କରୋନା ଭାଇରସକୁ ନେଇ ଆସିଲା ଭଲ ଖବର ! କରୋନାର ତୃତୀୟ Variant କୁ ନେଇ ବିଶେଷଜ୍ଞ ମାନେ କହିଲେ କିଛି ଏମିତି…

ବନ୍ଧୁଗଣ ବର୍ତ୍ତମାନ ସାରା ଦେଶରେ କରୋନା ଭାଇରସର ତୃତୀୟ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ବଢିବାରେ ଲାଗିଛି । ସାରା ଦେଶ ପାଇଁ ଓମିକ୍ରନ ଚିନ୍ତାର ବିଷୟ ପାଲଟିଛି । ତେବେ ଦୀର୍ଘ ଦୁଇ ବର୍ଷ ଧରି ଏହି ଭାଇରସ ଦେଶରେ ବ୍ୟାପୀ ରହିଥିବା ବେଳେ ଏହି ତୃତୀୟ ଭାରିଏଣ୍ଟକୁ କରୋନା ଭାଇରସର ଅନ୍ତ ବୋଲି କହିଛନ୍ତି ବିଶେଷଜ୍ଞ । ତେବେ ବନ୍ଧୁଗଣ ଏହି ସମୟରେ କରୋନାକୁ ନେଇ ଏକ ଆଶ୍ଵସ୍ତିକାର ଖବର ସାମ୍ନାକୁ ଆସିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ କରୋନା ସଂକ୍ରମଣ ବୃଦ୍ଧି ହେଲେ ବି ଆସିଛି ଆଶ୍ବସ୍ତିକର ଖବର । ରାଜ୍ୟ ଓ ଦେଶରେ କରୋନା ମିଟର ଉପର ମୁହାଁ ରହିଥିଲେ ବି ଗତିରେ ସାମାନ୍ଯ ବ୍ରେକ ଲାଗିଛି । ସେହି ପରି ଆର ଭାଲ୍ଯୁ ମଧ୍ୟ କମ ହୋଇଛି ।

ବିଶେଷ କରି ମୁମ୍ବାଇ ଭଳି ସହରରେ ଆର ଭାଲ୍ଯୁ ୨ ତଳକୁ ଖସି ଆସିଛି ଯାହାକୁ ଗତ କିଛି ଦିନ ପୂର୍ବରୁ ୪ ଥିଲା ଅର୍ଥାତ ଜଣେ ସଂକ୍ରମିତ ସର୍ବାଧିକ ଚାରି ଜଣଙ୍କୁ ସଂକ୍ରମିତ କରିପାରୁ ଥିଲେ । ହେଲେ ଏବେ ଦୁଇଜଣଙ୍କୁ ସଂକ୍ରମିତ କରୁଛନ୍ତି । ତେବେ ଏହା ଆଗକୁ କମିବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।

ରାଜ୍ୟରେ କମିଛି ଦୈନିକ ସଂକ୍ରମଣ ୨୪ ଘଣ୍ଟାରେ ୬ ଶହ କମ ସଂକ୍ରମିତ ଚିହ୍ନଟ । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଥିଲେ ବି ଯେଉଁ ହାରରେ ବଢି ଚାଲିଥିଲା ସେଥିରେ ରୋକ ଲାଗିଛି । ରବିବାର ୧୧ ହଜାର ୧୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ୧୦ ହଜାର ୪୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରବିବାର ଅପେକ୍ଷା ସୋମବାର ୬୮୮ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ କରୋନା ସଂକ୍ରମଣର ଆର ଭାଲ୍ଯୁ କମ ହୋଇଛି ଯାହାକୁ ଏକ ଆଶ୍ବସ୍ତିକର ଖବର । ତେବେ ଏବର ଟ୍ରେଣ୍ଡକୁ ଦେଖି କିଛି ଆକଳନ କରିହେବ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବନ୍ଧୁଗଣ ଏହା ହେଉଛି ଏକ ବଡ ଆଶ୍ବସ୍ତିକର ଖବର ଓ ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *