ବିଶ୍ଵକପରୁ ବାଦ୍ ପଡ଼ିପାରନ୍ତି… ଷ୍ଟାର କ୍ରିକେଟର Virat Kohli

ବିଶ୍ଵକପରୁ ବାଦ ପଡିବେ ବିରାଟ କୋହଲୀ ! t-20 ବିଶ୍ଵକପ ଖେଳିବେନି ଭାରତର ରନ ମେସିନ । ଖବର ଅନୁଯାଇ ଆସନ୍ତା ଜୁନ ମାସ ପହିଲାରୁ କ୍ରିକେଟର ମହାକୁମ୍ଭ t-20 ବିଶ୍ଵକପ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଜୁନ 1 ରୁ ଏହା ଆରମ୍ଭ ହେବାକୁ ଯାଉଅଛି । ଏହାରି ଭିତରେ ଟିମ ଇଣ୍ଡିଆ ନିଜର ଟିମ ବନାଇବା ଆରମ୍ଭ କରିଦେଇଛି । ତେବେ ଏହାରି ମଧ୍ୟରେ ଯେଉଁ ଖବର ସାମ୍ନାକୁ ଆସିଛି । ତାହା କ୍ରିକେଟପ୍ରେମୀ ତଥା ବିଶେଷ କରି ବିରାଟ କୋହଲୀଙ୍କର ଫ୍ୟାନ ମାନଙ୍କୁ ଏକ ଶକ୍ତ ଝଟକା ଲାଗିପାରେ ।

କାରଣ t20 ମ୍ଯାଚରେ ବିରାଟ କୋହଲୀ ମ୍ଯାଚରେ ଖେଳିନପାରନ୍ତି ବୋଲି ଖବର ସାମ୍ନାକୁ ଆସିଛି । କାରଣ ବିରାଟ କୋହଲୀଙ୍କୁ ଏଥର ବିଶ୍ଵକପ ଦଳରେ ଦେଖିବାକୁ ବୋଧ ହୁଏ ନମିଳିପାରେ । କାରଣ ବିରାଟଙ୍କ ବଦଳରେ ଅନ୍ୟ ଯୁବ ପ୍ଲେୟାର ମାନଙ୍କୁ ଖେଳିବାକୁ ସୁଯୋଗ ଦେବେ ବୋଲି ଚର୍ଚା ହେବାରେ ଲାଗିଛି । ଏଠାର t20 ବିଶ୍ଵକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁ ଯାଉଛି ।

ତେଣୁ ସେଠାକାର ସ୍ଲୋ ପିଚକୁ ଦେଖି ବିରାଟକୁ ଏଥର t20 ବିଶ୍ଵକପରେ ନଖେଳାଇବାର ଟିମ ସିଲେକ୍ଟର ନିଷ୍ପତ୍ତି ନେଇଛନ୍ତି ବୋଲି କଥା ଉଠିଛି । 2022 ମସିହା t20 ବିଶ୍ଵକପ ପରେ ବିରାଟ କୋହଲୀ ଆଉ ଗୋଟିଏ ବି ମ୍ଯାଚ ଖେଳିନାହାନ୍ତି । ତେଣୁ ଆଗାମୀ ବିଶ୍ଵକପ ବିରାଟ ଖେଳିବେ କି ନାହିଁ ତାହା ତ କେବଳ ଟିମ ସିଲେକ୍ଟରଙ୍କ ହାତରେ ରହିଛି । ତେବେ t20 ଫର୍ମାଟରେ ଦଳର ଆବଶ୍ୟକତା ଅନୁସାରେ ବିରାଟ କୋହଲୀ ସେତେ ଅଧିକ ଭଲ ପଦର୍ଶନ କରୁନାହାନ୍ତି ।

ତେଣୁ ତାଙ୍କ ବଦଳରେ ନୂଆ ଖେଳାଳୀ ମାନଙ୍କୁ ଖେଳାଇବାକୁ ସୁଯୋଗ ଦିଆଯିବା ଉଚିତ ବୋଲି ଟିମ ସିଲେକ୍ଟର ଚିନ୍ତା କରୁଛନ୍ତି । ବିଶ୍ଵକପ ଦଳର କ୍ୟାପଟେନ ରୋହିତ ଶର୍ମା କିନ୍ତୁ ରହିବା ଏକ ପ୍ରକାର ହୋଇସାରିଛି । ତେବେ ଯଦି ବିରାଟ କୋହଲୀ t20 ବିଶ୍ଵକପ ନଖେଳନ୍ତି । ତେବେ ତାଙ୍କ ବଦଳରେ ସୂର୍ଯ୍ୟ କୁମାର ଯାଦଭ, ତିଳକ ବର୍ମା, ରୀଙ୍କୁ ସିଂହ କିମ୍ବା ଶିଭମ ଦୁଭେଙ୍କ ଭଳି ଯୁବ ତାରକା ମାନଙ୍କୁ ଏଥର ବିଶ୍ଵକପରେ ଦେଖିବାକୁ ମିଳିପାରେ । କ୍ରିକେଟ ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *