ବିଶେଷଜ୍ଞ ମାନେ ଦେଲେ ସବୁଠୁ ବଡ ଖୁସି ଖବର ! କହିଲେ ମହାମାରୀକୁ ଶେଷ କରିଦେବ କରୋନାର Omicron ଭ୍ୟାରିଆଣ୍ଟ, ଦେଖନ୍ତୁ କିପରି ?

ନମସ୍କାର ବନ୍ଧୁଗଣ ତେବେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ସାରା ବିଶ୍ୱରେ କ୍ଷୀପ୍ର ଗତିରେ ମାଡିଚାଲିଛି । ପ୍ରାୟ ସବୁ ରାଜ୍ୟରେ ଏହା ହୁ ହୁ ହୋଇ ମାଡିଚାଲିଛି । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଓମିକ୍ରନର ଲକ୍ଷଣ ଡେଲ୍ଟା ଭାରିଆଣ୍ଟ ଠାରୁ ଟିକେ ହାଲକା ରହିଛି । କିନ୍ତୁ ଏହା ବହୁତ ସ୍ପିଡରେ ମାଡିଚାଲିଛି । ପୂରା ବିଶ୍ୱରେ ଏହି ଭାରିଆଣ୍ଟକୁ ନେଇ ଅଲଗା ଅଲଗା ରିସର୍ଚ୍ଚ କରାଗଲାଣି । କିଛି ରିସର୍ଚ୍ଚରୁ ଜଣାପଡିଛି ଏହା ବହୁତ ଚିନ୍ତାଜନକ ଓ ଉଦବେଗ ଜନକ । ତଥାପି କିଛି ଆଶାର କିରଣ ଦେଖିାଦେଇଛି ।

ତେବେ ଏମଷ୍ଟରାଡାମର ଭାକସିନ ରଣନୀତି ପ୍ରମୁଖ ମାର୍କୋ କୈବଲରୀ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଆମେ ଭୁଲିବା କଥା ନୁହେଁ ଯେ, ଆମେ ଏବେ ଏକ ମହାମାରୀ ସହ ଲଢେଇ କରୁଛୁ । ଏକଥ କେହି ଜାଣିନାହାଁନ୍ତି ଯେ, ଆମେ ଏଥିରୁ କେବେ ମୁକୁଳିବା । କିନ୍ତୁ ଏଥିରୁ ବାହାରିବା ନିଶ୍ଚୟ । ସେ ଆହୁରି କହିଛନ୍ତି ଯେ, ଓମିକ୍ରନ ଭାରିଆଣ୍ଟ ମହାମାରୀରୁ ବାହାର କରିବାରେ ସାହାଯ୍ୟ କରିବ ।

କାରଣ କୋଭିଡ -୧୯ ଓମିକ୍ରନ ଭାରିଆଣ୍ଟ କ୍ଷୀପ୍ର ଗତିରେ ମାଡିବାର ବିଶ୍ୱରେ ଏଣ୍ଡେମିକ୍ ଆଡକୁ ବଢିଚାଲିଛି । ଆଉ ଲୋକେ ମଧ୍ୟ ଏହା ସହ ଆରାମରେ ଲହିବାରେ ସକ୍ଷମ ହେଉଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଆମେ ସହଜରେ ଭାରିଆଣ୍ଟକୁ ହରାଇବା ପରେ ମହାମାରୀକୁ ହରାଇପାରିବା । ସେ ଆହୁରି କହିଛନ୍ତି ଯେ ବାରମ୍ୱାର ବୁଷ୍ଟର ଦେବା ମଧ୍ୟ ଠିକ୍ ନୁହେଁ । ତାଙ୍କ ମତରେ ବାରମ୍ୱାର ଟିକା ନେଲେ ହ୍ରାସ ହୋଇଥାଏ ଶରୀରର ଇମ୍ୟୁନିଟି ସିଷ୍ଟମ ।

ପ୍ରଥମେ ଓମିକ୍ରନ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଠାବ ହୋଇଥିଲା । ଏହି ଠାରେ ହିଁ ନୂଆ ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି । ୱେଷ୍ଟର୍ଣ୍ଣ କେପ ରିଜନରେ ଥିବା NICD ର ଗବେଷକ ମାନେ ଓମିକ୍ରନର ଭୟାବହତାକୁ ନେଇ ତର୍ଜମା ଆରମ୍ଭ କରିଥିଲେ । ଏହି ସମୟରେ ଜଣାପଡ଼ିଛି ଯେ ପ୍ରଥମ ୩ଟି କରୋନା ଲହରୀ ବେଳେ ଟିକା ନେଇ ନେଇଥିବା ୧୧,୬୦୦ ରୋଗୀ ଗୁରୁତର ହେଉଥିଲା ।

ହେଲେ ନଭେମ୍ବର ମାସରେ ଚିହ୍ନଟ ହୋଇଥିବା ଓମିକ୍ରନ ଭାରିଏଣ୍ଟରେ ଏହି ସଂଖ୍ୟା ୫,୧୦୦ ରହିଛି । ପୂର୍ବ ଭାରିଏଣ୍ଟ ଗୁଡ଼ିକ ତୁଳନାରେ ଓମିକ୍ରନ ଯୋଗୁ ଗୁରୁତର ସମସ୍ୟା ସୃଷ୍ଟି ହେଉନି । ଲୋକଙ୍କ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ୁନି । ସେହିପରି ଓମିକ୍ରନ ଜନିତ ମୃତ୍ୟୁହାର ମଧ୍ୟ ଯଥେଷ୍ଟ କମ । ତେବେ ଗବେଷକମାନେ ଏହା ପଛରେ ଥିବା କାରଣ ଜାଣିବା ପାଇଁ ଚେଷ୍ଟା କରିଥିଲେ ।

ଟିକା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଥିବାରୁ ଓମିକ୍ରନ ବିଶେଷ କିଛି କରି ପାରୁ ନଥିବା ପ୍ରଥମେ ଜଣାପଡ଼ିଥିଲା । ଏହାପରେ ଟିକା ନେଇ ନଥିବା ଲୋକଙ୍କୁ ପରୀକ୍ଷାରେ ସାମିଲ କରାଯାଇଥିଲା ।  ଏହି ସମୟରେ ଓମିକ୍ରନ ଟିକା ନେଇ ନଥିବା ଲୋକଙ୍କୁ ମଧ୍ୟ କମ ଗୁରୁତର କରୁଥିବା ସ୍ପଷ୍ଟ ହୋଇଛି । ଗବେଷକମାନେ କହିଛନ୍ତି ଓମିକ୍ରନ ଗୁରୁତର ସମସ୍ୟା ସୃଷ୍ଟି ନ କରିବା ପଛର ମୁଖ୍ୟ କାରଣ ହେଲା ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତି ।

ଏଥିସହ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନେ ମଧ୍ୟ ଗୁରୁତର ହେବା ଆଶଙ୍କା ଯଥେଷ୍ଟ କମ । ଏହାକୁ ବାଦ ଟିକା ନେଇ ନଥିଲେ ମଧ୍ୟ ଡେଲ୍ଟା ତୁଳନାରେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ଓ ପ୍ରାଣ ହରାଇବା ଆଶଙ୍କା ୨୫% କମ ବୋଲି ସେମାନେ କହିଛନ୍ତି । ତେବେ ମାସ୍କ ପିନ୍ଧନ୍ତୁ ହାତକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *