କାର୍ ର ବୋନେଟରେ ବସିଲେ, କୁଲ୍ ଅନ୍ଦାଜରେ ପୋଜ୍ ଦେଇ ଚାଲିଲେ, ରିଲ୍ ଭାଇରାଲ ହେବା ପରେ ଅଡୁଆରେ ପଡିଲେ !

ରିଲ୍ସ ଏବଂ ସର୍ଟସ୍ ର ଜମାନାରେ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକେ କୌଣସି ଅଜବ ହରକତ କରିବାକୁ ମଧ୍ୟ ପଛାଉ ନାହାନ୍ତି । ସେମିତି ସୋସିଆଲ ମିଡିଆରେ ବର-କନ୍ୟାଙ୍କ ରିଲ୍ସ ଖୁବ ଟ୍ରେଣ୍ଡ କରୁଛି । ବର୍ତ୍ତମାନ ଲାଲ ଲେହେଙ୍ଗା ପିନ୍ଧି କନ୍ୟା ଭେଶରେ ସଜେଇ ହୋଇଥିବା ଜଣେ ଦୁଲହନ୍ ଙ୍କ ଭିଡିଓ ଲୋକଙ୍କ ହୋସ୍ ଉଡାଉଛି ।

ଦୁଲହନ୍ ଜଣଙ୍କ ଜନଗହଳି ପୂର୍ଣ୍ଣ ରାସ୍ତାରେ ଚଳନ୍ତା କାର୍ ର ବୋନେଟରେ ବସି ଏମିତି କୁଲ୍ ଅନ୍ଦାଜରେ ପୋଜ୍ ଦେଉଛନ୍ତି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ରାସ୍ତା ଉପରେ ଦୁଲହନ୍ ଙ୍କ ଏଭଳି କାରନାମା ଦେଖି ଆଖପାଖର ଲୋକ ମଧ୍ୟ ଆବାକାବା ହେଇ ଯାଉଛନ୍ତି ।

ହେଲେ ଦୁଲହନ୍ ସେସବୁକୁ ଇଗନୋର କରି କଳା ଚଷମା ପିନ୍ଧି ପୋଜ୍ ଉପରେ ପୋଜ୍ ଦେଇ ଚାଲିଛନ୍ତି । ତେବେ ରିଲ୍ସ ଟି ଭାଇରାଲ ହେବା ପରେ ଦୁଲହନ୍ ଙ୍କୁ ଏହାର ପରିଣାମ ଭୋଗିବାକୁ ପଡିଛି । ୟୁପି ପୋଲିସ ର ନଜର ଏହି ଭିଡିଓ ଉପରେ ପଡିବା ପରେ ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଦୁଲହନ୍ ଙ୍କ ଉପରେ ସିଧା 15 ହଜାର ଟଙ୍କା ର ଫାଇନ୍ ଲଗାଇଛି ପୋଲିସ । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ଲୋକଙ୍କୁ ସତର୍କ କରିବା ପାଇଁ ପୋଲିସ ଏଭଳି ପଦକ୍ଷେପ ନେଇଛି । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *