ନିଆଁରେ ପୋଡି ପାଉଁଶ ହୋଇଗଲା ପରିବାରର ସ୍ଵପ୍ନ, ହେଲେ ବିପଦ ବେଳର ବନ୍ଧୁ ସାଜିଲେ ଜ୍ଵାଇଁ !

ସରିଥିଲା ଲଗ୍ନ ଧାର୍ଯ୍ୟ ସରିଥିଲା ନିର୍ବନ୍ଧ ! ବାହାଘର ଦିନ ଝିଅକୁ ଘରର ବୋହୁ କରି ନେଇଥାନ୍ତା ଶାଶୁଘର ପରିବାର ଲୋକ । ହେଲେ ବିଧିର ବିଧାନ ସବୁ କିଛି ପୋଡି ଜାଳି ପାଉଁଶ କରିଦେଇଥିଲା । ବନ୍ଧୁ ବାନ୍ଧିବା ପୂର୍ବରୁ ଘରେ ଲାଗିଯାଇଥିଲା ନିଆଁ । ଝିଅର ବାହାଘର କେମିତି କରିବେ ଏହାକୁ ନେଇ ଝିଅ ପରିବାର ଲୋକେ ଚିନ୍ତାରେ ରହିଥିଲେ । ଏକ ଦୁର୍ଘଟଣା କାରଣରୁ ଝିଅ ଘରେ ନିଆଁ ଲାଗିଜାଇ ଘରଟି ଜଳିଯିବା ସହ ଘରେ ଥିବା ସବୁ କିଛି ଜିନିଷ ପୋଡି ଯାଇଥିଲା ।

ବାହାଘର ପାଇଁ ଗୋଟି ଗୋଟି କରି ରଖିଥିବା ସବୁ ଜିନିଷରେ ନିଆଁ ଲାଗିଯାଇଥିଲା । ତେବେ କନ୍ୟାର ବାପା ଏହି କଥାକୁନେଇ ଚିନ୍ତାରେ ଥିବା ବେଳେ ଝିଅକୁ ବାହା ହେବାକୁ ଥିବା ଜ୍ଵାଇଁ ଆସି କହିଥିଲେ । ବାପା ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଶାଢୀ ଖଣ୍ଡିଏ ପିନ୍ଧାଇ ହୀରାମଣୀକୁ ଆମେ ଆମ ଘରକୁ ନେବୁ । ବୋହୁ ହୋଇକି ଯିବ ହେଲେ ସେଠାରେ ସେ ଝିଅ ପରି ରହିବ । ଜ୍ଵାଇଁ ପୁଅର ଏହି ପଦିଏ କଥା କନ୍ୟାର ବାପାକୁ ବିପଦ ସମୟରେ ଶକ୍ତି ଦେଲା ।

ଭାଙ୍ଗି ପଡିଥିବା ପରିବାରଟି କିଛି ଆଶ୍ବସ୍ଥି ପାଇଗଲେ । ତେବେ ଝିଅର ବାପା ରବୀନ୍ଦ୍ର ରାଉତ ଗଣ ମାଧ୍ୟମ ସାମ୍ନାରେ ନିଜର ହେବାକୁ ଥିବା ଜ୍ଵାଇଁଙ୍କ ବିଷୟରେ କହିଛନ୍ତି । ମୋ ଜ୍ଵାଇଁ ବହୁତ ଭଲ ପିଲା । ସୁଖ ସମୟରେ ତ ସମସ୍ତେ ସାଥିରେ ଥାନ୍ତି । ହେଲେ ଦୁଃଖ ସମୟରେ ଯିଏ ସାଥିରେ ଛିଡା ହେବ ସେହି ହିଁ ପ୍ରକୃତ ବନ୍ଧୁ । ତେଣୁ ମୋ ଜ୍ଵାଇଁଙ୍କର ଏଭଳି ଭଲ ଚିନ୍ତାଧାରା ସମାଜକୁ ବହୁତ ଭଲ ବାର୍ତ୍ତା ଦେଲା ।

ଆମର ଏତେ ବଡ ଦୁଃଖର ସମୟରେ ସେ ଆମ ଦୁଃଖର ସାଥୀ ହୋଇ ଆମର ଏଭଳି ଖରାପ ପରିସ୍ଥିତିରେ ଆମର ସାଥ ଛାଡି ନଦେଇ ମୋ ଝିଅକୁ ସେମିତି ଆପଣାଇବାକୁ ରାଜି ହୋଇଗଲେ । ଯାହାକି ମୋ ପାଇଁ ଆଉ ମୋ ପୁରା ପରିବାର ବହୁତ ବଡ ଖୁସିର କଥା । ମୋ ଜ୍ଵାଇଁଙ୍କୁ ପ୍ରଭୁ ସବୁବେଳେ ଭଲରେ ରଖନ୍ତୁ । ପ୍ରଭୁ ତାଙ୍କର ମଙ୍ଗଳ କରନ୍ତୁ । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *