କ୍ୟାମେରାରେ ଫଟୋ କଏଦ ହେଲା ପାଦ ଚିହ୍ନ, ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ, ଜଙ୍ଗଲକୁ ଦୌଡିଲା ବନ ବିଭାଗ !

ଜଙ୍ଗଲରେ କାହାର ଏ ପାଦ ଚିହ୍ନ ତାହା ଦେଖିବାକୁ ଦୌଡିଲା ବନ ବିଭାଗ । କାହାର ଏ ପାଦ ଚିହ୍ନ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସେପଟେ ବାରାକୁ ମାରି ଦେଇଛି ଜଙ୍ଗଲ ଭିତରେ ତେବେ କିଏ ମାରିଛି କଣ ଏ ଜନ୍ତୁ କେଉଁଠୁ ଆସିଛି । ଏସବୁ ସନ୍ଦେହ ଭିତରେ ଦୌଡି ଥିଲା ବନ ବିଭାଗ ଜଙ୍ଗଲ ଭିତରକୁ । ତେବେ ଜଙ୍ଗଲ ଭିତରେ ଭାଲୁ ବୁଲୁ ଥିବା ସମସ୍ତେ ତା ପାଦ ଚିହ୍ନ ବି ଦେଖିଛନ୍ତି ଆଉ ସମସ୍ତେ ଜାଣି ବି ଛନ୍ତି ।

ହେଲେ ହଠାତ ଜଙ୍ଗଲ ଭିତରେ ଏମିତି କିଛି ପାଦ ଚିହ୍ନ ଦେଖିବାକୁ ମିଳି ଥିଲା ଯାହାକୁ ଦେଖି ବନ ବିଭାଗ ଦୌଡି ଆସିଥିଲା । ଆଉ ଦେଖିଲା ପରେ ବି ସହଜରେ ଚିହ୍ନି ପାରି ନଥିଲେ । ଆଉ ଶେଷରେ ଚିହ୍ନଟ ନ କରି ପାରିବାରୁ ଜଙ୍ଗଲ ଭିତରେ କ୍ୟାମେରା ଲଗାଇ ଥିଲା ବନ ବିଭାଗ । ଆଉ ଯାହା ଜଣା ପଡିଥିଲା ତାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରି ଥିଲା । ଏତେ ଦିନ ପରେ ଏହି ଜଙ୍ଗଲରେ ବାଘ ବୁଲୁ ଥିଲା ।

ହଁ ଆଜ୍ଞା କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଦଣ୍ଡବିଟ ଅଞ୍ଚଳରେ ବାଘ ଆତଙ୍କ ଭୟରେ ରୁହୁଣୀ ଦୁମା ଏବଂ ବଡ ମହୁଲଡିଆ ଗ୍ରାମ ବାସୀ କିଛି ଦିନ ତଳେ ଗାଁ ନିକଟ ସରଂକ୍ଷିତ ଜଙ୍ଗଲରେ ଏକ ବାରାହର ମୃତ ଦେହ ଠାବ କରିଥିଲେ । ଆଉ ତାହା ଦେଖିବା ପରେ ସେମାନେ ଭୟବିତ ହୋଇ ଯାଇଥିଲେ । ଆଉ ମୃତ ଦେହ ନିକଟରେ ଚାରି ରୁ ଉର୍ଦ୍ଧ ପାଦ ଚିହ୍ନ ମଧ୍ୟ ରହିଥିଲା । ଯାହାକୁ ଗ୍ରାମବାସୀ ଜାଣି ପାରି ନଥିଲେ ।

ଏହା ପରେ ଗାଁ ଲୋକ ଏହାକୁ ନେଇ ବନ ବିଭାଗରେ ସୂଚନା ଦେବା ପରେ ବନ ବିଭାଗ ବି ଜଙ୍ଗଲ ଭିତରେ ପଶି ଏହାକୁ ଧରି ପାରି ନଥିଲେ । ଏହି ପାଦ ଚିହ୍ନ କେଉଁ ପ୍ରଜାତି ବାଘର ତାହା ବି ସ୍ପର୍ଷ୍ଟ ହୋଇ ପାରି ନଥିଲା । ଏହି ପାଦ ଚିହ୍ନରେ ପ୍ଲାଷ୍ଟିକ ଅଫ ପାରିସ ଦେଇ ଏହା କାହାର ପାଦ ଚିହ୍ନ ତାହା ତଦନ୍ତ କରୁଥିଲା ବନ ବିଭାଗ ।

ତେବେ ଅନ୍ୟ ପଟେ ପାଦ ଚିହ୍ନ ଠାବ ହେବା ପରେ ବନ ବିଭାଗ ବାଘକୁ ଠାବ କରିବା ପାଇଁ ଜଙ୍ଗଲରେ 10ଟି ଟ୍ରାପ କ୍ୟାମେରା ଲଗାଇଲା । ଏହା ସହ ବନ ବିଭାଗ କର୍ମଚାରୀ ଜଙ୍ଗଲରେ ଡେରା ପକାଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *