Chanakya Niti- ବୁଦ୍ଧିମାନ ବ୍ୟକ୍ତି ଏହି 4 ଟି କଥା କେବେ ବି କାହାକୁ କୁହନ୍ତି ନାହିଁ, ଜୀବନରେ ସଫଳ ହେବାକୁ ଚାହୁଁଥିଲେ ନିଶ୍ଚୟ ଜାଣି ରଖନ୍ତୁ…

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ବ୍ୟବହାରିକ ଯେଉଁ ଗୁଡିକ ବଞ୍ଚିବାର ମାର୍ଗ ବହୁତ ପୁରାତନ କାଳରୁ ଦେଖାଇ ଆସୁଛି । ଚାଣକ୍ୟ ଜୀବନ ସହିତ ଜଡିତ ସମସ୍ତ ଅସୁବିଧାର କଥା ତାଙ୍କ ଚାଣକ୍ୟ ନୀତିରେ ବର୍ଣ୍ଣିତ କରିଛନ୍ତି । ଏକ ସୁଖ ଓ ସମୃଦ୍ଧିମୟ ଜୀବନ ପାଇଁ ସେ ତାଙ୍କ ନୀତି ଗ୍ରନ୍ଥରେ ଅନେକ ଉପାୟ ମଧ୍ୟ ଲେଖିଛନ୍ତି । ଚାଣକ୍ୟ ନୀତି ଅନୁସାରେ ବୁଦ୍ଧିମାନ ବ୍ୟକ୍ତି ମାନେ 4ଟି କଥା କାହା ଆଗରେ କହି ନଥାନ୍ତି  ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. ଚାଣକ୍ୟ ନୀତି ଅନୁସାରେ ଯଦି ଆମର ଆର୍ଥିକ କ୍ଷତି ଘଟି ଥାଏ ତେବେ ଏହି କଥା ଅନ୍ୟ କାହା ଆଗରେ କହିବା ଉଚିତ ନୁହେଁ । ଧନ କ୍ଷତି ହେଲେ ଦୁଃଖ ହୋଇଥାଏ କିନ୍ତୁ ଏହି ଦୁଃଖକୁ ଅନ୍ୟ ଆଗରେ ପ୍ରକାଶ କରିବା ମୁର୍ଖାମି ବୋଲି ଚାଣକ୍ୟ କହିଛନ୍ତି । ଚାଣକ୍ୟଙ୍କ ଅନୁସାରେ ଅନ୍ୟକୁ ନିଜ କ୍ଷତି ବିଷୟରେ କହିବା ଦ୍ଵାରା ଲୋକ ହସିଥାନ୍ତି । ଏହା ବଦଳରେ ଆପଣ ମାନେ ନିଜ ସମସ୍ୟାର ସମାଧାନ କରିବା ଉଚିତ ।

୨. ଚାଣକ୍ୟ ନୀତି ଅନୁସାରେ ନିଜର ଦୁଃଖ ଓ ଅସୁବିଧା ବିଷୟରେ ଅନ୍ୟ ଆଗରେ କହିବା ଅନୁଚିତ ଅଟେ । ଆଜିକାଲି ଲୋକମାନେ ଆପଣଙ୍କ ଦୁଃଖ ଶୁଣି ଆପଣଙ୍କ ଦୁଃଖରେ ଦୁଖୀ ହେବେ ହେଲେ ଆପଣଙ୍କ ପଛରେ ସେମାନେ ଅନେକ କଥା କହିବେ । ଏହି ଲୋକମାନେ ପଛରେ ଆପଣଙ୍କର ନିନ୍ଦା କରିବେ ଓ କୂଟନୀତି କରିବେ ତେଣୁ ଏଭଳି ଭୁଲ କେବେ ବି କରନ୍ତୁ ନାହିଁ ।

୩. ଚାଣକ୍ୟ ନୀତି ଅନୁସାରେ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଥିବା ଗୁପ୍ତ କଥାକୁ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ନିଜ ସ୍ତ୍ରୀ ସହ ଆପଣଙ୍କର କିଭଳି ସମ୍ପର୍କ ଅଛି ତାହା ବିଷୟରେ ଅନ୍ୟ କାହାକୁ କୁହନ୍ତୁ ନାହିଁ । ବୁଦ୍ଧିମାନ ବ୍ୟକ୍ତି ନିଜ ସ୍ତ୍ରୀର ଗୁଣ ଓ ଦୋଷ କେବେ ଅନ୍ୟ ଆଗରେ କହେ ନାହିଁ । ସ୍ତ୍ରୀ ହେଉ ବା ପୁରୁଷ ନିଜର ଅସୁବିଧା ଅନ୍ୟ କାହା ଆଗରେ କହିବା ଦ୍ଵାରା ସେମାନେ ନିଜର ଅସୁବିଧା ନିଜେ ହିଁ କରିଥାନ୍ତି ।

୪. ଚାଣକ୍ୟ ନୀତି ଅନୁସାରେ ଯଦି କିଏ ଆପଣଙ୍କୁ କଡା କଥା କହିଥାଏ ତା ହେଲେ ଏହାକୁ ଅନ୍ୟ ଆଗରେ କହିବା ଅନୁଚିତ ଅଟେ । ଖରାପ ଆଚରଣ ଥିବା ବ୍ୟକ୍ତି ଅନ୍ୟକୁ ସର୍ବଦା କଷ୍ଟ ଦେବା ପାଇଁ ଚାହିଁ ଥାନ୍ତି । ଏମିତିରେ ଯଦି ଆପଣ ସେହି କଡା କଥାକୁ ନିଜ ମନ ଭିତରେ ରଖି ଅନ୍ୟ କାହା ଆଗରେ ପ୍ରକାଶ କରିବେ ତା ହେଲେ ଲୋକ ମାନେ ଆପଣଙ୍କର ମଜାକ ଉଡେଇବେ । ତେଣୁ ବନ୍ଧୁଗଣ ଏଭଳି ଭୁଲ କେବେବି କରନ୍ତୁ ନାହିଁ ।

ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *