ବୃଷ ରାଶି ! ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭୟଙ୍କର କଥା (Astrology)

ନମସ୍କାର ବନ୍ଧୁଗଣ ତେବେ ବୃଷ ରାଶି ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା ୩/୨ ବୃଷ ରାଶି କୃତ୍ତିକା ନକ୍ଷତ୍ର ଏମାନେ ହେଉଛନ୍ତି ଦାନବ ଗଣ, ୪/୨ ରୋହିଣୀ ନକ୍ଷତ୍ର ବୃଷ ରାଶି ଏମାନେ ହେଉଛନ୍ତି ମାନବ ଗଣ, ୫/୨ ମୃଗଶିରା ନକ୍ଷତ୍ର ବୃଷ ରାଶି ଏମାନେ ହେଉଛନ୍ତି ଦେବଗଣ । ବୃଷ ରାଶି ବ୍ୟକ୍ତିବିଶେଷଙ୍କ ମନ୍ଦ ଗୁଣ ହେଉଛି ସହଜରେ କ୍ରୋଧ କରନ୍ତି ନାହିଁ । ଯଦି କ୍ରୋଧ ଏମାନଙ୍କୁ ଆସିଯାଏ ତାହେଲେ ହିତାହତ ଜ୍ଞାନ ହରେଇ ବସିଥାନ୍ତି ।

ସ୍ତ୍ରୀ ଜାତି ପ୍ରତି ଆଗ୍ରହୀ ହୋଇଥାନ୍ତି । ଏଣୁ ବିନା ବିଚାରରେ ଅର୍ଥ ବର୍ବାଦ କରି ଦେଇଥାନ୍ତି । ବୃଷ ରାଶିର ପୁରୁଷ ଏବଂ ମହିଳା ଉଭୟ ପରିଶ୍ରମୀ ହୋଇଥାନ୍ତି । ସମାଜ ସେବାରେ ସର୍ବଦା ନିମଗ୍ନ ରହିଥାନ୍ତି ଏବଂ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି । ସେବା, ସଂଗଠନ, ମେଳା ଭୋଜି ଭାତ ସମସ୍ତ କାର୍ଯ୍ୟରେ ସହଯୋଗ କରିଥାନ୍ତି । ପିତାମାତାଙ୍କ ସହିତ ଏମାନେ ବନ୍ଧୁ ସମ୍ପର୍କୀୟଙ୍କ ସେବା ମଧ୍ୟ କରିଥାନ୍ତି । ଶିକ୍ଷିତ ମଧ୍ୟ ହୋଇଥାନ୍ତି । କିନ୍ତୁ ପୁରୁଷ ଏବଂ ମହିଳା ମାନଙ୍କର ଦାମ୍ପତ୍ୟ ଜୀବନ ସେତେଟା ଭଲ ହୋଇ ନଥାଏ ।

ତେବେ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ଅଶୁଭ ତାରିଖ ହେଲା ପ୍ରତି ମାସର ୫,୧୪, ୨୦ ତାରିଖ ଅଶୁଭ ଅଟେ ଏବଂ ପ୍ରତ୍ୟେକ ଶନିବାର ଆପଣଙ୍କ ପାଇଁ ଅଶୁଭ ଅଟେ । ଲାଲ ରଙ୍ଗର ବସ୍ତ୍ର ଏବଂ ଲାଲ ରଙ୍ଗର ଦ୍ରବ୍ୟ ଅଶୁଭ ଅଟେ । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଥାଏ । ଜନ୍ମ ସ୍ଥାନ ଛାଡ଼ି ଦୂରରେ ରହିଲେ ରୋଜଗାରରେ କିଛିଟା ପରିବର୍ତ୍ତନ ଦେଖା ଦେଇଥାଏ । ସତ୍ୟ ସନ୍ଧାନରେ ବୁଡି ରହିବେ ।

ଅନେକ ସମୟରେ ଜମିବାଡ଼ି ସମ୍ବନ୍ଧକୁ ନେଇ ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ପାଠପଢ଼ା ଏବଂ ଲେଖନ ଆଦିରେ ଆପଣ ସଫଳ ପାଇବେ । ସ୍ତ୍ରୀଙ୍କ ସହିତ ସମ୍ପର୍କ ଭଲ ରଖି ନଥାନ୍ତି । ବିବାହ ଯୋଗ ୧୯, ୨୧ ଏବଂ ୨୬ ବର୍ଷରେ ବିବାହ ଯୋଗ ରହିଛି । ୧ ରୁ ଅଧିକ ବିବାହର ଯୋଗ ରହିଥାଏ । ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷତି ହେଉଛି ଜନ୍ମ ଠାରୁ ୮ ବର୍ଷ ପର୍ଯ୍ୟନ୍ତ, ୨୮ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଖରାପ ଚାଲିଥାଏ ।

ପରିବାରରେ ଦୁଃଖ, ଅଭାବ , ସନ୍ତାପ, ଅର୍ଥହାନୀ, ସନ୍ତାନ ଯୋଗ, ଅପବ୍ୟୟୀ, ଅଧିକ ଖର୍ଚ୍ଚ କରିବା ଏବଂ ଶରୀର କଷ୍ଟ । ୯ ବର୍ଷରୁ ୨୬ ବର୍ଷ , ୩୮ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ପୂରଣ ହୋଇ ନଥାଏ । ଏଣୁ ଅସମ୍ମାନ, ଚୋରୀ, ମକଦ୍ଦମା ରେ ଆପଣ ଫସି ଯାଇ ପାରନ୍ତି । ତେବେ ବୃଷ ରାଶିର ବ୍ୟକ୍ତିଙ୍କ ଶୁଭ ବାର ହେଉଛି ଶୁକ୍ରବାର । ଅନ୍ୟବାର ଗୁଡିକରେ ସେତେଟା ଶୁଭ ନଥାଏ । ତେବେ ବୃଷ ରାଶି, ମିଥୁନ ରାଶି, ମକର ରାଶି , କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ସହିତ ରଖିଲେ ଅନେକ ସମୟରେ ଲାଭ ହୋଇଥାଏ ।

ଜୀବନର ଶେଷ ଆଡକୁ ଅଶୁଭ ଫଳ ମିଳିଥାଏ । ରୋଗ, ଧନହାନୀ, ଅଯଥା ଖର୍ଚ୍ଚ ହୋଇଥାଏ । ଆପଣଙ୍କର ଶୁଭ ସଂଖ୍ୟା ହେଉଛି ୫, ୬ ଓ ୮ । ଉତ୍ତମ ଫଳ ତୁଳା, କନ୍ୟା , ମିଥୁନ, ମକର , କୁମ୍ଭ ଆପଣଙ୍କ ପାଇଁ ଲାଭକାରୀ ଅଟେ । ଶୁଭ ରଙ୍ଗ ହେଉଛି ଧଳା । ଗ୍ରହ ଶାନ୍ତି ପାଇଁ ରୂପା ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ଠାରେ ପୂଜାକରି ପରିଧାନ କଲେ ଅନେକ ଧନ ବୃଦ୍ଧି ହୋଇଥାଏ ।

ଦେବୀ ଭଗବତୀଙ୍କ ପାଠ, ଅଷ୍ଟମୀ ବ୍ରତ, ଗୋମାତାଙ୍କୁ ପୂଜା କଲେ ଶୁଭ ଫଳ ମିଳିଥାଏ । ବୃଷ ରାଶିର ଲୋକଙ୍କ ପାଇଁ ଶୁଭ ଦିଗ ହେଉଛି ଦକ୍ଷିଣ ଦିଗ । ଆପଣ ଦକ୍ଷିଣ ଦିଗକୁ ଯାତ୍ରା କଲେ ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଘାତବାର ହେଉଛି ଶନିବାର  । ତେବେ ବୃଷ ରାଶିର ଲୋକଙ୍କ ପାଇଁ ଶୁଭ ନମ୍ବର ହେଉଛି ୧, ୩ ଓ ୫ ।

ତେବେ ବୃଷ  ରାଶିର ବ୍ୟକ୍ତିଙ୍କର ଲାଭ ବା ଶୁଭ ସମୟ ୨୬ ରୁ ୨୮ ଏବଂ ୩୦ ବର୍ଷ ମଧ୍ୟରେ ଶୁଭ ସମୟ ହୋଇଥାଏ । କିଛି ନା କିଛି କାର୍ଯ୍ୟ ସମାପନ ହୋଇଥାଏ । ୪୬ ବର୍ଷରୁ ୫୧ ବର୍ଷ ପର୍ଯ୍ୟନ୍ତ ଅତି ଖରାପ , ୫୨ ବର୍ଷ ୭ ମାସରେ ମୃ-ତ୍ୟୁ ତୁଲ୍ୟ କଷ୍ଟ ରହିଛି । ୮୮ ବର୍ଷରୁ ୮୯ ବର୍ଷ ମଧ୍ୟରେ ମୃତ୍ୟୁ ଯୋଗ ରହିଛି ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *