Bollywood ର ଏହି 3 ଫେମସ ଅଭିନେତା କଲେ ଗୋଟିଏ ଝିଅକୁ ହିଁ ପ୍ରେମ, କିନତି ଶେଷରେ ମିଳିଲା ଧୋକା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ତେବେ ବଲିଉଡ ରେ କେତେବେଳେ କିଏ କାହା ପ୍ରେମ ରେ ପଡି ଯାଏ ତାହା କେହି ବି ଜାଣି ନଥାନ୍ତି । ଏହା ସହ କେତେବେଳେ ସେମାନଙ୍କ ସମ୍ପର୍କ ରେ ତିକ୍ତତା ଆସିଯାଏ ତାହା ମଧ୍ୟ କେହି ଜାଣି ପାରନ୍ତି ନାହିଁ । ତେବେ ଏହି ଭଳି ଘଟଣା ବଲିଉଡ ରେ ବହୁତ ଥର ଦେଖିବାକୁ ଏଵଂ ଶୁଣିବାକୁ ମଧ୍ୟ ମିଳିଥାଏ । କେତେବେଳେ ପ୍ରେମ ସମ୍ପର୍କ ତ କେତେବେଳେ ଛାଡପତ୍ର ।

ଏହି ସବୁ ଘଟଣା ବଲିଉଡ ରେ ଅତି ସାମାନ୍ୟ ହୋଇ ଗଲାଣି । ତେବେ ଆପଣ କଣ ଜାଣିଛନ୍ତି କି ନବେ ଦଶକ ରେ ତିନି ତିନି ଜଣ ଅଭିନେତା ଜଣେ ଅଭିନେତ୍ରୀ ଙ୍କ ପ୍ରେମ ରେ ପଡି ଯାଇଥିଲେ । କିନ୍ତୁ ତିନି ଜଣଙ୍କ ଭିତରୁ କେହିବି ଏହି ପ୍ରେମ ସମ୍ପର୍କ ରେ ସଫଳ ହୋଇ ପାରି ନଥିଲେ । ତେବେ ସେହି ଅଭିନେତ୍ରୀ ଜଣକ ଅନ୍ୟ କେହି ନୁହେଁ ସେ ହେଉଛନ୍ତି ରବିନା ଟଣ୍ଡନ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ସନି ଦେଓଲ । ତେବେ ଢାଇ କିଲୋ ର ହାତ ରଖିଥିବା ସନି ଦେଓଲ ରବିନା ଙ୍କ ପ୍ରେମ ରେ ପାଗଳ ଥିଲେ । ତେବେ ଦୁହେଁ ଅନେକ ସିନେମା ଏକାଠି କରିଥିଲେ କିନ୍ତୁ ‘ଇମତିହାନ’ ସିନେମା ରେ ଦୁହେଁ କାମ କରିବା ସମୟରେ ପରସ୍ପର ପ୍ରତି ବହୁତ ନିକଟତର ହୋଇ ଯାଇଥିଲେ ଏବଂ ଡେଟ କରିବା ଆରମ୍ଭ କରିଥିଲେ । ତେବେ ରବିନା ଙ୍କୁ ଯେତେବେଳେ ସନି ପୂର୍ବରୁ ବିବାହିତ ବୋଲି ଖବର ଜାଣିଲେ ସେତେବେଳେ ସେ ତାଙ୍କ ଠାରୁ ଦୂରତା ରଖିଲେ ଏବଂ ସେଠାରେ ହିଁ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।


୨- ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ର ସିଙ୍ଘମ ଅଜୟ ଦେବଗନ । ତେବେ ଅଜୟ ମଧ୍ୟ ଗୋଟିଏ ସମୟରେ ରବିନା ଙ୍କ ପ୍ରେମ ରେ ପାଗଳ ଥିଲେ ତେବେ ଦୁହିଙ୍କ ପ୍ରେମ ସମ୍ପର୍କ ‘ଗେର’ ସିନେମା ରୁ ଆରମ୍ଭ ହୋଇଥିଲା । ଯେଉଁଠି ଦୁହେଁ ଫିଲ୍ମ ସୁଟ ସମୟରେ ପରସ୍ପର କୁ ହୃଦୟ ଦେଇ ବସିଥିଲେ । ତେବେ ଦୁହେଁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ କିନ୍ତୁ ଅଜୟ ରବିନା ଙ୍କୁ ଧୋକା ଦେଇ ୧୯୯୯ ରେ କାଜୋଲ ଙ୍କ ସହିତ ବିବାହ କରିଥିଲେ ।


୩- ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ର ଖିଲାଡି ଅକ୍ଷୟ କୁମାର । ତେବେ ଅକ୍ଷୟ କୁମାର ମଧ୍ୟ ରବିନା ଙ୍କ ସୁନ୍ଦରତା ରେ ମଗ୍ନ ହୋଇ ଯାଇଥିଲେ ଏବଂ ତାଙ୍କ ପ୍ରେମ ରେ ପାଗଳ ଥିଲେ । ତେବେ ‘ମୋହରା’ ସିନେମା ରେ ଦୁହେଁ କେମେଷ୍ଟ୍ରୀ ବନାଉ ବନାଉ ପରସ୍ପର କୁ ହୃଦୟ ଦେଇ ବସିଥିଲେ । ତେବେ ଅକ୍ଷୟ କୁମାର ସେତେବେଳେ ଶିଳ୍ପା ସେଠୀ ଙ୍କୁ ମଧ୍ୟ ଡେଟ କରୁଥିଲେ ତେବେ ଏହି ଖବର ପାଇବା ପରେ ରବିନା ଅକ୍ଷୟ ଙ୍କ ସହ ବ୍ରେକଅପ୍ କରି ଦେଇଥିଲେ ଏବଂ ଉଭୟ ଅଲଗା ହୋଇ ଯାଇଥିଲେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *