ନମସ୍କାର ବନ୍ଧୁଗଣ ତେବେ ବିବାହ ପୂର୍ବରୁ ମା ହୋଇଯିବା ଭାରତୀୟ ସଂକୃତି ରେ ଏକ ଅପମାନ ଜନକ ହୋଇଥାଏ । ଏହା ସମାଜ ଦ୍ୱାରା ସ୍ୱୀକାର କରାଯାଏ ନାହିଁ । ଯଦି କୌଣସି ଯୁବତୀ ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଏ ତେବେ ତୁରନ୍ତ ତାର ବିବାହ କାରିଦିଆଯାଏ ଯାହାଫଳରେ କି ସମାଜରେ ଲୋକ ଲୋଚନକୁ ଏହା ଆସିପାରେ ନାହିଁ । ଏହି ପରି ଭାବରେ ବଲିଉଡର କିଛି ଜଣ ଅଭିନେତ୍ରୀ ବିବାହ ପୂର୍ବରୁ ମା ହୋଇଯାଇଥିଲେ ।
ବଲିଉଡ ରେ ତ ସବୁ ଦିନ କିଛି ନା କିଛି ରୋଚକ ଘଟଣା ଘଟୁଛି । ଏହା କିନ୍ତୁ ଏକ ଚମକୀଲା ପରି ଘଟଣା ଟିଏ । ତେବେ ଆଜି ଆସନ୍ତୁ ଜାଣିବା ସେ କେଉଁ ଅଭିନେତ୍ରୀ ମାନେ ବିବାହ ପୂର୍ବରୁ ମା ହୋଇଯାଇଥିଲେ ଓ ବହୁତ ତରବରିଆ ଭାବରେ ବିବାହ କରିଥିଲେ ।
୧- ପ୍ରଥମରେ ହେଉଛନ୍ତି ମହିମା ଚୌଧୁରୀ । ତେବେ ବଲିଉଡ ଫିଲ୍ମ ପ୍ରଦେଶରେ ସାହାରୁକ ଖାନଙ୍କ ସହ ଅଭିନୟ କରିଥିବା ଅଭିନେତ୍ରି ମହିମା ଚୌଧିରୀଙ୍କୁ ତ ସମସ୍ତେ ଜାଣିଥିବେ ନିଶ୍ଚିତ । ସେ ବିବାହ ପୂର୍ବରୁ ଗର୍ଭବତୀ ଥିଲେ । ମହିମା ଚୌଧୁରୀଙ୍କ ଏହି ଭଟଣା ଲୋକ ଲୋଚନ କୁ ଆସିବା ପୂର୍ବରୁ ତରବରିଆ ଭାବେ ବିବାହ କରି ଦେଇଥିଲେ ।
ମହିମା ପ୍ରସିଦ୍ଧ ବାସ୍ତୁକାର ବବି ମୁଖାର୍ଜୀଙ୍କ ସହ ବର୍ଷ ୨୦୧୪ ରେ ବିବାହ କରିଥିଲେ । ଏହି ବିବାହର କିଛି ମାସ ପରେ ମହିମା ଚୋୖଧିରି ଏକ ଝିଅ ସନ୍ତାନ କୁ ଜନ୍ମ କରିଥିଲେ । ତାଙ୍କର ଏହି ସନ୍ତାନ ବିବାହର ୬ ମାସ ମଧ୍ୟରେ ହୋଇଥିଲା । ଏଥିରୁ ଜଣା ଯାଏ କି ମହିମା ବିବାହ ପୁର୍ବରୁ ଗର୍ଭବତୀ ଥିଲେ ।
୨- ଦ୍ୱିତୀୟ ରେ ହେଉଛନ୍ତି ସେଲିନା ଜେଟେଳି । ତେବେ ବଲିଉଡର ଆଉ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସେଲିନା ଜେଟଲି । ସେଲିନା ଜେଟଲି ୨୦୧୧ ରେ ଦୁବାଇର ଜଣେ ହୋଟେଲ ବ୍ୟବସାୟୀ ପିଟର ହଗ ଙ୍କୁ ବିବାହ କରିଥିଲେ । ସେଲିନା ବିବାହର କିଛି ମାସ ପରେ ଯାଆଁଳା ସନ୍ତାନ ଜନ୍ମ କରିଥିଲେ । ସେ ବିବାହ ପୂର୍ବରୁ ଗର୍ଭବତୀ ଥିଲେ ବୋଲି ଜଣାଯାଏ ।
୩- ତୃତୀୟ ରେ ହେଉଛନ୍ତି ସାରିକା । ବଲିଉଡର ପ୍ରସିଦ୍ଧ ଅଭିନେତା କମାଲ ହାସନ ଙ୍କର ଦ୍ଵିତୀୟ ସ୍ତ୍ରୀ ଥିଲେ ସାରିକା । ସେ ସାଉଥ ରେ ଜଣେ ଜଣା ଶୁଣା ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ସାରିକା ବିବାହ ପୂର୍ବରୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହି କାରଣରୁ କମାଲ ହାସନ ତାଙ୍କର ପ୍ରଥମ ସ୍ତ୍ରୀ କୁ ଛାଡି ଦେଇଥିଲେ ଓ ସାରିକାଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ବି ତାଙ୍କ ସହ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଜାଣିବେ ଆଶ୍ଚର୍ଯ୍ୟ ହୋଇଯିବେ ।
୪- ଚତୁର୍ଥ ରେ ହେଉଛନ୍ତି ଶ୍ରୀଦେବୀ । ତେବେ ଶ୍ରୀଦେବୀଙ୍କର ବିବାହ ପୂର୍ବରୁ ବନୀ କାପୁରଙ୍କ ସହ ସମ୍ପର୍କ ଥିଲା । ସେଥିପାଇଁ ସେ ବନୀ କାପୁରଙ୍କ ବିବାହ ପୂର୍ବରୁ ଗର୍ଭାବତି ହୋଇଥିଲେ । ଶ୍ରୀଦେବୀ କିନ୍ତୁ ଏହାକୁ କାହାଉ ଲୁଚାଇନଥିଲେ । ଶ୍ରୀଦେବୀ ଗର୍ଭବତୀ ହେଲା ପରେ ବନୀ କାପୁର ନିଜର ପ୍ରଥମ ସ୍ତ୍ରୀକୁ ଛାଡ ପତ୍ର ଦେଇଥିଲେ । ଏହାପରେ ବନୀ କାପୁର ଶ୍ରୀଦେବୀଙ୍କ ବିବାହ କରିଥିଲେ । ଏହି ବିବାହର କିଛି ମାସ ପରେ ଶ୍ରୀଦେବୀ ଜାହ୍ନବୀ ଜନ୍ମ ଦେଇଥିଲେ ।
୫- ପଞ୍ଚମ ରେ ହେଉଛନ୍ତି ନୀନା ଗୁପ୍ତା ଏବଂ କ୍ରିକେଟର ଭିଭିଆନ୍ ରିଚାର୍ଡଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି । ଉଭୟ ବିବାହ କରିଥିଲେ କିନ୍ତୁ ଉଭୟଙ୍କର ଗୋଟିଏ ଝିଅ ଅଛି । କିଛି ସମୟ ପରେ, ନିନା ଏବଂ ରିଚାର୍ଡ ଅଲଗା ହୋଇଗଲେ । ସେମାନଙ୍କ ଝିଅର ନାମ ମାସାବା । ନୀନା କେବଳ ମାସାବାଙ୍କର ଯତ୍ନ ନେଇଛନ୍ତି । ଆଜି ମଧ୍ୟ ମାସାବା ଜଣେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ଏବଂ ସେ ନିଜର ସୌନ୍ଦର୍ଯ୍ୟ ଉତ୍ପାଦ ମଧ୍ୟ ତିଆରି କରନ୍ତି ।
୬- ଷଷ୍ଠ ରେ ହେଉଛନ୍ତି ନେହା ଧୁପିଆ । ତେବେ ନେହା ଧୂପିଆ । ତେବେ ବିବାହର ଛଅ ମାସ ମଧ୍ୟରେ ନେହା ଧୁପିଆ ଏକ ସନ୍ତାନର ମା’ ହୋଇଥିଲେ । ସେ ମେ ୨୦୧୮ ରେ ଦିଲ୍ଲୀର ଏକ ଗୁରୁଦ୍ୱାରରେ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ । ନଭେମ୍ବରରେ ତାଙ୍କର ଝିଅ ମେହେର ଜନ୍ମ ହୋଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।