ବୁଦ୍ଧି ଦେବେ ଆଡଭାନୀ…ଦେଖନ୍ତୁ ପୁରା ଖବର…

ନମସ୍କାର ବନ୍ଧୁଗଣ ତେବେ ବିରୋଧୀ ଏବଂ ଶାସକ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ସରିଛି । ଗତକାଲି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ ମଧ୍ୟ କରିଛନ୍ତି ।  ଏବେ ସମର୍ଥନ ଗୋଟାଇବା ପାଇଁ ବିଭିନ୍ନ ଦଳର ନେତାଙ୍କୁ ଭେଟି ଅନୁରୋଧ କରୁଛନ୍ତି ଦୁଇ ପ୍ରାର୍ଥୀ । ଏହି କ୍ରମରେ ବିପକ୍ଷ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଜୁଲାଇ ୧୮ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ମାଗିଛନ୍ତି ।

ଏହା ସହ ସିହ୍ନା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଫୋନ କରିଛନ୍ତି ଏବଂ ତାଙ୍କ ଦଳ ଜେଏମଏମର ସମର୍ଥନ ମାଗିଛନ୍ତି । ତେବେ ସୂତ୍ରରୁ ପ୍ରକାଶ, ଏନସିପି କହିଛି ଯେ ଆମେ ଆମ ଅଭିଯାନ ଆରମ୍ଭ କରିଛୁ ଓ ନିର୍ବାଚନରେ ସମର୍ଥନ ପାଇଁ ସମସ୍ତଙ୍କ ପାଖକୁ ଯିବୁ । ଦଳ ଆହୁରି କହିଛି ଯେ ସିହ୍ନା ସମର୍ଥନ ପାଇଁ ମୋଦୀ ଓ ସିଂହଙ୍କୁ ଫୋନ କରିଛନ୍ତି ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ତାଙ୍କ ଗୁରୁ ତଥା ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାଣୀଙ୍କ ସହ ମଧ୍ୟ ସେ କଥା ହୋଇଛନ୍ତି । ସୂଚନା ଥାଉକି, ସିହ୍ନା ସୋମବାର ପୂର୍ବାହ୍ନରେ ବିରୋଧୀ ଦଳର ନେତାଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିବେ । ଅନ୍ୟ ପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡ଼ାଙ୍କ ନେତୃତ୍ୱାଧିନ ଜନାତା ଦଳ (ସେକୁଲର) ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ରହିଥିବା ଚର୍ଚ୍ଚା ହେଉଛି ।

ତେବେ ସିହ୍ନା ଶୁକ୍ରବାର ପ୍ରଥମେ ଝାଡ଼ଖଣ୍ଡରୁ ନିଜର ଅଭିଯାନ ଆରମ୍ଭ କରିବା ନେଇ ଯୋଜନା ରହିଥିଲା । ହେଲେ ଏଥିରେ ବିଳମ୍ୱ ହୋଇଛି । କାରଣ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଦିବାସୀ ବର୍ଗରୁ ହୋଇଥିବାରୁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ବିରୋଧୀ ଦଳ ନେତାମାନେ ତାଙ୍କ ସହ ଆଲୋଚନା କରୁଛନ୍ତି । ତେଣୁ ସିହ୍ନା ତାଙ୍କୁ ଭେଟିବାରେ ବିଳମ୍ୱ କରୁଛନ୍ତି ।

ତେବେ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀ ଶନିବାର ରାଜଧାନୀ ଲକ୍ଷ୍ମୌରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ମାୟାବତୀ କହିଛନ୍ତି, ଆଦିବାସୀ ସମାଜକୁ ଏକ ବିଶେଷ ଅଂଶ ଭାବରେ ବିବେଚନା କରି ରାଷ୍ଟ୍ରପତିଙ୍କ ପ୍ରାର୍ଥିନୀ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ ନିଷ୍ପତ୍ତି ନେଇଛି ।

ସେ କହିଛନ୍ତି ଯେ ଆମର ନିଷ୍ପତ୍ତି ନା ବିଜେପି କିମ୍ବା ଏନଡିଏ କିମ୍ବା ବିରୋଧୀ ଦଳଙ୍କ ସମର୍ଥନରେ ନାହିଁ । ଆମର ଦଳ ଏବଂ ଆନ୍ଦୋଳନକୁ ଧ୍ୟାନରେ ରଖି ଆମେ ଏକ ଆଦିବାସୀ ସମାଜର ଜଣେ ଦକ୍ଷ ତଥା ପରିଶ୍ରମୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ସପକ୍ଷରେ ଅଛୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *