ ଆକାଉଣ୍ଟ ଏବଂ ମୋବାଇଲ ନମ୍ବର । ଏଥି ସହିତ ରେଜିଷ୍ଟ୍ରେସନ ପାଇଁ ଆପଣଙ୍କ ବୟସ ୧୮ ରୁ ୪୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଜରୁରୀ । ନିକଟସ୍ଥ କମନ ସର୍ଭିସ ସେଣ୍ଟର କୁ ଯାଇ ରେଜିଷ୍ଟ୍ରେସନ କରି ପାରିବେ ।

Leave a Reply

Your email address will not be published. Required fields are marked *