ବିଜେଡିରେ ମିଶିଲେ ଅଭିନେତ୍ରୀ Varsha Priyadarshini, ଏହି ଆସନରୁ ଲଢିପାରନ୍ତି… Barsha Priyadarshini-BJD

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ! ହଁ ଆଜ୍ଞା ବିଜେଡିରୁ ଅନୁଭବ ବାହାରିଲେ । ତାପରେ ପରେ ବିଜେଡିରେ ବର୍ଷା ସାମିଲ ହୋଇଛନ୍ତି । ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ବିଜେଡି ଦଳରେ ଯୋଗ ଦେଇଛନ୍ତି । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି । ସେତିକି ସେତିକି ନିର୍ବାଚନ ପୂର୍ବରୁ କିଛି କିଛି ନୂଆ ଘଟିବାରେ ଲାଗିଛି । ପୂର୍ବରୁ ଯାହା ସବୁ ଅନୁମାନ କରାଯାଉଥିଲା । ତାହା ଗୋଟେ ଗୋଟେ ସତ ହେବାକୁ ଲାଗୁଛି ।

ତେବେ ବର୍ଷା ପ୍ରିୟଦର୍ଶିନୀଙ୍କର ଯେବେଠାରୁ ବୈବାହିକ କଳହ ଆରମ୍ଭ ହୋଇଛି । ସେବେଠାରୁ ତାହାକୁ ନେଇ ସେ ଅନେକ ସମୟରେ ଚର୍ଚାରେ ରହନ୍ତି । ଏହାରି ଭିତରେ ବର୍ଷା ରାଜନୀତିରେ ପାଦ ଥାପିବେ ବୋଲି ମଧ୍ୟ ଅନୁମାନ କରାଯାଉଥିଲା । ତେବେ ସତରେ ଏବେ ବିଜେଡିରେ ବର୍ଷା ପ୍ରିୟଦର୍ଶିନୀ ଯୋଗ ଦେଇଛନ୍ତି । ମାତ୍ର କିଛି ଦିନ ତଳେ ବିଜେଡି ଛାଡିଥିଲେ ଅଭିନେତା ଅନୁଭବ ମହାନ୍ତି । ତାପରେ ଏବେ ଏବେ ବିଜେଡିରେ ମିଶିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ତେବେ ବର୍ଷାଙ୍କୁ ଦଳରୁ ବିଧାୟିକା ଟିକେଟ ମିଳିପାରେ ବୋଲି ଆଶା କରାଯାଉଛି । ସେ ଦଳରେ ମିଶୁ ମିଶୁ ନିର୍ବାଚନ ଲଢି ପାରନ୍ତି ବୋଲି ତାଙ୍କୁ ନେଇ ବର୍ତ୍ତମାନ ଚର୍ଚା ଜୋର ଧରିଛି । ଏହା ପୂର୍ବରୁ ବର୍ଷାଙ୍କୁ ଅନେକ ସମୟରେ ସାମାଜିକ କାର୍ଯ୍ୟ ଠାରୁ ଆରମ୍ଭ କରି ବିଜେଡିର କାର୍ଯ୍ୟକ୍ରମରେ ମଧ୍ୟ ଦେଖାଦେଇଛନ୍ତି । ତେବେ ବିଜେଡି ଏବେ କଟକ ବାରବାଟୀର ବିଧାନସଭା ଆସନ ଖାଲି ରଖିଛି । ଏ ପର୍ଯ୍ୟନ୍ତ ସେଠାରୁ କାହାକୁ ମଧ୍ୟ ଟିକେଟ ଦେଇନାହିଁ।

ତେବେ ବର୍ଷା ବିଜେଡିରେ ମିଶିବା ପରେ ବାରବାଟୀରୁ ବିଧାୟିକା ପ୍ରାର୍ଥୀ ଭାବେ ଲଢି ପାରନ୍ତି ବୋଲି ଅନୁମାନ କରାଯାଉଛି । ଅଭିନେତ୍ରୀରୁ ବର୍ଷା ପ୍ରିୟଦର୍ଶିନୀ ଏବେ ନେତ୍ରୀ ହୋଇଯାଇଛନ୍ତି । ଓଡିଶା ରାଜନୀତିରେ ବର୍ଷା ପ୍ରିୟଦର୍ଶିନୀ ନିଜର ପରାକ୍ରମିକ ଦେଖେଇବାକୁ ଯାଉଛନ୍ତି । ବର୍ଷା ସବୁବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ମାନି କାମ କରି ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଓଡିଶା ଉନ୍ନତିମୂଳକ କାର୍ଯ୍ୟ ଦେଖି ବର୍ଷା ତାଙ୍କ ଉପରେ ଅନୁପ୍ରାଣୀତ ହୋଇ ସେ ବିଜେଡିରେ ମିଶିଛନ୍ତି । ତେବେ ଖୁବ ଶୀଘ୍ର ବର୍ଷାଙ୍କୁ ଦଳରୁ କେଉଁ ଦାୟିତ୍ଵ ମିଳୁଛି ତାହା ଦେଖିବାକୁ ଅପେକ୍ଷା ରହିଲା । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *