ଇଏ ହେଉଛନ୍ତି Bollywood ର ସବୁଠୁ ରାଗି ହିରୋଇନ, ଯିଏ ସମସ୍ତଙ୍କ ସାମ୍ନାରେ ଫିଲ୍ମମେକରଙ୍କ ଠୁ ନେଇ ହୀରୋ ପର୍ଯ୍ୟନ୍ତ ସମସ୍ତଙ୍କୁ ମାରି ସାରିଛନ୍ତି ମାଡ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଫରାହ ନାଜ । ଆପଣ ମାନେ ସମସ୍ତେ ଫରାହ ନାଜଙ୍କୁ ବହୁତ ଫିଲ୍ମରେ ଦେଖିଥିବେ ।


ତାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ଆପଣ ମାନେ କଣ ତାଙ୍କ ଜୀବନୀ ଓ କାରିୟର ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଫରାହ ନାଜଙ୍କ ଜୀବନୀ ଓ କାରିୟର ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ଫରାହଙ୍କ ଜନ୍ମ ୯ ଡିସେମ୍ବର ୧୯୬୮ ମସିହାରେ ହାଇଦ୍ରାବାଦରେ ହୋଇଥିଲା । ସେ ୧୯୮୫ ମସିହାରେ ‘ଫାସେଲେ’ରୁ ଫିଲ୍ମରୁ ନିଜ ବଲିଉଡ କାରିୟରର ଆରମ୍ଭ କରିଥିଲେ । ତାଙ୍କୁ ଅନ୍ତିମ ଥର ପାଇଁ ୨୦୦୫ରେ ଆସିଥିବା ଫିଲ୍ମ ‘ଶେଖର’ରେ ଦେଖାଯାଇଥିଲା । ଏହି ଫିଲ୍ମରେ ସେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ସହ ନଜର ଆସିଥିଲେ ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଫରାହ ନିଜ ସର୍ଟ ଟେମ୍ପର ଓ ନିଜ କ୍ରୋଧ ପାଇଁ ବଲିଉଡରେ ବଦନାମ ଥିଲେ । ତାଙ୍କୁ ବହୁତ ଶୀଘ୍ର କ୍ରୋଧ ଆସିଯାଏ । ସେ କେତେକ ଫିଲ୍ମ ସେଟରେ ଯେକୌଣସି ଲୋକକୁ ଗାଳି ଦିଅନ୍ତି ଓ ତାଙ୍କ ଉପରେ ହାତ ମଧ୍ୟ ଉଠାଇ ଦିଅନ୍ତି । ଯଦି ଫରାହ ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରି ଥାନ୍ତେ ତେବେ ଆଜି ସେ ବଲିଉଡରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ରୂପେ ଜଣା ଯାଇଥାନ୍ତେ ।


ନିଜ କ୍ରୋଧକୁ ଆଖିରେ ରଖି ଫରାହ ୩୨ ବର୍ଷ ପୂର୍ବରୁ ବଲିଉଡ କଳାକାର ଚଙ୍କି ପାଣ୍ଡେଙ୍କ ଉପରେ ହାତ ଉଠାଇ ଥିଲେ । ୧୯୮୯ ମସିହାରେ ଫିଲ୍ମ ‘କିସ୍ମତ ବର୍ଦି କି’ର ସେଟରେ ଏହି ଘଟଣା ଘଟିଥିଲା । ଚଙ୍କିଙ୍କ ଉପରେ ହାତ ଉଠାଇବା ପରେ ଫରାହ ଏହାର କାରଣ ମଧ୍ୟ କହିଥିଲେ । ଫରାହଙ୍କ ମତରେ, ଚଙ୍କି ତାଙ୍କୁ ସବୁବେଳେ ‘ ଆଇ ଆମ ଦ ମେନ’ କହି ଖରାପ ସଙ୍କେତ ଦେଉଥିଲେ । ଯେଉଁଥି ପାଇଁ ସେ ଚଙ୍କିଙ୍କୁ ପିଟିବା ପାଇଁ ବାଧ୍ୟ ହୋଇଥିଲେ । ସେହି ସମୟରେ ଏହି ମାମଲାଟି ବହୁତ ଚର୍ଚାରେ ଥିଲା ।


ଆସନ୍ତୁ ଜାଣିବା ତାଙ୍କର ଲଭ ଲାଇଫ ବିଷୟରେ । ଫରାହ ଯେତେବେଳେ ନିଜ କାରିୟରରେ ସଫଳତା ପାଇଥିଲେ ସେତେବେଳେ ସେ ଦାରା ସିଂହଙ୍କ ପୁଅ ବିନ୍ଦୁଙ୍କ ସହ ବିବାହ କରିଥିଲେ । ହେଲେ ଏହି ଦୁଇଜଣଙ୍କ ମଧ୍ୟରେ ୨୦୦୨ ମସିହାରେ ତଲାକ ହୋଇଯାଇଥିଲା । ଏହାପରେ ସେ ୨୦୦୩ ମସିହାରେ ସୁମିତ ସହଗଲଙ୍କ ସହ ବିବାହ କରିଥିଲେ । ସୁମିତ ମଧ୍ୟ ଫରାହଙ୍କ ସହ ଦୁତୀୟ ବିବାହ କରିଥିଲେ । ହେଲେ ଏହି ଦୁଇଜଣଙ୍କ ବିବାହ ସଫଳ ହୋଇଥିଲା ଓ ଏମାନେ ବହୁତ ଖୁସିରେ ବର୍ତ୍ତମାନ ନିଜ ଜୀବନ ଅତିବାହିତ କରୁଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *