ନମସ୍କାର ବନ୍ଧୁଗଣ ତେବେ ସୂଚନା ଅନୁଯାୟୀ ବିଜୁ ପକ୍କା ଘର ର ସୂଚୀ ଆସି ସାରିଛି । ଯାହା ଆପଣ ନିଜ ନିଜର ବିଜୁ ପକ୍କା ଘର ସୂଚୀରେ ନିଜର ନାମକୁ ଦେଖି ପାରିବେ, ଯେଉଁ ଲୋକ ମାନେ ବିଜୁ ପକ୍କା ଘର ପାଇଁ ଆବେଦନ କରିଥିଲେ ସେମାନେ ନିଜ ନାମକୁ ଏହି ସୂଚୀରେ ଦେଖି ପାରିବେ । ସେମାନଙ୍କ ନାମ ଏହି ସୂଚୀରେ ଆସିଛି କି ନାହିଁ ସେମାନେ ଚାହିଁଲେ ଅନଲାଇନ ମାଧ୍ୟମରେ ଦେଖିପାରିବେ ।
ସରକାର ଏହି ଯୋଜନା ଗରିବ ଲୋକଙ୍କ ମାନଙ୍କ ପାଇଁ ଆରମ୍ଭ କରିଥିଲେ, ଅନେକ ବ୍ୟକ୍ତି ତଥା ଅନେକ ଲୋକ ମାନେ ନିଜର ଖଣ୍ଡେ ଭଲ ଘର ନଥିବାରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ସେମାନେ ନିଜର ଏହି ଅସୁବିଧାକୁ ଦୂର କରିବା ପାଇଁ ସରକାରଙ୍କ ନିକଟରେ ଖଣ୍ଡେ ପକ୍କାଘର ପାଇବା ପାଇଁ ଆବେଦନ କରିଥିଲେ । ତେବେ ଏହି ଯୋଜନାରେ ହିତାଧିକାରୀ ମାନଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ମିଳିଥାଏ ।
ତେଣୁ ଏହି ଲୋକମାନେ ଏହି ଟଙ୍କାରେ ନିଜର ନୂତନ ଘର ତିଆରି କରିପାରିବେ ଯାହା ଫଳରେ ସେମାନେ ନିଜର ଅନେକ ସମସ୍ୟା ଦୂର କରି ପାରିବେ । ଯେପରିକି ସେମାନେ ବାତ୍ୟା ବା ବନ୍ୟା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସେମାନଙ୍କ ପାଖରେ ଭଲ ଘର ଖଣ୍ଡେ ନଥିବାରୁ ସେମାନେ ବାତ୍ୟା ଆଶ୍ରୟସ୍ଥଳୀରେ ରହିଥାନ୍ତି ଯାହା ଫଳରେ ସେମାନଙ୍କୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ସେମାନଙ୍କର ଏହି ଭଳି ଅସୁବିଧା ସମୟରେ ତାଙ୍କ ପାଖରେ ଭଲ ପକ୍କା ଘର ଖଣ୍ଡେ ଥିଲେ ସେମାନେ ଏହି ଅସୁବିଧାର ସାମ୍ନା କରିପାରିବେ । ନିଜର ନାମକୁ ଏହି ସୂଚୀରେ ଦେଖିବା ପାଇଁ ପ୍ରଥମେ ଗୁଗଲରେ ବିଜୁ ପକ୍କାଘର ମାରି ସର୍ଚ୍ଚ କରନ୍ତୁ, ଏହାପରେ ଆପଣ ପ୍ରଥମେ ଆସୁଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ, ଏହାପରେ ଆପଣ ଯୋଗ୍ୟତା କାର୍ଡ ଧାରୀ ଉପରେ କ୍ଲିକ୍ କରନ୍ତୁ,ଏହାପରେ ଆପଣ କିଛି ସମୟ ଅପେକ୍ଷା କରନ୍ତୁ, ଏହାପରେ ଆପଣଙ୍କୁ ନିଜ ବିଷୟରେ କିଛି ପ୍ରଶ୍ନ ପଚାରିବ ଯେପରିକି ନିଜର ଗ୍ରାମ,ପଞ୍ଚାୟତ,ଜିଲ୍ଲା ଚୟନ କରିବାକୁ ପଡ଼ିବ ।
ଏହାପରେ ଆପଣଙ୍କ ଗ୍ରାମ ପଞ୍ଚାୟତର ଲିଷ୍ଟ ଆସିଯିବ ଆପଣ ଚାହିଁଲେ ଆପଣଙ୍କ ଗ୍ରାମରେ କାହାର କାହାର ନୂଆ ବିଜୁ ପକ୍କା ଘର ଆସିଛି ଆପଣ ଚାହିଁଲେ ଦେଖିପାରିବେ ।
ତେବେ ଏହା ସହିତ ଆପଣଙ୍କର ଯଦି ଏହି ଲିଷ୍ଟରେ ନାମ ନାହିଁ ଅଥବ ଆପଣଙ୍କର କୌଣସି ଭୁଲ କାରଣରୁ ନାମ କଟିଯାଇଛି ତେବେ ଆପଣ ଏହାର ଆପ୍ଲିକେସନ ପୂରଣ କରି ପୁଣି ଥରେ ଏହି ବିଭାଗକୁ ପଠାଇପାରିବେ । ଏବଂ ଯଦି ଆପଣଙ୍କର ବିନା କାରଣ ରୁ ଆପଣଙ୍କ ନାମ ବାରମ୍ବାର କାଟି ଦିଆ ଯାଉଛି ତେବେ ଆପଣ ଏହି ବିଭାଗ ଉପରେ ମୋକଦ୍ଦମା କରିପାରିବେ ।