ବିବାହ ପରେ ପରେ ବିବାଦରେ ସାଉଥ ସୁନ୍ଦରୀ Nayanthara, କରିଦେଲେ କିଛି ଏମିତି କାଣ୍ଡ ରୁଜୁ ହେଲା ମାମଲା…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିବାହ ପରେ ଫସିଲେ ସାଉଥ ସୁନ୍ଦରୀ । “ନୟନତାରା” କୁ ମିଳିଲା ଆଇନଗତ ନୋଟିସ । ମନ୍ଦିରରେ ଜୋତା ପିନ୍ଧିଥିବା ହୋଇଅଛି ଅଭିଯୋଗ । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ବିବାହ ପରେ ପରେ ବିବାଦ ରେ ଫସିଛନ୍ତି ସାଉଥ ସୁନ୍ଦରୀ “ନୟନତାରା” ତାଙ୍କ ପାଖକୁ ଆସିଅଛି ଆଇନଗତ ନୋଟିସ । ପୋଲିସ ତାଙ୍କ ବିରୁଦ୍ଧରେ ଏହି ନୋଟିସ ଜାରି କରିଛି । ଜୁନ ୯ ତାରିଖରେ “ନୟନତାରା” ତାଙ୍କ ଲଙ୍ଗଟାଇମ ର ବୟଫ୍ରେଣ୍ଡ ବିଗନେସ କୁ ବିବାହ କରିଥିଲେ ।

ବିବାହ ପରେ “ନୟନତାରା” ସ୍ଵାମୀ ବିଗନେସ ଙ୍କ ସହିତ ତିରୁପତି ବାଲାଜୀ ଙ୍କ ମନ୍ଦିରକୁ ଯାଇଥିଲେ । ତେବେ ଏହି ସମୟରେ “ନୟନତାରା” ମନ୍ଦିର ପରିସର ରେ ଜୋତା ପିନ୍ଧି ବୁଲୁଥିଲେ । ଏହାକୁ ନେଇ ବର୍ତ୍ତମାନ ବିବାଦ ଉପୁଜିଛି । ତିରୁମାଲା ତିରୁପତି ଦେଶସ୍ଥାନାମବୋର୍ଡ ର ମୁଖ୍ୟ ଭିଜିଲାନ୍ସ ସିକୁରିଟି ଅଫିସର ନରସିଂମା କିଶୋର ଙ୍କ ମୁତାବକ ନେନତାରା ଙ୍କୁ ମଡ୍ରାସଷ୍ଟ୍ରିଟ ରେ ଜୋତା ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଥିଲା ।

ଧାର୍ମିକ ଦୃଷ୍ଟି କୋଣରୁ ସେହି ସ୍ଥାନର ମହତ୍ଵ ବେସ ଅଧିକ ରହିଅଛି । “ନୟନତାରା” ଙ୍କ ଜୋତା ପିନ୍ଧି ସାମ୍ନା କୁ ଫଟୋ ଆସିବା ପରେ ତାଙ୍କ ବିରୋଧରେ ଆକ୍ସନ ନିଆଯାଇଅଛି । ସିସିଟିଭି ଫୁଟେଜ ଆଧାରରେ ସେ ସେଠାରେ ଫଟୋସୁଟ ମଧ୍ୟ କରିଥିବାର ଅଭିଯୋଗ ରହିଅଛି । ଏଥିପାଇଁ ତାଙ୍କୁ ନୋଟିସ ପଠାଯାଇଅଛି ବୋଲି ତିରୁମାଲା ତିରୁପତି ଦେଶସ୍ଥାନାମବୋର୍ଡ ର ମୁଖ୍ୟ ଭିଜିଲାନ୍ସ ସିକୁରିଟି ଅଫିସର ନରସିଂମା କହିଛନ୍ତି ।

ମାତ୍ର ଏ ପର୍ଯ୍ୟନ୍ତ ନେନତାରା ଙ୍କ ପାଖରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଏଥି ସହିତ ଏହି ନବଦମ୍ପତି ନିଜ ସହିତ ଏକ ଫଟୋଗ୍ରାଫର କୁ ଆଣି ଆଉ ଏକ ନିୟମ ଉଲଂଘନ କରିଛନ୍ତି । ତିରୁମାଲା ତିରୁପତି ଦେଶସ୍ଥାନାମ ରେ ବ୍ୟକ୍ତିଗତ କ୍ୟାମେରା ପ୍ରବେଶ ଉପରେ ବାରଣ ରହିଅଛି । ସୂଚନା ଅନୁଯାୟୀ ନେନତାରା ୯ ତାରିଖ ନିର୍ଦ୍ଧେଶକ ବିଗନେସ କୁ ବିବାହ କରିଛନ୍ତି । ଏହି ବିବାହ ରେ ଦେଶର ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ଵ ସାମିଲ ହୋଇଥିଲେ ।

ତେବେ ବିବାହ ପରେ ପରେ ଜାଣିଶୁଣି ଏହିଭଳି ଭୁଲ କରିବା ଦ୍ଵାରା ତାଙ୍କ ଫ୍ୟାନ୍ସ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗକୁ ଆଇନ ଏ ନେଇ କି ପଦକ୍ଷପ ଗ୍ରହଣ କରୁଛନ୍ତି ତାହା ଦେଖିବା ଅପେକ୍ଷାର ବିଷୟ ପାଲଟିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *