ଜଣେ ଅନ୍ୟ ଜଣଙ୍କର କାର୍ବନ କପି ଅଟନ୍ତି Bollywood ର ଏହି 5 ଫେମସ ହିରୋଇନ, 5 ନମ୍ବର ଙ୍କୁ ତ ଦେଖି ଆପଣ ବି ଧୋକା ଖାଇଯିବେ

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ପୃଥିବୀରେ ଜଣେ ବ୍ୟକ୍ତିଙ୍କ ଚେହେରା ସହ ମେଳ ଖାଉଥିବା ୭ଟି ଚେହେରା ଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଏପରି କିଛି ଚେହେରା ଅଛନ୍ତି ଯାହା ପରସ୍ପର ସହ ଖୁବ୍ ମେଳ ଖାଆନ୍ତି । କେତୋଟି ଅଭିନେତ୍ରୀ ଅନ୍ୟ ଅଭିନେତ୍ରୀଙ୍କ କ୍ଲୋନ ପରି ଦିଶନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ଦେଖି ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ।ତେବେ ଆସନ୍ତୁ ଜାଣିନେବା।

୧- ପ୍ରଥମ ରେ ହେଉଛନ୍ତି ଟ୍ବିଙ୍କିଲ ଖାନ୍ନା ଓ ରବିନା ଟଣ୍ଡନ। ତେବେ ଟ୍ବିଙ୍କିଲ୍ ଖାନ୍ନା ଓ ରବିନା ଟଣ୍ଡନ୍ ଦେଖିବାକୁ ଏକା ପରି । ସେମାନଙ୍କ ଚେହେରାର ଆକୃତି ସମାନ ଦେଖାଯାଏ । ଏହି ଦୁଇ ଜଣଙ୍କ ମଧ୍ୟରେ କିଛି ସମ୍ବନ୍ଧ ମଧ୍ୟ ଅଛି । ଦୁଇ ଜଣ ହିଁ ଅଭିନେତା ଅକ୍ଷୟ କୁମାରଙ୍କୁ ଡେଟ୍ କରିଥିଲେ। ଟ୍ବିଙ୍କିଲ୍ ଅକ୍ଷୟ କୁମାରଙ୍କୁ ବିବାହ କରିଥିଲେ ଓ ରବିନା ୯୦ଦଶକରେ ଅକ୍ଷୟ କୁମାରଙ୍କୁ ନେଇ ଶିଳ୍ପା ଶେଟ୍ଟି ଙ୍କ ସହ କ୍ୟାଟ ଫାଇଟ ପାଇଁ ଲାଇମ ଲାଇଟ ରେ ଥିଲେ । ବଲିଉଡରେ ରବିନା ଟ୍ବିଙ୍କିଲ୍ ଙ୍କ ତୁଳନାରେ ଅଧିକ ସଫଳ ଅଭିନେତ୍ରୀ ଥିଲେ।


୨- ଦ୍ଵିତୀୟ ରେ ହେଉଛନ୍ତି କ୍ୟାଟ୍ରିନା କୈଫ ଓ ଜରୀନ ଖାନ। ତେବେ ବୀର ଫିଲ୍ମରୁ ବଲିଉଡରେ ପାଦ ରଖିଥିବା ଅଭିନେତ୍ରୀ ଜରୀନ୍ ଖାନ୍ ଦେଖିବାକୁ କ୍ୟାଟ୍ରିନା କୈଫ୍ ଙ୍କ ପରି । ଜରୀନ୍ ଙ୍କ ଶାରୀରିକ ଗଠନ କ୍ୟାଟ୍ରିନାଙ୍କ ଠୁ ଭିନ୍ନ । ସେ ଅନ୍ୟ ପ୍ରକାରେ ଦେଖିବାକୁ ସୁନ୍ଦର ଓ ଆକର୍ଷଣୀୟ । କିନ୍ତୁ ସେମାନଙ୍କ ଚେହେରାରେ ଅଳ୍ପ ସମାନତା ରହିଛି । ଦୁଇଜଣ ହିଁ ସଲମାନ୍ ଖାନ ଙ୍କ ସାହାଯ୍ୟରେ ବଲିଉଡରେ ପାଦ ଦେଇଥିଲେ।

୩- ତୃତୀୟ ରେ ହେଉଛନ୍ତି ଐଶ୍ୱର୍ଯ୍ଯା ରାୟ ଓ ସ୍ନେହା ଉଲ୍ଲାଲ। ତେବେ ଅଭିନେତ୍ରୀ ଐଶ୍ୱର୍ଯ୍ଯା ରାୟ ଓ ସ୍ନେହା ଉଲ୍ଲାଲ ଜାଆଁଳା ଭଉଣୀ ପରି ଦେଖା ଯାଆନ୍ତି । ସ୍ନେହା ଉଲ୍ଲାଲ ଙ୍କ ଆଖି, ଗାଲ ଓ ଉପର ଥୋଡ଼ି ଐଶ୍ୱର୍ଯ୍ଯା ରାୟଙ୍କ ସହ ଖୁବ୍ ମେଳ ଖାଏ । ଦୁଇ ଅଭିନେତ୍ରୀ ଫଟୋରେ ବିଲକୁଲ ଏକା ପରି ଦିଶନ୍ତି । ଐଶ୍ୱର୍ଯ୍ଯାଙ୍କ ସହ ବ୍ରେକ ଅଫ ପରେ ସଲମାନ ଖାନ ଙ୍କୁ ଏପରି ଅଭିନେତ୍ରୀ ମିଳିଥିଲେ ଯିଏ ଦେଖିବାକୁ ଠିକ ଐଶ୍ୱର୍ଯ୍ଯାଙ୍କ ପରି।

୪- ଚତୁର୍ଥ ରେ ହେଉଛନ୍ତି ସୋନାକ୍ଷୀ ସିନ୍ହା ଓ ରୀନା ରୟ। ତେବେ ସୋନାକ୍ଷୀ ସିନ୍ହା ଙ୍କୁ ଦେଖିଲେ ସେ ଅଭିନେତ୍ରୀ ରୀନା ରୟଙ୍କ ଚେହେରା ପରି ସମାନତା ଥିବା ଦେଖିବାକୁ ମିଳିଥାଏ । ଯଦି ଶତ୍ରୁଘ୍ନ ସିନ୍ହାଙ୍କ ରୀନା ରୟଙ୍କ ସହ କିଛି ସମ୍ବନ୍ଧ ନ ଥାନ୍ତା ତେବେ ଏହା ବଡ଼ ସମସ୍ୟା ହୋଇ ନ ଥାଆନ୍ତା । ଶତ୍ରୁଘ୍ନ ସିନ୍ହାଙ୍କ ରୀନା ରୟଙ୍କ ସହ ଅତିରିକ୍ତ ବୈବାହିକ ସମ୍ବନ୍ଧ ବିଷୟରେ ସମସ୍ତେ ଜାଣିଛନ୍ତି ଓ ଏହି କଥାକୁ ସେ ଅନେକ ସାକ୍ଷାତକାରରେ ମଧ୍ୟ ସ୍ବୀକାର କରିଛନ୍ତି । ଗୁଜବ ହୋଇଥିଲେ ମଧ୍ୟ ସୋନାକ୍ଷୀ ସିନ୍ହାଙ୍କ ଓଠ, ଆଖି ଓ ଶାରୀରିକ ଗଠନ ଗଠନରେ ସମାନତା ଦେଖି ଆଶ୍ଚର୍ଯ୍ୟ ଲାଗେ।

୫- ପଞ୍ଚମ ରେ ହେଉଛନ୍ତି ଶ୍ରୀଦେବୀ ଓ ଦିବ୍ୟା ଭାରତୀ। ତେବେ ଶ୍ରୀଦେବୀ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରଥମ ମହିଳା ସୁପରଷ୍ଟାର ଥିଲେ । ସେ ନିଜ ସୁନ୍ଦରତା କୁ ନେଇ ଖୁବ୍ ଚର୍ଚ୍ଚାରେ ରହୁଥିଲେ । ଦିବ୍ୟା ଭାରତୀ ପରେ ବଲିଉଡ ରେ ଏଣ୍ଟ୍ରି କରିଥିଲେ ଓ କେତେକ ହିଟ ଫିଲ୍ମ ମଧ୍ୟ ଦେଇଥିଲେ । କିନ୍ତୁ ଏକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା ଓ ତାଙ୍କ ହତ୍ୟା ରହସ୍ୟ ହୋଇ ରହିଗଲା ।

ଏହି ଦୁଇ ଜଣଙ୍କ ଶାରୀରିକ ଗଠନ ଅଲଗା ହେଲେ ମଧ୍ୟ ଆଖି ଓ ଓଠ ରେ କିଛି ସମାନତା ଦେଖିବାକୁ ମିଳେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *