ବାଇକକୁ ଧକ୍କା ଦେଇ ଟ୍ରକ ଫେରାର, ଦୃଶ୍ୟ ଦେଖିଲେ ଆଖି ବୁଜି ହେଇଯିବ !

ପଛରେ ବସିଥିବା ମହିଳାଙ୍କ ଅବସ୍ଥା ଗୁରୁତର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଛନ୍ତି । ଉପାୟ ନ ପାଇ ରାହା ଛାଡି କାନ୍ଦୁଛି ସ୍ଵାମୀ । କୁନି ପୁଅ ପାଖରେ ଛିଡା ହୋଇ ଦେଖୁଛି ମା’ର ଅବସ୍ଥା । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଲିଙ୍କରୋଡ୍ ଓଭରବ୍ରିଜ ଉପରେ । ସକାଳ ପ୍ରାୟ ସାଢେ 6ଟା ସମୟରେ ଏକ ହିରୋ ସ୍ପ୍ଲେଣ୍ଡର ପ୍ଲସ ବାଇକ ଯୋଗେ ସ୍ତ୍ରୀ ଓ କୁନି ପୁଅକୁ ନେଇ ଯାଉଥିଲେ ଯୁବକ ।

ଏତିକି ବେଳେ ହଠାତ ପଛରୁ ଧକ୍କା ଦେଇଥିଲା ଏକ ଟ୍ରକ । ବାଇକ ସହ ସମସ୍ତେ ତଳେ ପଡି ଯାଇଥିଲେ । ବାଇକ ଚଲାଉଥିବା ଯୁବକ ଓ ତାଙ୍କ ସାନ ଛୁଆ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ସ୍ତ୍ରୀ’ଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମହିଳାଙ୍କ ବାମ ଗୋଡରେ ଟ୍ରକ ଚଢି ଯାଇଥିବାରୁ ଗୋଡଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ସେ ଦୃଶ୍ୟ ଦେଖିଲେ ଆପଣ ବି ଚେତାଶୁନ୍ୟ ହୋଇଯିବେ । ଆଣ୍ଠୁ ତଳକୁ ଗୋଡଟି ସଂପୂର୍ଣ୍ଣ ଚୂନା ହୋଇଯାଇଛି । କେବଳ ରକ୍ତ ଆଉ ଖଣ୍ଡ ବିଖଣ୍ଡ ମାଂସ ରୋଡରେ ପଡି ରହିଛି । ପାଖ ଦେଇ ଯାଉଥିବା କିଛି ବ୍ୟକ୍ତି ଘଟଣାସ୍ଥଳରେ ରହିଥିଲେ ଏବଂ ପୋଲିସକୁ ଫୋନ କରିଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ମହିଳାଙ୍କ ସ୍ଵାମୀଙ୍କୁ ସାନ୍ତ୍ଵନା ଦେଉଥିବା ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି ପୋଲିସ । ତେବେ ବ୍ୟକ୍ତି ଜଣକ ସାଲେପୁର କଟିକଟା ବାସିନ୍ଦା ବୋଲି ଜଣାପଡିଛି । ତାଙ୍କ ବାଇକ ନମ୍ବରଟି ହେଉଛି OD04S8500 ।

Leave a Reply

Your email address will not be published. Required fields are marked *