Bollywood ରେ ନଜର ଆସିଥିବା ଏହି Child Artist ଆଜି କେଉଁଠି ? କଣ କରନ୍ତି ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, କୌଣସି ଭି ଫିଲ୍ମ ରେ ନାୟକ ନାୟିକା ଏବଂ ଖଳନାୟକ ର ଚରିତ୍ର ଯେତେ ଗୁରୁତ୍ୱପୂର୍ଣ୍ଣ ସେହିପରି ଫିଲ୍ମ ରେ ଅଭିନୟ କରୁଥିବା ବାଲ୍ୟ କଳାକାର ଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସେମାନେ ଫିଲ୍ମ କୁ ଅଧିକ ମନୋହର ତଥା ଆଗ୍ରହଜନକ ବନାଇ ଦିଅନ୍ତି ।

କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଫିଲ୍ମ କୁ ଅଧିକ ରୋମାଞ୍ଚକ ବନାଉଥିବା ଏହି ବାଲ୍ୟ କଳାକାର ବର୍ତ୍ତମାନ ସମୟ ସହ ନିଜକୁ ମଧ୍ୟ ବଦଳାଇ ସାରିଛନ୍ତି ଏବଂ ବର୍ତ୍ତମାନ ଏହି ବାଲ୍ୟ କଳାକାର ବଡ଼ ହୋଇସାରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କଳାକାର ଙ୍କ ବିଷୟରେ ।


୧- ବନ୍ଧୁଗଣ ଫିଲ୍ମ ‘ତାରେ ଜମିନ ପର’ ରୁ ପ୍ରସିଦ୍ଧି ଲାଭ କରିଥିବା ବାଲ୍ୟ କଳାକାର ‘ଦର୍ଶିଲ ସଫାରି’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଫିଲ୍ମ ରେ ସେ ମୁଖ୍ୟ ଚରିତ୍ର ରୂପେ ଅଭିନୟ କରିଥିଲେ ଏବଂ ଯେଉଁଥିରେ ସେ ଏକ ଏଭଳି ଛୁଆର ଅଭିନୟ କରିଥିଲେ ଯିଏ ମାନସିକ ରୋଗରେ ପୀଡ଼ିତ ଅଛି ଏବଂ ତାର ମନ ପାଠପଢା ରେ ଲାଗୁ ନାହିଁ । କିନ୍ତୁ ସେ ଜଣେ ଭଲ ଚିତ୍ରକାର ଅଟେ ।

ଦର୍ଶିଲ ଙ୍କ ଏହି ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା ଏବଂ ସେ ମାତ୍ର ୭ ବର୍ଷ ବୟସରେ ଅଭିନୟ କରିଥିଲେ । ବର୍ତ୍ତମାନ ସମୟରେ ଏହି ଅଭିନେତା ପୂର୍ବ ଅପେକ୍ଷା ବହୁତ ହାଣ୍ଡସମ ଦେଖା ଯାଉଛନ୍ତି । ବର୍ତ୍ତମାନ ସେ ଅଭିନୟ କ୍ଷେତ୍ର ରୁ ଦୂରରେ ଅଛନ୍ତି ଏବଂ ନିଜ ପାଠପଢ଼ା ପ୍ରତି ଧ୍ୟାନ ଦେବାରେ ଲାଗିଛନ୍ତି । ଶୁଣିବାକୁ ମିଳୁଛି ଯେ ବହୁତ ଶୀଘ୍ର ଏହି ଅଭିନେତା ଜଣଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳିବ ।


୨- ବନ୍ଧୁଗଣ ଅକ୍ଷୟ କୁମାର ଙ୍କ ଫିଲ୍ମ, ‘ଜାନୱର୍’ ରେ ତାଙ୍କ ପୁଅ ‘ରାଜୁ’ ନାମକ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଜଣକ ହେଉଛନ୍ତି ‘ଆଦିତ୍ୟ କପାଡ଼ିଆ’ । ସେ ମାତ୍ର ୮ ବର୍ଷ ବୟସରେ ଏହି ଫିଲ୍ମ ରେ ଅଭିନୟ କରିଥିଲେ । ଜଣେ ବାଲ୍ୟ କଳାକାର ରୂପରେ ଏହି ଅଭିନେତା ନିଜର ଇନୋସେଣ୍ଟ ଅଭିନୟ ରେ ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲେ ଏବଂ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଥିଲେ । ଏହି ଅଭିନେତା ପୂର୍ବ ଅପେକ୍ଷା ବହୁତ ମାତ୍ରାରେ ବଦଳି ସାରିଛନ୍ତି । ସେ ବର୍ତ୍ତମାନ ଅଧିକ ହାଣ୍ଡସମ ଏବଂ ଷ୍ଟାଇଲିସ ଦେଖା ଯାଉଛନ୍ତି । ସେ ୨୦୧୩ ମସିହାରେ ଅଭିନେତ୍ରୀ ଟନ୍ଭି ଠକ୍କର ଙ୍କୁ ବିବାହ କରିସାରିଛନ୍ତି ଏବଂ ତାଙ୍କର ଜଣେ ପୁଅ ମଧ୍ୟ ଅଛି ।


୩- ବନ୍ଧୁଗଣ କଭୀ ଖୁସି କଭୀ ଗମ ରେ ଶାହାରୁଖ ଏବଂ କାଜଲ ଙ୍କ ପୁଅ ହୋଇଥିବା ବାଲ୍ୟ କଳାକାର ଜୀବରାନ ଖାନ ବର୍ତ୍ତମାନ ବହୁତ ବଡ଼ ହୋଇ ଗଲେଣି । ଫିଲ୍ମ ରେ ସେ ସ୍କୁଲ ୟୁନିଫର୍ମ ଏବଂ ଫର୍ମାଲ ରେ ନଜର ଆସିଥିଲେ କିନ୍ତୁ ବର୍ତ୍ତମାନ ସେ ବଡ଼ ହୋଇ ଯାଇଛନ୍ତି ଆଉ ବହୁତ ହ୍ୟାଣ୍ଡସମ ଦେଖାଯାଉଛନ୍ତି । ତେବେ ସେ ବର୍ତ୍ତମାନ କୌଣସି ସିନେମା ରେ କାମ କରୁ ନାହାନ୍ତି ବରଂ ନିର୍ଦେଶନା ଦେଉଛନ୍ତି । ତେବେ ବର୍ତ୍ତମାନ ସେ ଜିନ୍ସ ଟି- ସାର୍ଟ ସହ ଲମ୍ବା ଚୁଟି ଏବଂ ଦାଢ଼ି ରେ ଖୁବ ଆକର୍ଷକ ଦେଖାଯାଉଛନ୍ତି ।


୪- ବନ୍ଧୁଗଣ ଗଦାର ଫିଲ୍ମ ରେ ସନି ଦେବଲ ଏବଂ ଅମିଶା ପଟେଲ ଙ୍କ ପୁତ୍ର ଚରଣଜିତ ଭୂମିକାରେ ଦେଖିଥିବା ବାଲ୍ୟ କଳାକାର ହେଉଛନ୍ତି ଉତ୍କର୍ଷ ଶର୍ମା । ତେବେ ସେ ବର୍ତ୍ତମାନ ବହୁତ ବଡ଼ ହୋଇ ଯାଇଛନ୍ତି ଏବଂ ବହୁତ ହ୍ୟାଣ୍ଡସମ ମଧ୍ୟ ହୋଇ ଯାଇଛନ୍ତି । ତେବେ ସେ ୨୦୧୮ ରେ ‘ଜିନୀୟସ୍’ ସିନେମା ରୁ ନିଜର କ୍ୟାରିଅର ଆରମ୍ଭ କରି ଦେଇଛନ୍ତି ଏବଂ ଲୋକମାନେ ତାଙ୍କ ଅଭିନୟ କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *