୮୦ ଫୁଟ ଗଭୀର ବୋରୱେଲରେ ଫସିଛି ୧୧ ବର୍ଷର ବାଳକ, କିପରି ଚାଲିଛି ଉଦ୍ଧାର ଦେଖିଲେ ଛାତି ଥରି ଉଠିବ, ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଛତିଶଗଡ ରେ ବୋରୱେଲ ଭିତରେ ଫସିଛି ୧୨ ବର୍ଷ ର ନାବାଳକ । ତାକୁ ସୁରକ୍ଷିତ ଉଦ୍ଧାର କରିବା ନିମନ୍ତେ ଚାଲିଛି ଅପରେସନ । ଉଦ୍ଧାର କାର୍ଯ୍ୟ ରେ ଲାଗିଛି ଇଣ୍ଡିଆରେଫ ଟିମ । ତେବେ ଅପରେସନ ପାଇଁ ସେନାର ସହାୟତା ଲୋଡା ଯାଇଅଛି । ଗଭୀର ବୋରୱେଲ ଗାତରେ ଫସିଛି ରାହୁଲ । ଗାତ ଭିତରେ ରହି ମଝିରେ ମଝିରେ ଶୁଭୁଛି କାନ୍ଦ ଶବ୍ଦ । ଦୁଇଦିନ ଧରି ଚାଲିଛି ରେସକ୍ୟୁ ଅପରେସନ ।

୬୦ ଫୁଟ ରୁ ଅଧିକ ଖୋଳା ସାରିବା ପରେ ରାହୁଲ ପାଖରେ ପହଞ୍ଚିବା ଲାଗି ଟନେଲ କରାଯାଇଅଛି । ତେବେ ଏହି ଟନେଲ ରେ ପଥର ପଡିବାରୁ ଉଦ୍ଧାର କାମ ବିଳମ୍ବ ହେଉଅଛି । ଏଣେ ପଥର ଫଟାଇବା ଲାଗି ସାବଧାନତା ଅବଲମ୍ବନ କରାଯାଉଅଛି । ଏବଂ ରାହୁଲ କୁ ବଞ୍ଚାଇବା ଲାଗି ପୋଲିସ, ପ୍ରଶାସନ, ଏବଂ ଉଦ୍ଧାରକାରୀ ଦଳ ଚେଷ୍ଟା ଚଳାଇଛନ୍ତି । ପାଇପ ଜରିଆରେ ଲଗାତାର ଅକ୍ସିଜେନ ଯୋଗାଣ ଚାଲିଛି ।

ରାହୁଲ ପାଖକୁ ଖାଦ୍ୟ ସାମଗ୍ରୀ ମଧ୍ୟ ପଠାଯାଉଅଛି ସି-ସି-ଟି-ଭି ମାଧ୍ୟମରେ ନାବାଳକ ର ଗତିବିଧି ଉପରେ ନଜର ରଖାଯାଇଅଛି । ବୋରୱେଲ ଭିତରେ ସେ ହଲଚଲ ହେବାର ମଧ୍ୟ ଦେଖାଯାଉଅଛି । ବାପା, ମା’ ଏବଂ ପରିଜନ ଙ୍କ ଶବ୍ଦ ଶୁଣି ରାହୁଲ ପ୍ରତିକ୍ରିୟା ଦେଉଛି ଉଦ୍ଧାର କାର୍ଯ୍ୟରେ ଇଣ୍ଡିଆରଏଫ, ଏଚଡିଆରଏଫ ଟିମ ଲାଗିପଡିଛନ୍ତି ।

ଘଟଣା ସ୍ଥଳରେ ସଜାଗ ମଧ୍ୟ ରହିଅଛି ଡାକ୍ତରୀ ଦଳ ଏବଂ ଆମ୍ବୁଲାନ୍ସ । ପ୍ରାୟ ୪୦ ଘଣ୍ଟା ଟପିଲାଣି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସଫଳତା ହାତରେ ଲାଗିନାହିଁ । ଗତ ଶୁକ୍ରବାର ସନ୍ଧ୍ୟା ୪ ଟା ସମୟରୁ ପ୍ରୟାସ ଜାରି ରହିଅଛି କିଭଳି ଭାବରେ ଉଦ୍ଧାର କରାଯିବ ? ବିଳାସପୁର, ରାୟପୁର, ଜୟପୁର ରୁ ଉଦ୍ଧାର କାରୀ ଟିମ ଆସିଛନ୍ତି ଉଧାର କରିବାକୁ । ଓଡିଶା ରୁ ମଧ୍ୟ ଟିମ ପହଞ୍ଚିଛନ୍ତି । ସବୁଠାରୁ ବଡ କଥା ହେଲା ଯେ ଗୁଜୁରାଟ ର ରୋବର୍ଟ କୁ ମଧ୍ୟ ଗତକାଲି ଅଣାଯାଇଅଛି ।

ରାହୁଲ ଯେଉଁ ବୋରୱେଲ ରେ ପଡିଛି ତାହା ନିକଟରେ ଆଉ ଏକ ଗାତ ତିଆରି ଚାଲିଛି । ଏବଂ ତାକୁ ନେଇ ସୂଡୁଙ୍ଗ ତିଆରି କରି ସେହି ପିଲା ପାଖରେ ପହଞ୍ଚି ସେହି ପିଲା କୁ ଉଧାର କରିବେ । ମାତ୍ର ସେଠାରେ ପଥର ଖସିବା କାରଣରୁ ଅସଫଳ ହୋଇଅଛି ରୋବର୍ଟ ମଧ୍ୟ ସେହି ସ୍ଥାନରେ କିଛି କରିପାରୁ ନାହିଁ । ବଡ କଥା ହେଉଛି ଯେ ସେହି ପିଲା ଟି ମୁକ ଏବଂ ବଧିର ସେହି ପିଲାଟି କଥା କହି ପରେ ନାହିଁ କିମ୍ବା ଶୁଣିପାରେ ନାହିଁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *