ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯଦି କୌଣସି ବ୍ୟକ୍ତି ର ହାତ ର ଶୁକ୍ର ପର୍ବତ ଏବଂ ଗୁରୁ ପର୍ବତ ବଢ଼ିଥାଏ ତେବେ ବିବାହ ଯୋଗ ହୋଇଥାଏ। କିନ୍ତୁ ବିଦ୍ୱାନ ମାନେ ଏହାଛଡା ଅନ୍ୟ କେତେକ ତତ୍ତ୍ୱ ମଧ୍ୟ ଦେଇଛନ୍ତି। ଯାହାକୁ ନେଇ ବିବାହ ବିଷୟ ରେ ଜାଣିବାକୁ ମିଳିଥାଏ।ତେବେ ଆଜି ଆମେ ଆପଣ ମାନଙ୍କୁ ବିଭିନ୍ନ ବିବାହ ଯୋଗ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧. ସୁଖୀନ ବିବାହ ଯୋଗ- ଯଦି ପାପୁଲି ର ଭାଗ୍ୟ ରେଖା ଉତ୍ତମ ପର୍ବତ ରେଖା ଠାରୁ ବାହାରି ହୃଦୟ ରେଖା ଠାରେ ଶେଷ ହୋଇଥାଏ ଅଥବା ଗୁରୁ ପର୍ବତ ଠାରେ କ୍ରସ ଚିନ୍ହ ହୋଇଥାଏ ତେବେ ଏହା ସୁଖୀନ ବିବାହ ର ଯୋଗ ହୋଇଥାଏ।ଯଦି ଶୁକ୍ର ପର୍ବତ ଅଧିକ ବଢ଼ି ନଥାଏ କିମ୍ବା ତାରା ଚିନ୍ହ ହୋଇଥାଏ ତେବେ ଏହା ମଧ୍ୟ ସୁଖୀନ ବିବାହ ର ଯୋଗ ହୋଇଥାଏ।
ଏହି ବ୍ୟକ୍ତି ମାନଙ୍କ ବିବାହ ହଠାତ ହୋଇଥାଏ ଏବଂ ଏମାନଙ୍କ ପ୍ରାୟତଃ ଲଭ୍ ମ୍ୟାରେଜ ହୋଇଥାଏ।ଏମାନେ କିଛି ବି ଭାବି ନଥାନ୍ତି, କିନ୍ତୁ ଏମାନଙ୍କ ବିବାହ ହଠାତ ହୋଇଯାଏ। ବିବାହ ପରେ ଏମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥାଏ ଏବଂ ଏମାନଙ୍କ ଦୁଇ ରୁ ଅଧିକ ସନ୍ତାନ ହେବାର ଆଶଙ୍କା ରହିଥାଏ।୨. ଅନମେଳ ବିବାହ ଯୋଗ- ଯଦି ସୂର୍ଯ୍ୟ ରେଖା ଏବଂ ବିବାହ ରେଖା ପରସ୍ପର ସହିତ ଯୋଡ଼ି ହୋଇ ରହିଥାନ୍ତି ଏବଂ ସୂର୍ଯ୍ୟ ପର୍ବତ ଅଧିକ ଛୋଟ ହୋଇଥାଏ ତେବେ ଏହା ଅନମେଳ ବିବାହ ର ଯୋଗ ହୋଇଥାଏ।
ଏହି ବ୍ୟକ୍ତି ମାନଙ୍କ ବିବାହ ସମସ୍ତ ପରିବାର ସଦସ୍ୟ ଙ୍କ ଉପସ୍ଥିତି ରେ ହୋଇଥାଏ। ବିବାହ ପରେ ଏମାନଙ୍କ ଗୋଟିଏ ବା ଦୁଇଟି ସନ୍ତାନ ଜନ୍ମ ହେବାର ସମ୍ଭାବନା ରହିଥାଏ।୩. ବ୍ୟାପାରିକ ବିବାହ ଯୋଗ- ଯଦି ମଣି ପର୍ବତ ର ରେଖା ବୁଧ ରେଖା ପର୍ଯ୍ୟନ୍ତ ଯାଇଥାଏ ଏବଂ ସୂର୍ଯ୍ୟ ରେଖା ଓ ଶୁକ୍ର ରେଖା ପରସ୍ପର ଯୋଡ଼ି ହୋଇ ଥାଆନ୍ତି।
ତେବେ ଏଭଳି ରେଖା ଥିବା ଝିଅ ମାନେ ଶୀଘ୍ର ବିବାହ କରି ପାରନ୍ତି ନାହିଁ ଏବଂ ଜଣେ ବ୍ୟବସାୟୀ ଙ୍କୁ ବିବାହ କରିଥାନ୍ତି। ଏମାନଙ୍କ ସ୍ୱାମୀ ଅଳ୍ପ କଁଯୁସ ସ୍ଵଭାବ ର ମଧ୍ୟ ହୋଇଥାନ୍ତି।୪. ବୁଧ ବିବାହ ଯୋଗ- ଯଦି କୌଣସି ବ୍ୟକ୍ତି ଙ୍କ ହାତ ଅଧିକ ସଂକୀର୍ଣ୍ଣ ହୋଇଥାଏ କିମ୍ବା ଚନ୍ଦ୍ର ପର୍ବତ ପାଖରେ ଅନେକ ଛୋଟ ରେଖା ଖଣ୍ଡ ବିଖଣ୍ଡ ହୋଇ ରହିଥାଏ ତେବେ ଏଭଳି ବ୍ୟକ୍ତି ନିଜର ପାଖାପାଖି ବୟସ ର ବ୍ୟକ୍ତି ଙ୍କ ସହିତ ବିବାହ କରିଥାନ୍ତି।
ଏମାନଙ୍କ ସନ୍ତାନ ପ୍ରାପ୍ତି କ୍ଷେତ୍ରରେ ଅସୁବିଧା ଦେଖା ଯାଇଥାଏ। କିନ୍ତୁ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।୫. ଛାଡ଼ପତ୍ର ବିବାହ ଯୋଗ- ଯଦି ଶୁକ୍ର ପର୍ବତ ର ରେଖା ହୃଦୟ ରେଖା ପର୍ଯ୍ୟନ୍ତ ସିଧା ଯାଇଥାଏ କିମ୍ବା ବିବାହ ରେଖା ର ଶେଷରେ ଅନେକ ରେଖା ହୋଇଥାଏ ତେବେ ଏହା ଛାଡ଼ପତ୍ର ବିବାହ ଯୋଗ ହୋଇଥାଏ। ଏଭଳି ବିବାହ ରେ ଦମ୍ପତ୍ତି ଙ୍କ ମଧ୍ୟରେ ପ୍ରାୟ ସମୟ କଥା ମେଳ ଖାଇ ନଥାଏ ଏବଂ ପ୍ରାୟ ସମୟ ଝଗଡ଼ା ଲାଗି ରହିଥାଏ। ତେଣୁ ଏମାନଙ୍କ ମଧ୍ୟରେ ଛାଡ଼ପତ୍ର ହେବାର ସମ୍ଭାବନା ରହିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ