BJP କୁ ଟାର୍ଗେଟ କଲେ, ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଲେ… VK Pandiyan

ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ପାଣ୍ଡିୟାନ ! ଖବର ମୁତାବକ ବିଜେଡି ସଭା ମଞ୍ଚରୁ କାର୍ତ୍ତିକ ପାଣ୍ଡିୟାନ ବିଜେପିକୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସବୁ ପ୍ରଶ୍ନର ଗୋଟି ଗୋଟି ଉତ୍ତର ରଖିଛନ୍ତି ଭିକେ ପାଣ୍ଡିୟାନ । ତେବେ କାର୍ତ୍ତିକ ପାଣ୍ଡିୟାନଙ୍କ କହିବା ଆଧାରରେ ଯେଉଁଠାରେ ବିଜେପି ହାରିବାର ଥାଏ । ସେଠାକୁ ବିଜେପିର ସବୁ ବଡ ବଡ ନେତା ମାନେ ଯାଇଥାନ୍ତି । ଓଡିଶା ବିଜେପିକୁ ବୁଷ୍ଟର ଡୋଜ ଦେବା ପାଇଁ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ।

ତେଣୁ ଓଡିଶାକୁ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସୁଛନ୍ତି । ଗତ ପଂଚାୟତ ନିର୍ବାଚନରେ 30 ରୁ 30 ଜିଲ୍ଲା ପରିଷଦ ଆସନ ବିଜେପି ହାରିଛି । ହେଲେ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେଡି ଦଳ ଇତିହାସ ରଚିଛି । ବିଜୁ ଜନତା ଦଳ 30 ରୁ 30 ଆସନ ହାତେଇଛି । ଦେଶରେ ଏମିତି କୌଣସି ରାଜ୍ୟ ନାହିଁ । ଯେଉଁଠାରେ ସବୁ ଜିଲ୍ଲା ପରିଷଦ ଆସନ ଗୋଟିଏ ଦଳ ହାତେଇବ । ବିଜୁ ଜନତା ଦଳ ଏହାକୁ ସମ୍ଭବ କରିଦେଖାଇଛି ।

ସେଥିପାଇଁ ତ ଓଡିଶାର ବିଜେପି ନେତା ମାନଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସୁଛନ୍ତି । ପଂଚାୟତ ନିର୍ବାଚନ ଫଳାଫଳ ଦେଖି ବିଜେପି ନେତା ମାନଙ୍କର ଆତ୍ମବଳ ଭାଙ୍ଗି ଯାଇଛି । ସେମାନଙ୍କର ଆତ୍ମବିଶ୍ବାସ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ଯେତେବେଳେ ନିର୍ବାଚନ ଆସେ । ସେତେବେଳେ ବିଜେପିର କେନ୍ଦ୍ରୀୟ ନେତା ମାନେ ଆସିଥାନ୍ତି । ତାପରେ ସେମାନଙ୍କରେ ଦେଖା ମଧ୍ୟ ମିଳିନଥାଏ । ହେଲେ ଲୋକ ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନେ ରଖନ୍ତି ।

 

ତାହାକୁ ପାଳନ ମଧ୍ୟ କରିଥାନ୍ତି । କାରଣ ଅନ୍ୟ ନେତା ମାନଙ୍କ ଭଳି ଆମର ମୁଖ୍ୟମନ୍ତ୍ରୀ ନୁହନ୍ତି । ଯାହା କୁହନ୍ତି ତାହା ହିଁ ହୃଦୟର ସହ ଆମ ମୁଖ୍ୟମନ୍ତ୍ରୀ ପାଳନ କରିଥାନ୍ତି । ଜୁନ 9 ତାରିଖରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଆମେ ନିମନ୍ତ୍ରଣ କରୁଛୁ । ସେହି ଦିନ ଆପଣ ଆମ ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା କରିବେ ବୋଲି ମୋର ଆଶା ରହିଛି । ଓଡିଶାକୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର କରିବାର ଦାୟିତ୍ଵ ନେଇଛନ୍ତି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *