Bollywood ର ଏହି Top 5 Actor ଙ୍କ ପ୍ରଥମ ସାଲାରୀ କେତେ ଶୁଣିଲେ ଚମକି ପଡିବେ ଆପଣ ! Shahrukh ଙ୍କ ସାଲାତି ତ ମାତ୍ର…

ନମସ୍କାର ବନ୍ଧୁଗଣ ତେବେ ଅନେକ ଲୋକଙ୍କ ସ୍ୱପ୍ନ ଥାଏ ବଲିଉଡ ରେ ଆସିବା ଅଭିନେତା ଅଭିନେତ୍ରୀ ହେବା ସଫଳ ହେବା ଏବଂ ଲାଇମ ଲାଇଟ ରେ ରହିବା । ତେବେ ଏ ସବୁ ଯେତେ ସହଜ ଦେଖା ଯାଏ ସେତେ ସହଜ ହୋଇ ନଥାଏ । ଜଣେ କଳାକାର କୁ ସଫଳତା ହାସଲ କରିବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିଥାଏ । ବହୁତ ପରିଶ୍ରମ ଏବଂ ଧୋର୍ଯ୍ୟ ପରେ ସେ ସଫଳ ପାଇଥାଏ । ତେବେ ଆଜି ଆମେ କିଛି ଏଭଳି କଳାକାର ଙ୍କ ବିଷୟ ରେ ଆଲୋଚନା କରିବା ଯାହାଙ୍କ ପ୍ରଥମ ଦରମା ଥିଲା ବହୁତ କମ । ତେବେ ଆସନ୍ତୁ ଜାଣିନେବା ସେହି କଳାକାର ମାନଙ୍କ ବିଷୟ ରେ ।

୧- ପ୍ରଥମରେ ହେଉଛନ୍ତି ବଲିଉଡ ର ବିଗ ବି ଅମିତାଭ ଵଚନ । ତେବେ ଅମିତାଭ ଙ୍କୁ କିଏ ନ ଜାଣେ ସେ ଆଜି ଘରେ ଘରେ ପରିଚିତ ଏବଂ ତାଙ୍କୁ କୌଣସି ପରିଚୟ ର ଆବଶ୍ୟକତା ହିଁ ନାହିଁ । ତେବେ ବର୍ତ୍ତମାନ ତାଙ୍କ ପାଖରେ ଧନ ରତ୍ନ ର ଅଭାବ ନାହିଁ । କିନ୍ତୁ ଦିନ ଥିଲା ଅମିତାଭ ଫିଲ୍ମ ରେ କାମ କରିବା ପୂର୍ବ ରୁ ଏକ ଶିପିଙ୍ଗ ଫାର୍ମ ରେ କାମ କରୁଥିଲେ ଏବଂ ସେଠାରେ ସେ ମାସିକ ବେତନ ମାତ୍ର ୫୦୦ ଟଙ୍କା ପାଇଁ ଥାନ୍ତି ।

୨- ଦ୍ଵିତୀୟ ରେ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ତେବେ ପ୍ରିୟଙ୍କା ବଲିଉଡ ସହ ହଲିଉଡ଼ ରେ ମଧ୍ୟ ନିଜର ଯାଦୁ ଚଳେଇ ସାରିଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଲୋକ ମାନଙ୍କୁ ଖୁବ ଆକର୍ଷିତ କରିଥାଏ । ତେବେ ପ୍ରିୟଙ୍କା ଙ୍କୁ ନିଜର ପ୍ରଥମ ଦରମା ୫୦୦୦ ଟଙ୍କା ମିଳିଥିଲା ଏବଂ ସୂଚନାଯୋଗ୍ୟ ଯେ ସେହି ଚେକ କୁ ତାଙ୍କ ମାଆ ଆଜି ପର୍ଯ୍ୟନ୍ତ ସମ୍ଭାଳି କରି ରଖିଛନ୍ତି ।

୩- ତୃତୀୟ ରେ ହେଉଛନ୍ତି ଅକ୍ଷୟ କୁମାର । ତେବେ ବଲିଉଡ ର ଖିଲାଡି ଭାବରେ ଘରେ ଘରେ ପରିଚିତ ହେଉଛନ୍ତି ଅକ୍ଷୟ କୁମାର । ଅକ୍ଷୟ ନିଜର ଅଭିନୟ, ନୃତ୍ୟ ଏବଂ ଆକ୍ସନ ରେ ଲୋକ ମାନଙ୍କ ହୃଦୟ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ତେବେ ସେ ସିନେମା ରେ ଆସିବା ପୂର୍ବରୁ ଏକ ରେଷ୍ଟୁରାଣ୍ଟ ରେ କାମ କରୁଥିଲେ ଏବଂ ମାସିକ ବେତନ ହେଉଛି ମାତ୍ର ୧୫୦୦ ଟଙ୍କା ।

୪- ଚତୁର୍ଥ ରେ ହେଉଛନ୍ତି ବଲିଉଡ ର କିଙ୍ଗ ଶାହାରୁଖ ଖାନ । ତେବେ ଶାହାରୁଖ ଙ୍କୁ କିଏ ନ ଜାଣେ । ତାଙ୍କର ସବୁ ଫିଲ୍ମ ସୁପରହିଟ ହୋଇଛି । ତେବେ ଶାହାରୁଖ ବହୁତ କଠିନ ପରିଶ୍ରମ ରେ ସଫଳତା ହାସଲ କରିଛନ୍ତି । ତେବେ ସେ ପଙ୍କଜ ଉଦାସ ଙ୍କ କନସାର୍ଟ ରେ କାମ କରିଥିଲେ ଏବଂ ତାଙ୍କୁ ମାତ୍ର ୫୦ ଟଙ୍କା ମିଳିଥିଲା ଏବଂ ତାହା ଥିଲା ତାଙ୍କର ପ୍ରଥମ ଦରମା ।

୫- ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଆମୀର ଖାନଙ୍କୁ କିଏ ବା ନ ଜାଣେ । ତାଙ୍କୁ ବଲିଉଡର ମିଷ୍ଟାର ପରଫେକ୍ସନିଷ୍ଟ ବୋଲି ବିବେଚନା କରାଯାଏ । ସେ ହିନ୍ଦୀ ସିନେମାର ସବୁଠାରୁ ଦାମୀ ତାରକା ଭାବରେ ପରିଗଣିତ ହେଉଥିଲେ ମଧ୍ୟ ଆମୀର ଖାନ ସହକାରୀ ନିର୍ଦ୍ଦେଶକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଯଦି ଆପଣ ତାଙ୍କର ପ୍ରଥମ ଦରମା ଜାଣିବେ ତେବେ ଆପଣ ଚକିତ ହୋଇଯିବେ । ସେ ତାଙ୍କର ପ୍ରଥମ ଦରମାରେ ମାତ୍ର 1000 ଟଙ୍କା ପାଇଥିଲେ । ସେ ତାଙ୍କର ପ୍ରଥମ ଦରମା ତାଙ୍କ ମାତାଙ୍କୁ ଦେଇଥିଲେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *