Bollywood ର ଏହି ସୁପରଷ୍ଟାରଙ୍କ ଭଉଣୀ ଥିଲେ Ranveer Singh ଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ, ଜଣାଇଲେ ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ ତେବେ ରଣବିର ସିଂହ କୁ କିଏ ନ ଜାଣେ। ତେବେ ବଲିଉଡରେ ରଣବିରଙ୍କର ଲୋକ ପ୍ରିୟତା ଓ ନାମ ବହୁତ ଅଧିକ । କାରଣ ସେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରିଛନ୍ତି । ରଣବିରଙ୍କ ଅଧିକାଂଶ ଫିଲ୍ମରେ ଦୀପିକା ଅଛନ୍ତି । ବର୍ତ୍ତମାନ ରଣବିର ଦୀପିକାଙ୍କ ସହ ବିବାହ କରି ବହୁତ ଖୁସିରେ ରହିଛନ୍ତି । ହେଲେ ଦୀପିକାଙ୍କ ପୂର୍ବରୁ ରଣବିର ଏକ ଝିଅ ପଛରେ ପାଗଳ ହୋଇଥିଲେ ।

ହେଲେ ବର୍ତ୍ତମାନ ସେହି ଝିଅଟି ବିବାହ କରି ଗୋଟେ ଛୁଆର ମା ହୋଇ ସାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ଝିଅ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ରଣବିର କାହା ପଛରେ ଏତେ ପାଗଳ ଥିଲେ । ତେବେ ଯେତେବେଳେ ରଣବିର ବଲିଉଡରେ ଏଣ୍ଟ୍ରି କରିଲେ ସେତେବେଳେ ରଣବିରଙ୍କ ନାମ ଅନୁସ୍କାଙ୍କ ସହ ମଧ୍ୟ ଯୋଡା ଯାଇଥିଲା । ହେଲେ ଅନୁସ୍କା ରଣବିରଙ୍କ ପ୍ରେମରେ ବହୁତ ଅଧିକ ସିରିଅସ ହୋଇଯାଇଥିଲେ ।

ଯାହାଫଳରେ ରଣବିର ଫିଲ୍ମ ‘ବାଜିରାଓ ମାସ୍ତାନି’ର ଶୁଟିଙ୍ଗ କରିବା ସମୟରେ ଅନୁସ୍କାଙ୍କ ଠାରୁ ଦୂରେଇ ଯାଇଥିଲେ । ହେଲେ ରଣବିର ସେତେବେଳେ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ, ସେ ଅନୁସ୍କାଙ୍କୁ ବହୁତ ମିସ୍ କରୁଛନ୍ତି । ତେବେ ପରେ ସେ ଦୀପିକା ଙ୍କୁ ବିବାହ କରି ନେଇଥିଲେ। ତେବେ ଦୀପିକା ଓ ଅନୁଷ୍କାଙ୍କ ପୂର୍ବରୁ ରଣବିର ଅନ୍ୟ ଏକ ଝିଅ ପଛରେ ପାଗଳ ଥିଲେ । ଏହି କଥା ବହୁତ କମ ଲୋକ ଜାଣିଛନ୍ତି ।

ସେହି ଝିଅଟି ହେଉଛି ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ସାନ ଝିଅ ଆହାନା ଦେଓଲ । କଲେଜ ସମୟରେ ରଣବିର ଓ ଆହାନାଙ୍କ ଅଫେୟାର ଆରମ୍ଭ ହୋଇଯାଇଥିଲା । ହେଲେ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା। ତେବେ ଏହାର କାରଣ ଏମାନଙ୍କ ମଝିରେ ଆଦିତ୍ୟ ରୟ କପୁର ଆସି ଯାଇଥିଲେ । ରଣବିରଙ୍କୁ କିଛି ଦିନ ପର୍ଯ୍ୟନ୍ତ ଡେଟ କରିବା ପରେ ଆହାନା ଆଦିତ୍ୟ ରୟ କପୁରଙ୍କୁ ଡେଟ କରିଥିଲେ ।

ଯାହାଫଳରେ ରଣବୀର ଓ ଆହାନାଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା । ରଣବିର ତାଙ୍କର ଏହି ପ୍ରେମ ବିଷୟରେ ମଧ୍ୟ ଖୁଲାସା କରିଥିଲେ । ତେବେ ରଣବିରଙ୍କ ଅନୁସାରେ କଲେଜରେ ଆଦିତ୍ୟ ବହୁତ ଫେମସ ଥିଲେ । ସବୁ ଝିଅ ଆଦିତ୍ୟଙ୍କ ବିଷୟରେ ଭାବୁଥିଲେ । ସେହି ସମୟରେ ମୁ ମଧ୍ୟ ଏକ ଝିଅ ପଛରେ ପାଗଳ ଥିଲି, ହେଲେ ବର୍ତ୍ତମାନ ସେ ଏକ ଛୁଆର ମା ଅଟେ ।

ମୁ ସେହି ଝିଅ ପଛରେ ୪-୫ ବର୍ଷ ପାଗଳ ଥିଲି । ହେଲେ ସେ ମୋ ସହ ବ୍ରେକ ଅପ୍ କରି ଦେଇଥିଲା । ସେ ଆଦିତ୍ୟ ପାଇଁ ଏହା କରିଥିଲା । ତେବେ ଆହାନା ଦେଓଲ ଆଦିତ୍ୟଙ୍କ ସହ ବ୍ରେକ ଅପ୍ କରି ବୈଧବ ବୋହୋରାଙ୍କ ସହ ୨ ଫେବୃୟାରି ୨୦୧୪ରେ ବିବାହ କରିଥିଲେ । ତାଙ୍କର ଏକ ପୁଅ ମଧ୍ୟ ଅଛି । ଆହାନାଙ୍କ ପରିବାର ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ ମଧ୍ୟ ଆହାନା ଲାଇମ ଲାଇଟରୁ ଦୂରରେ ରହୁଥିଲେ । ବର୍ତ୍ତମାନ ସେ ନିଜ ପରିବାର ଲୋକଙ୍କ ସହ ସମୟ ବିତାଉଛନ୍ତି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *