ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ପରିବେଶ ଏତେ ଅଧିକ ଖରାପ ହେବା ସହ ଆମେ ମାନେ ମଧ୍ୟ ଅଶୃଙ୍ଖଳିତ ଜୀଵନ ଯାପନ ଯୋଗୁଁ ଆମକୁ ବିଭିନ୍ନ ପ୍ରକାର ର ରୋଗ ହେଉଛି । ଏହି ରୋଗ ଆମ ଜୀଵନ କୁ ମଧ୍ୟ ନେଇ ଯାଉଛି । ତେବେ ଆଜି ଆମେ ବ୍ଲାଡର କ୍ୟାନସର ବିଷୟରେ ଆଲୋଚନା କରିବା । ତେବେ ବ୍ଲାଡର ହେଉଛି ଆମର ମୂତ୍ରାଶୟ। ଆପଣଙ୍କର ଯେଉଁ ୟୁରିନ ଫର୍ମେଶନ ହେଉଛି ତାହା କିଡନୀରେ ହେଉଛି ।
ଏହା ପରେ ତାହା ମୂତ୍ରାଶୟକୁ ଆସୁଛି।ସେଠୁ ବାହାରକୁ ବାହାରୁଛି।ସେଲ ଗୁଡ଼ିକର ବଢିବାର ଗୋଟିଏ ରେଟ ଥାଏ । ଯଦି ନର୍ମାଲ ରେଟରୁ ଅଧିକା ରେଟରେ ସେଲ ଗୁଡ଼ିକ ବଢିବା ଆରମ୍ଭ ହେବ ତାକୁ ଆମେ କ୍ୟାନସର କହିବା । ସେହି କ୍ୟାନସର ଯଦି ଆମର ମୂତ୍ରାଶୟକୁ ପ୍ରଭାବ ପକାଇଛି ତାକୁ ଆମେ ମୂତ୍ରାଶୟ କ୍ୟାନସର କହିଥାଉ । ତେବେ ଖାସ କରି ଏହି କ୍ୟାନସର ଆମର ବୃଦ୍ଧ ବୟସ୍କ ଲୋକଙ୍କୁ ଅଧିକ ହେବାର ସମ୍ଭାବନା ରହିଛି ।
ବୟସ୍କ ଅବସ୍ଥାରେ ଏହାର ସମ୍ଭାବନା କମ । ମିନିମମ ୫୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଆଜି ରୋଗ ଦେଖାଯାଏ । ତା ମାନେ ନୁହେଁ ଯେ ବୟସ୍କ ଲୋକଙ୍କୁ ହୋଇ ପାରିବ ନାହିଁ । କିନ୍ତୁ ଯଦି ଦେଖିବାକୁ ଯିବା ଅଧିକ ମାତ୍ରାରେ ହେଉଛି ୫୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ । ଖାସ୍ କରି ପୁରୁଷ ମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି ମହିଳା ମାନଙ୍କର ଏହି ରୋଗ ଟିକିଏ କମ ।
ଏହାର ମୁଖ୍ୟ ଲକ୍ଷଣ ହେଉଛି ପରିସ୍ରାରେ ରକ୍ତ ପଡିବା । ରକ୍ତ ପଡିବା ସହ ଯେଉଁ ପରିସ୍ରାରେ ଆମକୁ ପୋଡା ହୁଏ ବା କଷ୍ଟ ହୁଏ । ତାହା କୌଣସି ଇନଫେକସନ ପାଇଁ ହୋଇପାରେ ନହେଲେ କୌଣସି ଷ୍ଟୋନ ପାଇଁ ହୋଇ ପାରେ । ତେବେ କିନ୍ତୁ ଯଦି ଏହା ପରିସ୍ରାରେ ରକ୍ତ ପଡ଼ିବା ସମୟରେ କଷ୍ଟ ନ ହୁଏ ତାହା ବହୁତ କ୍ଷତିକାରକ । ଏହାକୁ ଆପଣ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
କାରଣ ଆପଣ ଯଦି ଏହାକୁ ଇଗ୍ନୋର କରିବେ ଏହା ବ୍ଲାଡର କ୍ୟାନସରର ଏକ ମୁଖ୍ୟ ଲକ୍ଷଣ । ଆଉ ଗୋଟିଏ କଥା ଏହା ଥରେ ପଡ଼ିକି ରହି ଯାଏ । ଯେମିତି କି ଆଜି ପଡ଼ିଛି ଆଉ କାଲି ହେଲା ନାହିଁ । ମତେ ଲାଗିଲା କଣ ସେମିତି ଗୋଟିଏ ହେଇଥିବ । ମୁଁ ଇଗ୍ନୋର କରି ଦେଲି । ଏହା ପୁଣି ଆଉ ଦୁଇ ମାସ ପରେ ଆଉ ଗୋଟିଏ ଏମିତି ହେବ ।
ଖାସ କରି ଏହି କ୍ୟାନସର ତିନି ପ୍ରକାରର । ପ୍ରଥମେ ଏହାର ସିଟି ସ୍କାନ ଭଳି କିଛି ଚିକିତ୍ସା ହୁଏ । ଏହା ପରେ ତାର ସର୍ଜରୀ କରିବାକୁ ପଡିବ । ନହେଲେ କେମୋ ଥେରାପି ଦେବାକୁ ପଡ଼ିବ।ଏହା ଷ୍ଟେଜ ଉପରେ ନିର୍ଭର କରେ । ତେବେ ଏହି କ୍ୟାନସର ଯଦି ସମ୍ପୁର୍ଣ୍ଣ ଭାବେ ଭଲ ହେବ କହିବା ତାହେଲେ ଏହା ନୁହେଁ । ଏହା କ୍ୟାନସରର ଷ୍ଟେଜ ଉପରେ ନିର୍ଭର କରେ ।
ଏହା ଯଦି ଆପଣଙ୍କ ଅଲଗା ଅଙ୍ଗକୁ ଯାଇଛି ଯେମିତି କି ଲିଭର କି ବୋନକୁ ଏହାର ଭଲ ହେବା ବହୁତ କଠିନକର ହୋଇପଡେ । ତେବେ ଏହା ଷ୍ଟେଜ ଉପରେ ନିର୍ଭର କରେ । ଆପଣ କେଉଁ ଷ୍ଟେଜରେ ଅଛନ୍ତି ଓ ଆପଣଙ୍କ ଟ୍ରିଟମେଣ୍ଟ କେଉଁ ଷ୍ଟେଜରେ ହୋଇଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ