‘Pintu ଙ୍କୁ ଲାସ ଧରି ଏଠି ବହୁତ୍ ଜଣ ଆକଟିଂ କରିଛନ୍ତି, କାନ୍ଦିବା ମିଛ ଅଭିନୟ…’ ଦେଖନ୍ତୁ କାହିଁକି ଓ କାହା ପାଇଁ ଏପରି କହିଲେ Bobby Mishra

ଦର୍ଶକ ବନ୍ଧୁ ଗତ କାଲି ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କର ଅନ୍ତିମ ସଂସ୍କାର ହୋଇଛି । ବଡ ପୁଅ ସାଇ ତାଙ୍କୁ ମୁଖାଗ୍ନି ଦେଇଛନ୍ତି ଆଉ ପିଣ୍ଟୁ ସବୁଦିନ ପାଇଁ ପଞ୍ଚଭୂତରେ ଲୀନ ହୋଇ ଯାଇଛନ୍ତି । ତେବେ ଗତ କାଲି ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ସେଠାରେ ପିଣ୍ଟୁଙ୍କ ପରିବାର ବର୍ଗ, ଓଡିଆ ସିନେମା କଳାକାର ଏବଂ ପରିଜନ ମାନେ ଉପସ୍ଥିତ ଥିଲେ । ପିଣ୍ଟୁଙ୍କ ବିୟୋଗକୁ ନେଇ ସମସ୍ତେ ମର୍ମାହତ ।

ତେବେ ପିଣ୍ଟୁଙ୍କ ଅନ୍ତିମ ସଂସ୍କାର ଶେଷ ହେବା ପରେ ଓଡିଆ ଅଭିନେତା ବବି ମିଶ୍ର ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଦୁଃଖ ପ୍ରକାଶ କରିଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବବି ଗଣମାଧ୍ୟମ ଆଗରେ କହିଛନ୍ତି-‘ପିଣ୍ଟୁର ସ୍ମୃତି କହିଲେ ଶେଷ ହେବନି କିନ୍ତୁ ପିଣ୍ଟୁ ଆମକୁ ଛାଡିକି ଯାଇନି ।

ସାରା ଓଡିଶାର ଦର୍ଶକ ମାନଙ୍କ ପାଇଁ ସେ ଯେଉଁ ନିଖୁଣ ଅଭିନୟ କରିଥିଲା ଏବଂ ତାର ଯେଉଁ ଦର୍ଶକ ମାନଙ୍କ ପ୍ରତି ଯେଉଁ ଭଲ ପାଇବା ସେଇଟା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ପିଣ୍ଟୁ ଏଇ ଭଳିଆ ଓଡିଶା ଚଳଚିତ୍ର ଜଗତରେ ତା ନାଁ ଟା ସୁନା ଅକ୍ଷରରେ ଲିପିବଦ୍ଧ ହେଇ ରହିବ । ପିଣ୍ଟୁଙ୍କୁ କିଏ କଣ ଭାବନ୍ତି ମୁଁ ଜାଣିନି ହେଲେ ପିଣ୍ଟୁ ସହ ଯିଏ ବ୍ୟକ୍ତିଗତ ଭାବେ ମିଶି ଥିବ ପିଣ୍ଟୁ କେତେ କୋମଲ ହୃଦୟର ସେ ଜାଣିଥିବ ।

ସେ ଚଷମାକୁ ବହୁତ ଭଲ ପାଏ ଆପଣ ମାନେ ବାଇଟରେ ବି ଦେଖିଥିବେ ଯେତେବେଳେ ସେ ଯାଇଥିଲା ହସ୍ପିଟାଲ ସେ ଚଷମା ପିନ୍ଧିବାକୁ । ସେଥିପାଇଁ ମୁଁ କହିଥିଲି ସେ ଗଲା ବେଳେ ବି ତାକୁ ଚଷମା ପିନ୍ଧାଇ ଦେବ ସେ ଚଷମାକୁ ବହୁତ ଭଲ ପାଏ । ଆମର ଶୁଟିଙ୍ଗ ସେଟରେ ସବୁବେଳେ ମଜାଳିଆ ଝଗଡା ହୁଏ କାରଣ ଇଣ୍ଡଷ୍ଟ୍ରିରେ ବବି ମିଶ୍ର କହିଲେ ପିଣ୍ଟୁ ନନ୍ଦ ଆଉ ପିଣ୍ଟୁ ନନ୍ଦ କହିଲେ ବବି ମିଶ୍ର ।

କିଛି ଲୋକ ଆଜି ସୋସିଆଲ ମିଡିଆରେ କେବଳ ହାଇ ଲାଇଟ ହେବା ପାଇଁ ବହୁତ ନାଟକ କରୁଥିଲେ ମୁଁ ଆଜି ଦେଖିଛି । ଯଦି ଏମାନେ କ୍ୟାମେରା ଆଗରେ ଏମିତି ଅଭିନୟ କରନ୍ତେ ତା ହେଲେ ଭଲ ହୁଆନ୍ତା ସିନେମା ଇଣ୍ଡଷ୍ଟ୍ରି ଆଗକୁ ଯାନ୍ତା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *