ବନ୍ଧୁଗଣ ଗୋଟେ ଗାଁର ଗୋଟେ ସାହି ଏବେ ଖାଲି ହୋଇଯାଇଛି । ବର୍ଷ ବର୍ଷ ଧରି ବାହାରି ଯାଇଛନ୍ତି ଲୋକେ । ବାହାରେ ହନ୍ତସନ୍ତ ହେଉଛନ୍ତି ପଛେ ଗାଁକୁ ଆସୁ ନାହାନ୍ତି । କାରଣ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ଗାଁକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଗାଁ ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ।
ନୟାଗଡ ଜିଲ୍ଲା ରଣପୁର ଗୁଣ୍ଡୁରା ବାରି ଗାଁ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ଗାଁର ପରିଚୟ ହେଉଛି ପୁରୁଷ ଶୂନ୍ୟ ଗାଁ । ମିଡିଆ ରିପୋର୍ଟସ ଅନୁସାରେ ଭୂତ ଭୟରେ ଗାଁ ଛାଡି ଦେଇଛନ୍ତି ଲୋକେ । ପ୍ରତି ପରିବାରରୁ ଜଣେ, ଦୁଇ ଜଣ, ଚାରି ଜଣ ପୁରୁଷଙ୍କ ମୃତ୍ୟୁ ହେବା ପରେ ସତେ ଯେମିତି ସରିଯାଇଛି ସବୁ କିଛି । ଏଠିକା ଲୋକଙ୍କ ପାଇଁ ମୁଣ୍ଡରେ ଓ ମନରେ କେବଳ ଭୟ । ଏବେ କିନ୍ତୁ ଗାଁକୁ ଫେରିଛନ୍ତି ଗୋଟିଏ ପରିବାର ।
ଯେଉଁ ପରିବାରଟି ଫେରିଛି ସେହି ପରିବାରର ଜଣେ ମହିଳା ଗଣମାଧ୍ୟମ ସାମନାରେ ସବୁ କଥା କହିଛନ୍ତି । ମହିଳା ଜଣକଙ୍କ ମତରେ, ମୁଁ ମୋ ପୁଅ ଓ ବୋହୁ ସହ ରହୁଛି । ଏଠି ଅନ୍ଧାରରେ ଆମେ ମାନେ ରହୁଛୁ । ଆଗରୁ ଏଠି ଲାଇନ ଥିଲା ହେଲେ ଗାଁ ଛାଡି ସବୁ ଲୋକେ ଯିବା ପରେ ଲାଇନ ନାହିଁ । ବନ୍ଧୁଗଣ ଅସଲରେ ଅନୁମାନ କରାହେଇଛି କେବଳ ଅନ୍ଧ ବିଶ୍ଵାସ ପାଇଁ ଆଜି ପୁରା ଗାଁଟି ଛାର ଖାର ହୋଇଯାଇଛି ।
ହୁଏତ ଲୋକେ ନିଜେ ନିଜେ ଭାବି ଦେଇଛନ୍ତି ଗାଁରେ ଭୂତ ଅଛି ନଚେତ କେହି ଜଣେ ସେମାନଙ୍କ ମୁଣ୍ଡରେ ଭର୍ତ୍ତି କରିଦେଇଛି ଯେ ତାଙ୍କ ଗାଁରେ ଭୂତ ଅଛି । ଭୂତ ଭୟରେ କିଏ କୁଆଡେ ଗାଁ ଛାଡି ଚାଲି ଯାଇଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ଲୋକେ ଏଠି ଜୀବନ ଛାଡୁ ଛନ୍ତି । ହୁଏତ ଲୋକଙ୍କ ପାଖକୁ କେହି ସ୍ୱାସ୍ଥ୍ୟ କର୍ମୀ ଯାଇ ପୂର୍ବରୁ ଯଦି ବୁଝାଇ ଥାନ୍ତେ ଲୋକେ ହୁଏତ ବୁଝି ଯାଇଥାନ୍ତେ ଓ ପରିସ୍ଥିତି ଆଜି ଏଭଳି ହୋଇ ନଥାନ୍ତା ।
ଯେତିକି ଲୋକ ଏହି ଗାଁରେ ମରିଛନ୍ତି ତାଙ୍କର କିଡ୍ନି ଜନିତ ରୋଗ ଥିଲା । ହୁଏତ ପ୍ରଶାସନ ଲୋକଙ୍କୁ ସେତିକି ସଚେତନ କରିପାରି ନାହିଁ ଯାହାଫଳରେ ଲୋକେ ଅଯଥା ହଇରାଣ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।