ବିଜୁ ପକ୍କା ଘର ଯୋଜନା 2021-2022 ପାଇଁ ଆସିଲା ନୂଆ ଲିଷ୍ଟ, ଏଥିରେ ଆପଣଙ୍କ ନାମ ଅଛି କି ନାହିଁ କିପରି ଜାଣିବେ ?

ବନ୍ଧୁଗଣ ଗରିବ ଲୋକଙ୍କ ପାଇଁ ସରକାର ସବୁବେଳେ କିଛି ନା କିଛି ନୂଆ ଯୋଜନା ନେଇ ଆସିଥାନ୍ତି । ଏହି ସବୁ ଯୋଜନା ଗୁଡିକରେ ଦରିଦ୍ର ଓ ଦୁଃଖୀ ଲୋକଙ୍କୁ ଲାଭ ଦେଇଥାଏ । ତେବେ ଗତ କିଛି ଦିନ ତଳେ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ବିଜୁ ପକ୍କା ଘର ଯୋଜନାର ଘୋଷଣା କରିଥିଲେ । ଆମ ରାଜ୍ୟରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କର ପକ୍କା ଘର ନାହିଁ ।

ସେମାନେ ନିଜର ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିଲେ । ଗତ କିଛି ସମୟ ହେବ ଏହି ଯୋଜନା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି ଓ ଏହି ଖବରଟି ଆମ ସମସ୍ତ ଲୋକଙ୍କ ପାଇଁ ମହତ୍ଵପୂର୍ଣ୍ଣ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ବିଜୁ ପକ୍କା ଘର ଯୋଜନା ପାଇଁ ଆସିଲା ନୂଆ ଲିଷ୍ଟ ତେବେ ଆପଣଙ୍କ ନାମ ଏଥିରେ ସାମିଲ ଅଛି ନା ନାହିଁ ତାହା କିପରି ଜାଣିବେ ଏହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ମିଡିଆ ରିପୋର୍ଟସ ଅନୁସାରେ ଏବେ ବିଜୁ ପକ୍କା ଘର ଯୋଜନାର ସୂଚୀ ଆସି ସାରିଛି । ଯେଉଁ ଲୋକ ମାନେ ପକ୍କା ଘର ପାଇବା ପାଇଁ ବୁଜି ପକ୍କା ଘର ଯୋଜନାରେ ଆବେଦନ କରିଥିଲେ ସେମାନଙ୍କ ନାମ ଏହି ସୂଚୀରେ ଅଛି ।

ସେମାନଙ୍କ ନାମ ଏହି ସୂଚୀରେ ଅଛି ନା ନାହିଁ ସେମାନେ ଚାହିଁଲେ ଅନଲାଇନ ମାଧ୍ୟମରେ ଦେଖିପାରିବେ । ଆପଣ ନିଜ ନାମ ଏହି ସୂଚୀରେ ଅଛି ନା ନାହିଁ ଦେଖିବା ପାଇଁ ପ୍ରଥମେ ଗୁଗଲରେ ବିଜୁ ପକ୍କା ଘର ଯୋଜନାରେ ସର୍ଚ କରନ୍ତୁ । ଏହା ପରେ ଆପଣ ପ୍ରଥମ ଆସୁଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ । ଏହା ପରେ ଆପଣ ଯୋଗ୍ୟତା କାର୍ଡ ଧାରୀ ଉପରେ କ୍ଲିକ କରନ୍ତୁ ।

ଏହା ପରେ ଆପଣ କିଛି ସମୟ ଅପେକ୍ଷା କରନ୍ତୁ ଓ ସାମ୍ନାରେ ଆସୁଥିବା ବିକଳ୍ପରେ ଆପଣ ମାନଙ୍କୁ କିଛି ପ୍ରଶ୍ନ ପଚରା ଯିବ । ଏଥିରେ ଆପଣ ମାନଙ୍କୁ ନିଜ ଗ୍ରାମ, ଜିଲ୍ଲା ଓ ପଞ୍ଚାୟତ ଚୟନ କରିବାକୁ ପଡିବ । ଏହା ପରେ ବିଜୁ ପକ୍କା ଯୋଜନାର ସୂଚୀ ଆସିଯିବ ଆପଣ ଚାହିଁଲେ ଆପଣଙ୍କ ଗ୍ରାମରେ ଥିବା ଲୋକମାନଙ୍କର ନାମ ମଧ୍ୟ ଦେଖିପାରିବେ ।

ଯଦି ଆପଣଙ୍କ ନାମ ଏହି ସୂଚୀରେ ନାହିଁ ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକା ନାହିଁ ଆପଣ ଗୋଟେ ଆପ୍ଲିକେସନ ଫିଲ ଅପ୍ କରି ଏହି ବିଭାଗକୁ ପଠାଇ ପାରିବେ । ଯଦି ବିନା କୌଣସି କାରଣ ବଶତଃ ଆପଣଙ୍କ ନାମ ବାରମ୍ବାର ଏହି ସୂଚୀରୁ କଟା ଯାଉଛି ତା ହେଲେ ଆପଣ ଏହି ବିଭାଗ ବିରୋଧରେ କେସ ମଧ୍ୟ କରିପାରିବେ ।

Leave a Reply

Your email address will not be published. Required fields are marked *