ବ୍ରେକଫାଷ୍ଟରେ କଣ ଖାଇବେ ? କଣ ଖାଇବେ ନାହିଁ ? Dr Mousumi Mishra

ବନ୍ଧୁଗଣ ଯେତେବେଳେ ଗୋଟେ ଶିଶୁ ଜନ୍ମ ହୁଏ ସେତେବେଳେ ସେ ୩ କିଲୋର ଥାଏ ଏହା ପରେ ସେ ଧୀରେ ଧୀରେ ବଢି ଥାଏ ବଢିଥାଏ ମାନେ ତାକୁ ପୃଷ୍ଟି ଦରକାର । ଆମେ ଦେଖୁଛି ତାର ଉଚ୍ଚତା ବଢୁଛି ନଚେତ ତାର ଓଜନ ବଢୁଛି ହେଲେ ଅସଲରେ ତାର ସେଲ ଡିଭିଜନ ହେଉଛି । ସେଥିପାଇଁ ଆମକୁ ଦରକାର ପୋଷଣ ଯାହା ଖାଦ୍ୟରୁ ଆମକୁ ମିଳୁଛି । ପୋଷଣ କହିଲେ ଉତ୍ତମ ଖାଦ୍ୟରୁ ଯାହା ଆମେ ପାଇଥାଉ ।

ଯେତେବେଳେ ଆମେ ଖାଦ୍ୟ ଖାଉଛୁ ତାର ପ୍ରତ୍ୟକ ଜିନିଷ ଆମ ଦେହରେ ଲାଗୁ ନାହିଁ ତାର କିଛି ଖଦରା ଅଂଶ ବାହାରି ଯାଉଛି । ଖାଦ୍ୟର ଯେଉଁ ଜିନିଷ ଆମ ଦେହରେ ଲାଗୁଛି ଆମେ ତାକୁ ପୋଷଣ କହିଥାଉ । ବନ୍ଧୁଗଣ ପୋଷଣ କହିଲେ ଗୋଟେ ଶିଶୁ ପାଇଁ ଅଲଗା, ଗୋଟେ ଖେଳାଳି ପାଇଁ ଅଲଗା ଓ ଗୋଟେ ବୁଢା ବୁଢୀଙ୍କ ପାଇଁ ମଧ୍ୟ ଅଲଗା ହୋଇଥାଏ ।

ଗୋଟେ ମହିଳା ପାଇଁ ପ୍ରତିଦିନ ୧୫୦୦ ରୁ ୧୮୦୦ କିଲୋ କ୍ୟାଲେରୀ ଦରକାର । ତେଣୁ ପ୍ରତ୍ୟକ ଦିନ ସେତିକି ଖାଦ୍ୟ ସେ ଖାଇବା ଦରକାର । ସେମିତି ପୁରୁଷ ମାନଙ୍କ ପାଇଁ ୨୦୦୦ କିଲୋ କ୍ୟାଲେରୀ ପ୍ରତ୍ୟକ ଦିନ ଦରକାର । ଛୁଆ ମାନଙ୍କ ପାଇଁ ସବୁଦିନ ୧୨୦୦ କିଲୋ କ୍ୟାଲେରୀ ଖାଦ୍ୟ ଦରକାର ଆଉ ତାହା ସୁଖାଦ୍ୟ ହୋଇଥିବା ଦରକାର ଯେଉଁଥିରେ କାର୍ବୋହାଇଡ୍ରେତ, ଫ୍ୟାଟ, ପ୍ରୋଟିନ ଓ ମିନିରାଲ୍ସ ରହିଥିବା ଦରକାର ।

ବନ୍ଧୁଗଣ ମଣିଷଙ୍କ ଦୈନଦିନ ଜୀବନରେ ବ୍ରେକଫାଷ୍ଟର ସବୁଠାରୁ ବଡ ଗୁରୁତ୍ଵ ରହିଛି । ଯେମିତି ଗୋଟେ ଗାଡି ପାଇଁ ସକାଳେ କିକ୍ ଷ୍ଟାର୍ଟ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ସେହିଭଳି ମଣିଷକୁ ବ୍ରେକଫାଷ୍ଟର ଆବଶ୍ୟକତା ରହିଛି । ଏହି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କର ଖାଦ୍ୟ ପେୟର କୌଣସି ସଠିକ ସମୟ ନାହିଁ ।ଆପଣ ମାନଙ୍କୁ ସବୁଦିନ ସକାଳେ ଠିକ ସମୟରେ ଠିକ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ।

ଯଦି ଆପଣଙ୍କ ଖାଦ୍ୟ ପେୟର କୌଣସି ଠିକ ସମୟ ନଥିବ ତା ହେଲେ ଆପଣ ଯାହା ବି ଖାଇବେ ତାହା ଚର୍ବିରେ ବଦଳିଯିବ ଓ ଆପଣ ମୋଟାପଣର ଶିକାର ହେବେ । ଆପଣ ମାନେ ସକାଳେ ଉଠିବା ପରେ ସର୍ବ ପ୍ରଥମେ ଏକ ଗ୍ଳାସ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଲେମ୍ବୁ ପାଣି ପିଇବା ପରେ ଆପଣ ଅଧ ଘଣ୍ଟା ପରେ ଆପଣ ବ୍ରେକଫାଷ୍ଟ କରନ୍ତୁ ।

ଆପଣ ମାନେ ଚାହିଁଲେ ବ୍ରେଡ ଓ କ୍ଷୀର ଖାଇ ପାରିବେ । ଏହା ସହିତ ଆପଣ ଅଣ୍ଡା ପୋଚ ବା ଅଣ୍ଡା ଶିଜା ଖାଇ ପାରିବେ କିମ୍ବା ଆପଣ ମାନେ କିଛି ଭେଜିଟେବୁଲକୁ ସିଯାଇ ସୁପ ଭଳି ଖାଇ ପାରିବେ । ଏହି ସବୁ ଖାଦ୍ୟ ଗୁଡିକ ଆପଣ ବହୁତ ସହଜରେ ନିଜ ଘରେ ବନେଇ ଖାଇ ପାରିବେ । ଏହି ସବୁ ଖାଦ୍ୟ ଖାଇଲେ ଆପଣଙ୍କ ଶରୀରକୁ ଠିକ ମାତ୍ରାରେ ପୋଷଣ ମିଳିବ ।

ତେବେ ଏହି ଲେଖାଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *