ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବସ୍ ଡ୍ରାଇଭର ଙ୍କ ପୁଅ ବର୍ତ୍ତମାନ ସୁପରଷ୍ଟାର।ଦିନେ ମାତ୍ର ତିନି ଶହ ଟଙ୍କା ନେଇ ଘରୁ ବାହାରିଥିଲେ ନିଜ କ୍ୟାରିଅର ଗଢ଼ିବା ପାଇଁ। ଆଉ ବର୍ତ୍ତମାନ ତାଙ୍କ ଫିଲ୍ମ ବକ୍ସ ଅଫିସ ରେ ଅଢେ଼ଇ କୋଟି ର ବ୍ୟାପାର କରୁଛି।ରିଜନାଲ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ କାମ କରିବ ତ ଆଗକୁ ବଢ଼ି ପାରିବ ନାହିଁ କୁହା ଯାଉଥିବା ବେଳେ ଏବେ ଏଭଳି ସମୟ ଆସିଛି ଯେ, ଗୋଟିଏ ହିରୋ ନିଜ ଆକ୍ସନ ଏବଂ ଲୁକ ବଦଳ ରେ ରିଜନାଲ ଫିଲ୍ମ କୁ ବିଶ୍ୱ ଦରବାରରେ ଆଣି ଛିଡ଼ା କରାଇଛନ୍ତି।
ଆମେ ଆପଣ ମାନଙ୍କୁ ଯେଉଁ ହିରୋ ଙ୍କ କଥା କହୁଛୁ ସେ ଅନ୍ୟ କେହି ନୁହନ୍ତି ସେ ହେଉଛନ୍ତି କନ୍ନଡ଼ ସୁପରଷ୍ଟାର ତଥା ରକିଂ ଷ୍ଟାର ୟସ। ୟସ କର୍ଣ୍ଣାଟକ ର ହୁସନ ଜିଲ୍ଲା ର ଏକ ଛୋଟ ଗାଁ ର ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ପିତା ଟ୍ରାନପୋର୍ଟ ସର୍ଭିସ ରେ କାମ କରନ୍ତି ଏବଂ ମାଆ ଜଣେ ଗୃହିଣୀ ଅଟନ୍ତି।ପୁଅ ଆଜି ର ଦିନ ରେ ଜଣେ ସୁପରଷ୍ଟାର ହୋଇଥିଲେ ମଧ୍ୟ ବାପା ବର୍ତ୍ତମାନ ମଧ୍ୟ ବସ୍ ଡ୍ରାଇଭର ଭାବରେ କାମ କରନ୍ତି।
ଇଣ୍ଡଷ୍ଟ୍ରୀ ରେ ୟସ ନାମରେ ବେଶ ପରିଚିତ ଥିବା ଏହି ହ୍ୟାଣ୍ଡସମ ହଙ୍କ ଙ୍କ ପ୍ରକୃତ ନାମ ହେଉଛି ନବୀନ ଗୌଡ଼।ନିଜ ପାଠପଢା ସାରି ପ୍ରଥମେ ଡ୍ରାମା ଗ୍ରୁପ ରେ ଯୋଗ ଦେଇଥିଲେ ୟସ।୨୦୦୫ ମସିହାରେ ସିରିଆଲ ନନ୍ଦା ଗୋକୁଲା ଜରିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।ପରେ ଅନେକ ଗୁଡ଼ିଏ ସିରିଆଲ ରେ ମଧ୍ୟ କାମ କରିଛନ୍ତି ୟସ।କ୍ୟାରିଅର ଆରମ୍ଭ ରୁ ତାଙ୍କୁ ଅନେକ କଷ୍ଟ ର ସମ୍ମୁଖୀନ ହେବାକୁ ପଡ଼ିଥିଲା।
କିନ୍ତୁ ୨୦୧୦ ମସିହାରେ ଫିଲ୍ମ ମୋଦଲସାଲା ରେ ମିଳିଥିଲା ସଫଳତା। ଏହା ପରେ ତାଙ୍କ କ୍ୟାରିଅର ରେ ଆସିଥିଲା ନୂତନ ମୋଡ଼।ଫିଲ୍ମ ଟି ଭଲ ବ୍ୟବସାୟ କରିବା ସହିତ ତାଙ୍କ ଅଭିନୟ କୁ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ।ତେବେ ଏହା ପର ଠାରୁ ଆଉ ପଛକୁ ଫେରି ନାହାନ୍ତି ୟସ। ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଚାଲିଲେ।ଶେଷରେ ୨୦୧୮ ମସିହାରେ ତାଙ୍କୁ ମିଳିଲା ଅପୂର୍ବ ସଫଳତା।
କେଜିଏଫ ଚାପ୍ଟର ୧ ର ରକି ଭାଇ ଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଲୋକମାନେ ୟସ ନାଁ କୁ ଭୁଲି ରକି ଭାଇ ବୋଲି ଡାକିବାକୁ ଲାଗିଲେ।ଫିଲ୍ମ ଟି ବିଗ୍ ବଜେଟ ର ଥିଲା।ରାତାରାତି ୟସ ଙ୍କ ଡିମାଣ୍ଡ ମଧ୍ୟ ବଢ଼ିଗଲା। କନ୍ନଡ଼ ଇଣ୍ଡଷ୍ଟ୍ରୀ ର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ହେଲା କେଜିଏଫ ୧ ଏବଂ ବର୍ତ୍ତମାନ ଆସୁଛି କେଜିଏଫ ୨।ଯାହାକି ତାଙ୍କ କ୍ୟାରିଅର କୁ ଆହୁରି ଶିଖର କୁ ନେଇଯିବ।
ଗୋଟିଏ ଫିଲ୍ମ ପାଇଁ ୟସ ୧୫ କୋଟି ଟଙ୍କା ଚାର୍ଜ କରନ୍ତି ବୋଲି ସୂଚନା ମିଳିଛି।କନ୍ନଡ଼ ଅଭିନେତ୍ରୀ ରାଧିକା ପଣ୍ଡିତ ଙ୍କୁ ବିବାହ କରିଛନ୍ତି ୟସ।ଦୀର୍ଘ ସମୟ ଧରି ରିଲେସନ ରେ ରହିବା ପରେ ଉଭୟ ୨୦୧୬ ମସିହା ଡିସେମ୍ବର ୯ ତାରିଖରେ ପରସ୍ପର ଙ୍କୁ ବିବାହ କରିଥିଲେ।ଉଭୟ ଙ୍କ ଦୁଇ ଜଣ ସନ୍ତାନ ମଧ୍ୟ ରହିଛନ୍ତି।ତେବେ ଆପଣ ମାନଙ୍କୁ କନ୍ନଡ଼ ର ଏହି ସୁପରଷ୍ଟାର ୟସ ଏବଂ ତାଙ୍କ ଅଭିନୟ କିପରି ଲାଗେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ