ଦେଖୁ ଦେଖୁ ମାଡି ଆସିଲା ଏକ ଦନ୍ତା ହାତୀ, ବସ କୁ ପଛରୁ ପେଲି ପେଲି ନେଇ… ଆଉ ତା’ପରେ ଯାହା ହେଲା ଦେଖିଲେ ଆପଣ ବି ଛାନିଆ ହୋଇଯିବେ, ଦେଖନ୍ତୁ ଏହି video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ନିଶ୍ଚୟ ଜାଣିଥିବେ କି ବର୍ତ୍ତମାନ ହାତୀ ମାନଙ୍କ ର ଆକ୍ରମଣ ବହୁତ ବଢି ଗଲାଣି ସେମାନେ ଜଂଗଲ ଛାଡି ଭୋଜନ ଖୋଜିବା ପାଇଁ କେଉଁ ଆଡେ ବି ପଳେଇ ଆସୁଛନ୍ତି ଏବଂ ଏହା ଦ୍ୱାରା କେତେବେଳେ ତାଙ୍କର ମୃତ୍ୟୁ ଘଟୁଛି ତ କେତେବେଳେ ସେମାନେ କୌଣସି ବିପଦ ରେ ପଡୁଛନ୍ତି । ଏହା ଛଡା ସେମାନେ ଲୋକ ମାନଙ୍କ ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି ଏବଂ ଫସଲ ସବୁକୁ ମଧ୍ୟ ନଷ୍ଟ କରି ଦେଉଛନ୍ତି ।

ତେବେ ତେବେ ମଣିଷ ନିଜ ସୁଖ ସୁବିଧା ପାଇଁ ଜଙ୍ଗଲ ଆଦି କୁ ନଷ୍ଟ କରି ସେଠାରେ ବାସ କରୁଛି କିମ୍ବା ନିଜ ସୁଖ ସୁବିଧା ପାଇଁ ଅନେକ କାରଖାନା ସ୍ଥାପନ ମଧ୍ୟ କରୁଛି । ତେବେ ମଣିଷ ର ଏହି ଭୁଲ ର ପରିଣାମ ଜଙ୍ଗଲ ଭିତରେ ଥିବା ପଶୁ ପକ୍ଷୀ ମାନଂକୁ ଭୋଗିବାକୁ ପଡୁଛି । ସେମାନେ ବାସ ହରା ହୋଇ ଯାଉଛନ୍ତି ଏବଂ ଖାଦ୍ୟ ମଧ୍ୟ ପାଉ ନାହାଁନ୍ତି । ତେଣୁ ସେମାନେ ବାଧ୍ୟ ହୋଇ ସହର କୁ କିମ୍ବା ଜଙ୍ଗଲ ବାହାରକୁ ଆସି ଯାଉଛନ୍ତି ।

ସେମାନେ କାହାକୁ କ୍ଷତି ପହଞ୍ଚାଇବା ପାଇଁ ଆସନ୍ତି ନାହିଁ ବରଂ ନିଜ ଭୋକ କୁ ମେଣ୍ଟେଇବା ପାଇଁ ଅର୍ଥାତ ଖାଦ୍ୟ ର ସନ୍ଧାନ କରି ସେମାନେ ସହର ଭିତରକୁ ଆସି ଯାଉଛନ୍ତି । ତେବେ ଲୋକମାନେ ସେମାନଂକୁ ଦେଖି ଭୟବିତ ହୋଇ ସେମାନଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ତେବେ ଏହି କାରଣ ଯୋଗୁଁ ବାଘ,ଭାଲୁ ହାତୀ ଆଦି ଙ୍କ ର ସଂଖ୍ୟା କମିବାରେ ଲାଗୁଛି । କିଛି ଲୋକମାନେ ଙ୍କ ଅନୁସାରେ ଯେପରି ସବୁଠାରୁ ବଡ଼ ପଶୁ ଡ଼ାଇନେସର ର ଵଂଶ ଲୋପ ପାଇ ଯାଇଛି ସେହି ପରି ଏବେ ହାତୀ ର ଵଂଶ ମଧ୍ୟ ଲୋକ ପାଇଯିବ ।

କାରଣ ପ୍ରାୟତଃ ଅନେକ ସମୟରେ ସେମାନଙ୍କ ମୃତ୍ୟୁ ର ଖବର ଶୁଣିବାକୁ ମିଳିଥାଏ କେଉଁଠି କରେଣ୍ଟ ଲାଗି ତ କେଉଁଠି ଖାଲ ରେ ଗଳି । ତେବେ କିନ୍ତୁ ଆଜି ଆମେ ଆପଣ ଙ୍କୁ ଯେଉଁ ଘଟଣା ବିଷୟରେ କହିବୁ ତାହା ବହୁତ ଭୟାନକ ଘଟଣା ହେଉ ହେଉ ବଞ୍ଚିଗଲା । ତେବେ ଘଟଣା ଟି କିଛି ଏପରି କି କାଲି ଏକ ଦନ୍ତା ହାତୀ ଏକ ଯାତ୍ରୀବାହୀ ବସକୁ ଠେଲି ଠେଲି ନେଇ ଯାଉଥିବା ଦେଖିବାକୁ ମିଳିଛି ।


ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଟିକପଦା ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ସୂଚନା ଅନୁଯାୟୀ  ବାଲେଶ୍ୱର ଜିଲ୍ଲା ଓଲମରାରୁ ତାରିଣୀ ନାମକ ଏକ ଯାତ୍ରୀବାହୀ ବସ  ଯାତ୍ରୀଙ୍କୁ ନେଇ ରାସଗୋବିନ୍ଦପୁର ପଟେ ଆସୁଥିବା ବେଳେ ଏଭଳି ଘଟଣା ଘଟିଛି । ବସ କୁ ଦନ୍ତା ହାତୀ ପଛପଟୁ ବେଶ କିଛି ଦୂର ପେଲି ନେଇଥିବା ଦେଖିବାକୁ ମିଳିଛି । ତେବେ ବସର କିଛି କାଚ ଭାଙ୍ଗିଥିବାବେଳେ ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି ତେବେ ଏହି ଘଟଣା ଟି ବର୍ତ୍ତମାନ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *