ବିବାହର ଦେଢ଼ ମାସ ପରେ ବିଗିଡ଼ିଲା ସ୍ତ୍ରୀର ସ୍ୱାସ୍ଥ୍ୟାବସ୍ଥା, ଯେତେବେଳେ ସତ ସାମ୍ନାକୁ ଆସିଲା ସମସ୍ତଙ୍କ ହୋସ ଉଡିଗଲା…

ନମସ୍କାର ବନ୍ଧୁଗଣ ତେବେ ସ୍ତ୍ରୀ ର ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖି ସ୍ୱାମୀର ହୋସ୍‌ ଉଡ଼ିଲା । ବିବାହକୁ ଦେଢ଼ ମାସ ହୋଇଥିବା ବେଳେ ଚାରିମାସର ଗର୍ଭବତୀ ଥିଲେ ନବବିବାହିତା । ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର କୋଲହୁଇ ପୋଲିସ ଷ୍ଟେସନ ଅଧୀନସ୍ଥ ଏକ ଗାଁରେ ଏପରି ଘଟଣା ଘଟିଛି । ହଠାତ୍‌ ନବ ବିବାହିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯିବା ପରେ ସବୁକଥା ସାମ୍ନାକୁ ଆସିଛି । ତେବେ ଏକଥା ଜାଣିବା ପରେ ସଂପୃକ୍ତ ମହିଳାଙ୍କ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ପୀଡିତ ଯୁବକଙ୍କ କହିବା ଅନୁସାରେ ଦେଢ଼ମାସ ପୂର୍ବେ ସେ ଗାଁର ଜଣେ ସମ୍ପର୍କୀୟଙ୍କ ଜରିଆରେ ପାଖ ଜିଲ୍ଲାର ଜଣେ ଝିଅକୁ ବିବାହ କରିଥିଲେ । ହେଲେ ବୈବାହିକ ଜୀବନ ଆରମ୍ଭ ହେବା ପୂର୍ବରୁ ସବୁକିଛି ଉଜୁଡ଼ିଗଲା । ତାଙ୍କ ସ୍ତ୍ରୀଙ୍କ ପିଲାହେବ, ହେଲେ ସେ ବାପା ହେବେନି । ସ୍ତ୍ରୀର ଆଉ କାହାସହ ଖରାପ ସମ୍ପର୍କ ଥିବା ସେ କହିଛନ୍ତି ।

କାରଣ ବିବାହକୁ ଦୁଇ ମାସ ବି ପୂରି ନଥିବା ବେଳେ ସ୍ତ୍ରୀ ତାଙ୍କର ଚାରି ମାସର ଗର୍ଭବତୀ ଅଛନ୍ତି । ତେବେ ବିବାହର କିଛି ଦିନ ପରେ ନବ ବିବାହିତଙ୍କ ପେଟରେ ହଠାତ୍ ଯନ୍ତ୍ରଣା ହୋଇଥିଲା । ଶାଶୂଘର ଲୋକେ ତାଙ୍କୁ ଔଷଧ ଦେଇଥିଲେ, କିନ୍ତୁ ତାଙ୍କୁ ଆରାମ ମିଳି ନଥିଲା । ଶେଷରେ ଶାଶୂଘର ଲୋକେ ବୋହୂକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୋଲହୁଇକୁ ନେଇଥିଲେ ।

ଆଉ ସେଠାରେ ଡାକ୍ତର ଯାହା କହିଲେ ସମସ୍ତଙ୍କର ହୋସ୍ ଉଡ଼ିଗଲା । ବୋହୂ ତୁମର ଗର୍ଭବତୀ ଅଛନ୍ତି ବୋଲି ଡାକ୍ତର କହିଥିଲେ । ଆଉ ତା’ପରେ ଅସଲ କଥା ଜାଣିପାରିଥିଲେ ସ୍ୱାମୀ ଓ ଶାଶୂଘର ଲୋକେ । ତେବେ ଏକଥା ଶୁଣିବା ପରେ ତୁରନ୍ତ ସେମାନେ କନ୍ୟାଘରକୁ ଫୋନ୍‌ କରି ଜଣାଇଥିଲେ । ହେଲେ ନବବିବାହିତାଙ୍କ ପରିବାର ଲୋକ ଏକଥାକୁ ବିଶ୍ୱାସ ନକରି ଓଲଟି ଝଗଡ଼ା କରିବ ଆରମ୍ଭ କରିଥିଲେ ।

ଶେଷରେ କଥା ଯାଇ ଥାନାରେ ପହଞ୍ଚିଲା । ତେବେ ଏହା ସ୍ୱାମୀ-ସ୍ତ୍ରୀଙ୍କ ବ୍ୟକ୍ତିଗତ ମାମଲା ହୋଇଥିବାରୁ ସେମାନଙ୍କୁ ନିଷ୍ପତ୍ତି ନେବାକୁ କହିଛନ୍ତି ପୋଲିସ୍‌ ଅଧିକାରୀ । ତଥାପି ନବ ବିବାହିତଙ୍କ ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ ହୋଇଛି । ଏବେ କିନ୍ତୁ ସ୍ୱାମୀ-ସ୍ତ୍ରୀ ଏକାଠି ରହୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *