‘ବବି ଦାସ ଏବଂ ପାଣ୍ତିଆନଙ୍କ ଫୋନ୍‌ କଲ ଆଗ ଯାଞ୍ଚ କର’ ଦେଖନ୍ତୁ ଏମିତି କାହିଁକି କହିଲେ ବିରୋଧୀ ଦଳ ନେତା

ଦର୍ଶକ ବନ୍ଧୁ ଓଡିଶାର ପୂର୍ବତ୍ତମ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତୟଆ ପରେ ଓଡିଶା ରାଜନୀତିରେ ବହୁତ ବଡ ପରିବର୍ତ୍ତନ ଦେଖା ଦେଇଛି ।  ନବ ଦାସ ଜଣେ ବରିଷ୍ଠ ନେତା ହେବା ସହ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ । ଝାରସୁଗୁଡା ଜିଲ୍ଲାରେ ତାଙ୍କର ବହୁତ ପ୍ରଭାବ ଥିଲା । ବିଜେଡି ଦଳରେ ଥାଇ ଜନସାଧାରଣଙ୍କ ସେବା କରିବା ସହ ସେ ଜଣେ ଭଲ ବିଜନେସ ମ୍ୟାନ ମଧ୍ୟ ଥିଲେ ।

ତେବେ ନବ ଦାସ ଯିବା ପରେ ଝାରସୁଗୁଡା ଜନସାଧାରଣ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ଆଉ ଅନ୍ୟ ପକ୍ଷେ ଆଗାମୀ ମାର୍ଚ୍ଚ ମାସରେ ଝାରସୁଗୁଡା ଜିଲ୍ଲାରେ ଉପ ନିର୍ବାଚନ ହେବାକୁ ଯାଉଛି । ଆଉ ଏହାରି ମଧ୍ୟରେ ନବ ଦାସଙ୍କ ହତୟଆ ଘଟଣାକୁ ନେଇ ଆରମ୍ଭରୁ ଗୃହ ତ୍ୟାଗ କଲେ ବିଜେପି ସଦସ୍ୟ । ଏନେଇ ବିରୋଧୀ ଦଳ ନେତା ଗଣମାଧ୍ୟମ ଆଗରେ ଏକ ସାଂଘାତିକ ବୟାନ ଦେଇଛନ୍ତି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବିରୋଧୀ ଦଳ ନେତା କହିଛନ୍ତି-‘ରାଜ୍ୟର 5T ସଚିବ ଏବଂ ଯାଜପୁରର ମାନ୍ୟବର ବିଧାୟକ ପ୍ରଣୟ ପ୍ରକାଶ ଦାସ ହତୟଆର ଚାରି ଦିନ ପୂର୍ବରୁ ଟେଲିଫୋନରେ କଣ କଥା ବାର୍ତ୍ତା ହୋଇଥିଲେ । ଏ ସମସ୍ତଙ୍କୁ ଯାଞ୍ଚ ପରିଧିରେ ଆସିବା କଥା କିନ୍ତୁ ଏ ଓଡିଶା ପୋଲିସ କଣ ଏ ତଦନ୍ତ କରିବ ।

ଏ ତଦନ୍ତ ଓଡିଶା ପୋଲିସ କରିବ ନାହିଁ । ତେଣୁ ଆମେ କହୁଛୁ ସିବିଆଇ ତଦନ୍ତ କରିବାର ଆବଶ୍ୟକତା ରହିଛି । ଆଜି ହାଉସରେ ଗଭର୍ନରଙ୍କ ମୁହଁରେ ମିଥ୍ୟା କଥା ସବୁ ସେମାନେ କହିବାକୁ ଚାହିଁ ଛନ୍ତି । ଗୋଟେ ସରକାରର ପ୍ରଥମ କର୍ତ୍ତବ୍ୟ ହେଉଛି ଆଇନ ଶୃଙ୍ଖଳା ଆଉ ସେଥିରେ ଏ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସରକାରୀ ପ୍ରାୟୋଜିତ ହତୟଆ ଆଜି ସବୁଠାରୁ ବଡ କଥା ହୋଇଛି ।

ସରକାର ଯେତେବେଳେ ସରକାରକୁ ମାରି ପାରୁଛନ୍ତି ଆଉ ସାଧାରଣ ଲୋକ କଣ ଏଥିରେ ସୁରକ୍ଷିତ । ଏ ସବୁ କଥାକୁ ନେଇ ଆମେ ସିବିଆଇ ତଦନ୍ତ ଦାବି କରିଥିଲୁ ହେଲେ ସରକାର କର୍ଣ୍ଣପାତ କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ରାଜ୍ୟରେ ଯେତେବେଳେ ଲୋକଙ୍କ ଧନ ଜୀବନ ସୁରକ୍ଷା ନାହିଁ ତେଣୁ ଏ ଗଭର୍ନର ସ୍ପିଚର କିଛି ଯଥାର୍ଥତା ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *