ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ବୃଷ ରାଶି ବ୍ୟକ୍ତିମାନଙ୍କ ବିଷୟରେ ଏପରି କିଛି ଗୁପ୍ତ କଥା ଜାଣିବା ଯାହା ନିଶ୍ଚିତ ରୂପେ ଆପଣଙ୍କୁ ପସନ୍ଦ ଆସିବ । ବୃଷ ରାଶିକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି ଯଥା ୩/୨ କୃତ୍ତିକା ନକ୍ଷତ୍ର ବୃଷ ରାଶି ଏମାନେ ହେଉଛନ୍ତି ଦାନବ ଗଣ, ୪/୨ ରୋହିଣୀ ନକ୍ଷତ୍ର ବୃଷ ରାଶି ଏମାନେ ହେଉଛନ୍ତି ମାନବ ଗଣ, ୫/୨ ମୃଗଶିରା ନକ୍ଷତ୍ର ବୃଷ ରାଶି ଏମାନେ ହେଉଛନ୍ତି ଦେବ ଗଣ ।
ତେବେ ବୃଷ ରାଶି ମାନଙ୍କର ମନ୍ଦ ଗୁଣ ସହଜରେ ରାଗନ୍ତି ନାହିଁ ଏବଂ ଯଦି କେବେ ରାଗି ଯାଆନ୍ତି ତାହେଲେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି, ସ୍ତ୍ରୀ ଜାତି ପ୍ରତି ଆଗ୍ରହୀ ହୋଇଥାନ୍ତି ତେଣୁ ବିନା ବିଚାରରେ ଅର୍ଥ ବର୍ବାଦ କରିଥାନ୍ତି । ବୃଷରାଶି ବ୍ୟକ୍ତିଙ୍କର ଫୁସ୍ ଫୁସ୍ ରୋଗ, କୋଷ୍ଟକାଠିନ ରୋଗ, ନିମୁନିଆ ରୋଗ, ପୃଷ୍ଟିହୀନତା, ଘଣ୍ଟିକା, ନାଶା ରୋଗ, ଡାଇଭେଟିସ୍ ରୋଗ, ଗୁପ୍ତ ରୋଗ ଏବଂ ମୁଖ ରୋଗ ଏମାନଙ୍କର ହୋଇଥାଏ ।
ତେବେ ବୃଷ ରାଶି ବ୍ୟକ୍ତି ମାନଙ୍କର ବ୍ୟବସାୟ ହେଉଛି ଶିଳ୍ପ ପ୍ରତିଷ୍ଠା, ଗ୍ରନ୍ଥ ପ୍ରଚାରକ, ଅଧ୍ୟାପକ, ଚିକିତ୍ସା, ଆଇନ, ସୁଗନ୍ଧ ଦ୍ରବ୍ୟ ବିକ୍ରି, କୃଷି ଏବଂ ପଶୁ ପାଳନ ଆଦି ଜୀବିକା କରିଥାନ୍ତି । ବୃଷ ରାଶିମାନଙ୍କର ଅଶୁଭ ତାରିଖ ଗୁଡ଼ିକ ହେଲା ପ୍ରତି ମାସର ୫,୧୦, ୧୪ ଏବଂ ୨୦ ତାରିଖ ଅଶୁଭ ଅଟେ ଏବଂ ଶନିବାର ଅଶୁଭ ଅଟେ ଏବଂ ଲାଲ୍ ରଙ୍ଗର ବସ୍ତ୍ର ଓ ଦ୍ରବ୍ୟ ଅଶୁଭ ଅଟେ । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଥାଏ ।
ଜନ୍ମସ୍ଥାନ ଛାଡି ଦୂରରେ ରହିଲେ ରୋଜଗାରରେ କିଛିଟା ପରିବର୍ତ୍ତନ ଦେଖା ଦେଇଥାଏ । ଅନେକ ସମୟରେ ଜମି ବାଡିକୁ ନେଇ ପାରିବାରିକ ସୁଖକୁ ନେଇ ଅଶାନ୍ତି ରହିଥାନ୍ତି । ପଢା ଲେଖାରେ ସଫଳତା ପାଇଥାଆନ୍ତି । ଛୋଟ ଛୋଟ କଥାରେ କଟି ପକାଇଦେଇଥାନ୍ତି ଏବଂ ସ୍ତ୍ରୀ ସହିତ ସମ୍ପର୍କ ଟିକିଏ ଭଲ ରଖି ନଥାନ୍ତି । ବିବାହ ୧୪, ୨୧ ଏବଂ ୨୬ ବର୍ଷରେ ବିବାହର ଯୋଗ ଥାଏ । ୧ ରୁ ଅଧିକ ବିବାହର ଯୋଗ ଥାଏ ।
ତେବେ ବୃଷ ରାଶି ମାନଙ୍କର କ୍ଷତି ହେଉଛି କ୍ଷତି ହେଉଛି ଜନ୍ମ ଠାରୁ ୮ ବର୍ଷ ପର୍ଯ୍ୟନ୍ତ, ୨୮ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଖରାପ ଚାଲିଥାଏ । ପରିବାରରେ ଦୁଃଖ, ଅଭାବ, ସୁଖ, ସନ୍ତାପ, ଅର୍ଥହାନୀ, ସନ୍ତାନର ଯୋଗ, ଅପବେୟ କରିବା ଏବଂ ଶରୀରରେ ଶରୀରରେ କଷ୍ଟ ଅନୁଭବ ହୋଇଥାଏ । ୯ ବର୍ଷରୁ ୨୬ ବର୍ଷ, ୩୭ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ପୂରଣ ହୋଇନଥାଏ ଏଣୁ ବଦନାମ, ଚୋରି, ମିଛ କେସ୍ ମକଦ୍ଦମାରେ ପଶିଯାଇ ପାରନ୍ତି ।
ବୃଷ ରାଶି ବ୍ୟକ୍ତି ମାନଙ୍କର ଲାଭ ବା ଶୁଭ ସମୟ ୨୬ ରୁ ୨୮ ଏବଂ ୩୦ ବର୍ଷ ମଧ୍ୟରେ ଶୁଭ ସମୟ ହୋଇଥାଏ । ଅତି ଖରାପ ୫୨ ବର୍ଷ ୭ ମାସରେ ମୃତ୍ୟୁ ତୁଲ୍ୟ କଷ୍ଟ ଅଛି । ୮୮ ବର୍ଷରୁ ୮୯ ବର୍ଷ ମଧ୍ୟରେ ମୃତ୍ୟୁ ଯୋଗ ଅଛି । ବୃଷ ରାଶି ବ୍ୟକ୍ତିମାନଙ୍କର ମନ୍ଦ ଗୁଣ ଆପଣଙ୍କ ଜୀବନରେ ୧ରୁ ଅଧିକ ସ୍ତ୍ରୀଲୋକ ଠାରୁ ମିତ୍ରତା ଥିଲେ ହିଁ କିଛି ସ୍ତ୍ରୀଲୋକ ଶତ୍ରୁ ପାଲଟି ଯିବେ ଏଣୁ ସାବଧାନ ହୋଇ ଚଳନ୍ତୁ । ଶୁଭବାର ହେଉଛି ଶୁକ୍ରବାର ।
ପ୍ରତିବର୍ଷ ନଭେମ୍ବର ମାସ ୫, ୧୦, ୧୪, ୨୦ ଏବଂ ଶନିବାରରେ ଅଶୁଭ ଦାୟକ ଅଟେ । ବୃଷ ରାଶି ମିଥୁନ ରାଶି ମକର ରାଶି କୁମ୍ଭ ରାଶି ବ୍ୟକ୍ତିଙ୍କ ସହିତ ମିତ୍ରତା ରଖିଲେ ଅନେକ ସମୟରେ ଲାଭ ହୋଇଥାଏ । ଆପଣଙ୍କର ଶୁଭ ସଂଖ୍ୟା ହେଉଛି ୫,୬ ଏବଂ ୮ । ଉତ୍ତମ ଫଳ ତୁଳା, ବୃଷ, ମିଥୁନ, କନ୍ୟା, ମକର ଏବଂ କୁମ୍ଭ । ଗ୍ରହ ଶାନ୍ତି ପାଇଁ ରୂପା ଶୁକ୍ରବାରରେ ଶୁକ୍ର ଗ୍ରହଙ୍କ ଥରେ ପୂଜାକରି ପିନ୍ଧିଲେ ଅନେକ ଧନ ବୃଦ୍ଧି ହୋଇଥାଏ ।
ତେବେ ଦେବୀ ଭଗବତୀଙ୍କ ପାଠ, ଅଷ୍ଟମୀ ପାଠ ଏବଂ ଗୋପୂଜା କଲେ ଶୁଭ ହୋଇଥାଏ । ବୃଷ ରାଶି ବ୍ୟକ୍ତିଙ୍କର ଶୁଭ ଦିଗ ହେଉଛି ଦକ୍ଷିଣ ଦିଗ ଆପଣ ଦକ୍ଷିଣ ଦିଗକୁ ଯାତ୍ରା କଲେ ଶୁଭ ହୋଇଥାଏ । ଘାତବାର ଶନିବାର । ବୃଷ ରାଶି ବ୍ୟକ୍ତିଙ୍କର ଲକି ନମ୍ୱର୍ ୧,୩ ଏବଂ ୫ । ଘାଟି ୨ ବର୍ଷ ୩ ମାସ, ୩ ବର୍ଷ ୫ ମାସ, ୫ ବର୍ଷ, ୬ ବର୍ଷ, ୯ ବର୍ଷ, ୧୨ ବର୍ଷ ଓ ୧୬ ବର୍ଷ, ୨୨ ବର୍ଷ, ୨୪ ବର୍ଷ, ୨୮ ବର୍ଷ, ୩୨ ବର୍ଷ, ୩୪ ବର୍ଷ, ୪୨ ବର୍ଷ, ୪୬ ବର୍ଷ, ୫୨ ବର୍ଷ, ୬୩ ବର୍ଷ, ୬୪ ବର୍ଷ ଏବଂ ୭୯ ବର୍ଷରେ ନାନାଦି କ୍ଷତି, ରୋଗ ଏବଂ ଅପମୃତ୍ୟୁ ମଧ୍ୟ ହୋଇଥାଏ । ବୃଷ ରାଶିର ଛାତ୍ରଛାତ୍ରୀ ପଢ଼ାପଢ଼ିରୁ ମନ ଛାଡି ଅଳସୁଆ ହୋଇଥାନ୍ତି । ଏବେ ଜାଣିବା ପରମ ଆୟୁ ବା ଆୟୁଷ । ୩/୨ ର ଆୟୁଷ ୮୦ ବର୍ଷ, ୪/୨ ର ଆୟୁଷ ୯୦ ବର୍ଷ, ୫/୨ ର ଆୟୁଷ ୮୩ ବର୍ଷ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।