Rani Mukerji ଓ Juhi Chawla ଙ୍କ ସମେତ Bollywood ର ଏହି 5 Actress ଙ୍କ ଏହା ହେଲା ନଣନ୍ଦ-ଭାଉଜ ଯୋଡି

ନମସ୍କାର ବନ୍ଧୁଗଣ ତେବେ ବିବାହ ପରେ ପ୍ରତ୍ୟେକ ଝିଅର ଦୁଇଟି ଘର ହୋଇଯାଏ ଗୋଟିଏ ହେଉଛି ବାପ ଘର ଏବଂ ଅନ୍ୟଟି ଶାଶୁଘର । ଏପରି ପରିସ୍ଥିତିରେ ଝିଅ କେବଳ ସ୍ୱାମୀ ନୁହେଁ ବରଂ ତାଙ୍କ ସହିତ ଜଡିତ ସମସ୍ତ ସମ୍ପର୍କକୁ ଗ୍ରହଣ କରିଥାଏ । ବାସ୍ତବରେ, ପ୍ରତ୍ୟେକ ସମ୍ପର୍କ ନିଜ ଭିତରେ ଅତ୍ୟନ୍ତ ସ୍ୱତନ୍ତ୍ର । କିନ୍ତୁ ସ୍ୱାମୀଙ୍କ ଭଉଣୀ ସହିତ ସମ୍ପର୍କ ଟିକେ ଭିନ୍ନ । ଆଜି ଆମେ ଆପଣଙ୍କୁ ବଲିଉଡର ଶ୍ରେଷ୍ଠ ୫ ନଣନ୍ଦ ଭାଉଜ ଯୋଡି ବିଷୟରେ କହିବୁ ।

ଏମାନେ ସମ୍ପର୍କରେ ନଣନ୍ଦ ଭାଉଜ ହୋଇପାରନ୍ତି କିନ୍ତୁ ସେମାନଙ୍କର ପ୍ରେମ ମଧ୍ୟ ଦୁଇ ଭଉଣୀଙ୍କ ଠାରୁ ଅଧିକ । ତେବେ ଆସନ୍ତୁ ଜାଣିବା ତେବେ ଏହି ତାଲିକାରେ କେଉଁ କେଉଁ ବଲିଉଡ ସେଲିବ୍ରିଟିଙ୍କ ନାମ ଅଛି ।

୧- ପ୍ରଥମ ରେ ହେଉଛି ଅନୁଷ୍କା ଶର୍ମା ଏବଂ ଭାବନା କୋହଲି । ତେବେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ତିନି ବର୍ଷ ହେବ ବିବାହ କରିଛନ୍ତି । ଅନୁଷ୍କା ବିରାଟଙ୍କ ଭଉଣୀ ଭାବନାଙ୍କୁ ସାନ ଭଉଣୀ ପରି ବ୍ୟବହାର କରନ୍ତି । ଯଦିଓ ଉଭୟ ଏକାଠି କମ ଦେଖାଯାଆନ୍ତି,କିନ୍ତୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର ।

୨- ଦ୍ଵିତୀୟ ରେ ହେଉଛନ୍ତି ମୀରା ରାଜପୁତ ଏବଂ ସନହା କପୁର । ତେବେ ସାହିଦ କପୁର ଏବଂ ମୀରା ରାଜପୁତଙ୍କ ବିବାହର ପୂରା ୫ ବର୍ଷ ରୁ ଅଧିକ ସମୟ ବିତି ଗଲାଣି । ଦିଲ୍ଲୀର ମୀରା ରାଜପୁତ ଶାହିଦଙ୍କ ଭଉଣୀ ସନାହଙ୍କୁ ଭଉଣୀ ଭଳି ଭଲ ପାଆନ୍ତି । କେବଳ ଏତିକି ନୁହେଁ, ଏହି ଦୁଇ ନଣନ୍ଦ ଭାଉଜଙ୍କ ମଧ୍ୟ ପରସ୍ପର ପ୍ରତି ଭଲ ବୁଝାମଣା ଅଛି ଏବଂ ଦୁହେଁ ସର୍ବଦା ପରସ୍ପରକୁ ସର୍ବଦା ସମର୍ଥନ କରନ୍ତି ।

୩- ତୃତୀୟ ରେ ହେଉଛନ୍ତି ଦୀପିକା ପାଦୁକନ ଏବଂ ତାଙ୍କ ନଣନ୍ଦ ରୀତିକା । ସେମାନେ ଦୁଇ ଜଣ ନିଜର ଫୋଟୋ କୁ ସୋସିଆଲ ମିଡ଼ିଆ ରେ ପ୍ରାୟତଃ ସେୟାର କରିବାର ଦେଖିବାକୁ ମିଳିଥାଏ ଏବଂ ଦୁଇ ଜଣ ବହୁତ ଖୁସି ମଧ୍ୟ ନଜର ଆସିଥାନ୍ତି । ଏବଂ ବହୁତ ଇଣ୍ଟରଭିଉ ରେ ଦୀପିକା ନିଜ ନଣନ୍ଦ ଙ୍କ ବିଷୟରେ ଚର୍ଚ୍ଚା ମଧ୍ୟ କରିଥାନ୍ତି ।

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଐଶ୍ଵୟା ଵଚନ ତେବେ ବିଶ୍ଵ ସୁନ୍ଦରୀ ୨୦୦୭ ରେ ଅଭିଷେକ ଙ୍କୁ ବିବାହ କରିଥିଲେ ତେବେ ତାହା ନଣନ୍ଦ ଶ୍ୱେତା ନନ୍ଦା ଙ୍କ ସହ ତାଙ୍କ ବଣ୍ଡିଙ୍ଗ ବହୁତ ଭଲ ଦୁହେଁ ଏକାଠି ବହୁତ ଥର ନଜର ଆସନ୍ତି ଦୁହେଁ ବହୁତ ଭଲ ସମୟ ଏକାଠି ମଧ୍ୟ ବିତାନ୍ତି ।

୫- ପଞ୍ଚମ ରେ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ । ରାନି ଆଦିତ୍ୟ ଚୋପ୍ରା ଙ୍କୁ ବିବାହ କରିବା ପରେ ତାଙ୍କର କୌଣସି ନଣନ୍ଦ ନାହାନ୍ତି କିନ୍ତୁ ସେ ନିଜେ ଜଣେ ନଣନ୍ଦ ଏବଂ ନିଜ ଭାଉଜ ଜ୍ୟୋତି ଙ୍କ ସହ ତାଙ୍କର ବହୁତ ଭଲ ସଂପର୍କ ମଧ୍ୟ । ଏହି ଭାଉଜ ଓ ନଣନ୍ଦ ଙ୍କ ଯୋଡି କୁ ବହୁତ ଯାଗା ରେ ବୁଲିବା ଓ ମଜା କରୁଥିବା ର ଦେଖିବାକୁ ମିଳିଥାଏ । ଦୁଇ ଜଣ ନିଜ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବହୁତ ଫୋଟୋ ସେୟାର ମଧ୍ୟ କରିଥାନ୍ତି ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *