ହାଇକୋର୍ଟଙ୍କ ବଡ ନିସ୍ପତି, ଏବେ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବାକୁ ବାଧ୍ୟ ନୁହେଁ !

ବନ୍ଧୁଗଣ ଆଗ କାଳରେ ପୁଅ ଝିଅ ବିବାହ ପରେ ଶାରୀରିକ ସମ୍ପର୍କ ରଖୁଥିଲେ । ହେଲେ ବର୍ତ୍ତମାନ ସମୟ ବଦଳି ଯାଇଛି । ଯୁବପିଢି ମାନେ ପ୍ରେମ ସମ୍ବନ୍ଧ ପରେ ଶାରୀରିକ ସମ୍ପର୍କ ରଖୁଛନ୍ତି । ତେବେ ଯଦି ଜଣେ ବ୍ୟକ୍ତି ଓ ମହିଳା ଶାରୀରିକ ସମ୍ପର୍କ ରଖିଲେ ତା ହେଲେ ପରିବାର ଲୋକେ ସେମାନଙ୍କର ବିବାହ କରି ଦେଉଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମୁମ୍ବାଇ ହାଇ କୋର୍ଟ ଏକ ବଡ ରାୟ ଶୁଣାଇଛି । ଶାରୀରିକ ସଂପର୍କ ରଖିବା ପରେ କେହି ଯଦି ବିବାହ କରିବାକୁ ମନା କରେ ତେବେ ତାହା ପ୍ରତାରଣା ନୁହେଁ ବୋଲି ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି ।

ଏହି ମାମଲାରେ ତଳ କୋର୍ଟ ଜଣେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ବମ୍ବେ ହାଇକୋର୍ଟ ଆଜି ସଂପୃକ୍ତ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ମାମଲାରେ ପ୍ରେମିକା ଅଭିଯୋଗ କରିଥିଲେ ତାଙ୍କ ପ୍ରେମିକ ତାଙ୍କ ସହ ଦୀର୍ଘଦିନ ଶାରୀରିକ ସଂପର୍କ ରଖିବା ପରେ ତାଙ୍କୁ ବିବାହ କରିବାକୁ ମନା କରିଦେଇଛନ୍ତି । ଏନେଇ ପାଲଘର ଠାରେ ରହୁଥିବା ଯୁବକଙ୍କ ଉପରେ ପୋଲିସ ଧାରା ୩୭୬ ଓ ୪୧୭ କ୍ରମରେ ବଳତ୍କାର ଓ ପ୍ରତାରଣା ଭଳି ମାମଲା ଦାଖଲ କରିଥିଲେ ।


ଏହି ମାମଲାରେ ଅତିରିକ୍ତ ସେସନ ଜଜ୍ ୧୯୯୯ ଫେବୃଆରୀ ୧୯ ତାରିଖରେ ସଂପୃକ୍ତ ଯୁବକଙ୍କୁ ବଳାତ୍କାର ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ କରିଥିବା ବେଳେ ଯୁବକଙ୍କୁ ପ୍ରତାରଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ତଳ କୋର୍ଟ ପାଲଘରରେ ରହୁଥିବା କାଶୀନାଥ ଘରାତଙ୍କୁ ଏହି ବିବାହର ପ୍ରତିଶ୍ରୁତି ଦେଇ ୩ ବର୍ଷ ପର୍ଯ୍ୟନ୍ତ ପ୍ରେମିକା ସହ ଶାରୀରିକ ସଂପର୍କ ରଖି ପ୍ରତାରଣା କରିବାର ଅଭିଯୋଗରେ ୧ ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା ।

କାଶୀନାଥ ତଳ କୋର୍ଟଙ୍କ ଏହି ରାୟ ଉପରେ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲାର ଶୁଣାଣି କରି ଜଷ୍ଟିଷ ଅନୁଜ ପ୍ରଭୂଦେଶାଇର ସିଙ୍ଗଲ ବେଞ୍ଚ କାଶୀନାଥଙ୍କୁ ପ୍ରତାରଣା ଅଭିଯୋଗରୁ ମୁକ୍ତ କରିଛନ୍ତି । କୋର୍ଟ କହିଥିଲେ କି ସବୁଦିଗକୁ ତର୍ଜମା କରିବା ପରେ ଜଣାପଡିଛି କି କାଶୀନାଥ ଓ ତାଙ୍କର ପ୍ରେମିକା ୩ ବର୍ଷ ଧରି ଶାରୀରିକ ସଂପର୍କରେ ଥିଲେ ।

ହେଲେ ମହିଳାଙ୍କ ବୟାନରେ ପ୍ରମାଣ ହୋଇପାରି ନାହିଁ କି କାଶୀନାଥ ତାଙ୍କ ସହିତ କୌଣସି ପ୍ରତାରଣା କରିଛନ୍ତି । ବର୍ତ୍ତମାନ ଏହି ଖବରକୁ ନେଇ ସବୁ ଆଡେ ଚର୍ଚା ଚାଲିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମୁମ୍ବାଇ ହାଇ କୋର୍ଟର ଏହି ରାୟଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *