ବିପଦରେ ଉପକୂଳ ଓଡିଶା ! ବଢୁଛି ସମୁଦ୍ରର ଜଳସ୍ତର…

ବୁଡିବକୁ ଉପକୂଳ ଓଡିଶା ବଢୁଛି ସମୁଦ୍ରର ଜଳ ସ୍ତର । ବଢୁଛି ଉପକୂଳ ଅଞ୍ଚଳ ପ୍ରତି ବିପଦ । ଆଗକୁ ବିଶ୍ଵ ବାପି ବଢିବାକୁ ଯାଉଛି ଏହାର ଗଭୀର ପ୍ରଭାବ । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ସୁରକ୍ଷା ପାଇଁ ସମୁଦ୍ର ଜଳ ସ୍ତର ବୃଦ୍ଧିର ପ୍ରଭାବ ନେଇ ଆଲୋଚନା ପରେ ସତର୍କ କରିଛି ବିଶ୍ଵ ପାଣିପାଗ ସଂସ୍ଥା । ଅଧିକ ମାତ୍ରାରେ ପ୍ରଭାବିତ ହେବାକୁ ଯାଉଛି ମୁମ୍ବାଇ ଏବଂ ନ୍ୟୁୱାର୍କ ଭଳି ବଡ ସହର ।

ଏଥିରୁ ବାଦ ପଡିନି ପୂର୍ବ ଭାରତରେ ସମୁଦ୍ରରେ ଥିବା ଓଡିଶା ତଟ । ସମୁଦ୍ର ଭିତରେ ବୁଡି ଯାଇ ପାରେ କୋଷ୍ଟାଲ ଓଡିଶା । 1993ରୁ 2021 ମଧ୍ୟରେ ବିଶ୍ବରେ ସମୁଦ୍ର ଜଳ ସ୍ତର 0.8 ମିମି ବଢିଛି । ଏହି ସମୟରେ ଭାରତ ଉପକୂଳରେ ଗୋପାଳପୁର-ପାରାଦୀପ ଓ ଭଦ୍ରକ ବାଲେଶ୍ଵର ଉପକୂଳରେ ଗୁରୁତ୍ଵର ଭାବେ ବୃଦ୍ଧି ପାଇଛି ଜଳସ୍ତର । ଗୋପାଳପୁର-ପୁରୀ ଉପକୂଳ ଜଳସ୍ତର ପ୍ରାୟ 5 ମିମି ବଢିଛି ।

ଅନ୍ୟ ପକ୍ଷେ ବାଲେଶ୍ଵର-ଭଦ୍ରକ ଉପକୂଳରେ ଏହା 2-3 ମିମି ବୃଦ୍ଧି ପାଇଛି । ଆଗାମୀ ଦିନରେ ସମୁଦ୍ରର ଅବକ୍ଷୟ ଓ ଜଳସ୍ତର ବୃଦ୍ଧି ଓଡିଶା ଉପକୂଳ ପାଇଁ ବିପଦ ଆଣିପାରେ । ଉପକୂଳ ବର୍ତ୍ତୀ ଗଞ୍ଜାମ, ପୁରୀ, ଜଗତ ସିଂହପୁର ଏବଂ ଭଦ୍ରକ ଜିଲ୍ଲା ପାଇଁ ବଡ ବିପଦ ଆଣିପାରେ ସମୁଦ୍ରର ଜଳସ୍ତର ବୃଦ୍ଧି । କ୍ଷୁଦ୍ର ବିକାଶୀଳ ଦେଶ ଓ ତଳୀୟ ଅଞ୍ଚଳରେ ଥିବା ବିଶ୍ଵର ଅନ୍ୟ ସହରରେ ରହୁଥିବା କୋଟି କୋଟି ଅଧିବାସୀ ମାନଙ୍କ ପାଇଁ ଏହା ସଂବେଦନ ଶୀଳ ପ୍ରସଙ୍ଗ ହୋଇଛି ।

ସମୁଦ୍ର ସ୍ତର ବୃଦ୍ଧି ଦ୍ଵାରା କିଛି ଦେଶର ଅସ୍ତିତ୍ଵ ପ୍ରତି ବିପଦ ବଢିଛି । ସମୁଦ୍ର ପତନ ବୃଦ୍ଧି ଦ୍ଵାରା ଭାରତ, ବାଂଲାଦେଶ, ଚୀନ, ନେଦରଲାଣ୍ଡ ଭଳି ଦେଶ ପ୍ରତି ସଙ୍କଟ ମୁହାଁଇଛି । ଏହା ଦ୍ଵାରା କମ ଉଚ୍ଚତାରେ ସମୁଦ୍ର ଉପକୂଳରେ ରହୁଥିବା ପ୍ରାୟ 90 କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନର ବିଶ୍ଵ ତାପମାତ୍ରା ଠାରୁ ତାପାମାତ୍ରା 1.5 ଡିଗ୍ରୀ ବୃଦ୍ଧି ପାଇଲେ ସମୁଦ୍ର ଜଳ ପତନ ଯଥେଷ୍ଟ ବୃଦ୍ଧି ପାଇପାରେ ବୋଲି ଜାତିସଂଘ ଆଲୋଚନାରେ କୁହା ଯାଇଛି ।

ଆଣ୍ଡାମାନ ସାଗରରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳସ୍ତର ବଢୁଥିବାର ଓଡିଶା ଉପକୂଳ ବର୍ତ୍ତୀ ବିପଦ ବଢିବ ବୋଲି ଆଶଙ୍କା କରା ଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *