ଗାଁରୁ ବାସନ୍ଦ ହେଲେ ଦୁଇ ଯବାନ୍ ! ଏହା ପଛର କାରଣ ଜାଣିଲେ ଚମକି ପଡିବେ ଆପଣ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବାୟୁସେନା ଅଫିସର ଙ୍କୁ ଗାଁ ରୁ ବାସନ୍ଦ, ନୌସେନା ଅଫିସର ଙ୍କୁ ସାମାଜିକ ବାସନ୍ଦ । ବିବାହ କରି ଭୁଲ କରିଛନ୍ତି କି ଯବାନ ? ତେବେ ଗଞ୍ଜାମ ରେ ଚାଲିଛି ବାସନ୍ଦପ୍ରଥା । କଥା କଥାରେ ହେଉଛନ୍ତି ବାସନ୍ଦ । ଓଡିଶା ସରକାର ଇଣ୍ଟରକାଷ୍ଟ ମ୍ୟାରେଜ କୁ ପ୍ରୋସାହନ କରୁଛନ୍ତି । ଏଥିପାଇଁ ଆର୍ଥିକ ପ୍ରୋସାହନ ର ପ୍ରାବଧାନ ରହିଅଛି । ମାତ୍ର ଗଞ୍ଜାମ ଭଳି ଶିକ୍ଷିତ ଜିଲ୍ଲା ର ଲୋକେ ହେଉ ପାରୁନାହାଁନ୍ତି ସଚେତନ ।

ବର୍ତ୍ତମାନ ମଧ୍ୟ ଚାଲିଛି ବାସନ୍ଦ ପ୍ରଥା । ଗ୍ରାମ ର ମୁଖିଆ ଯାହା କହିଦେବେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଗ୍ରାମବାସୀ । ନଚେତ ଗଣିବାକୁ ପଡୁଛି ମୋଟା ଅଙ୍କର ଜୋରିମାନା । ଏହି ଘଟଣା ଟି ହେଉଛି ଗଞ୍ଜାମ ଜିଲ୍ଲା ପରିଶଳା କମ୍ବଳା ଗ୍ରାମ ର ତାଙ୍କୁ ଜାତିରୁ ବାସନ୍ଦ କରିଛନ୍ତି ଗାଁ ମୁଖିଆ । କାରଣ ସେ ଜଣେ ଅନ୍ୟ ଜାତିର ଝିଅ ଙ୍କୁ ବିବାହ କରିଛନ୍ତି ।

ଠିକ ସେହିଭଳି ତାଙ୍କ ଭାଇ ଯିଏ ନୌସେନା ରେ କାର୍ଯ୍ୟରତ, ସେ ମଧ୍ୟ ଅନ୍ୟ ଜାତିର ଜଣେ ଝିଅ କୁ ବିବାହ କରିଥିବାରୁ ତାଙ୍କୁ ମଧ୍ୟ ଜାତିରୁ ବାସନ୍ଦ କରାଯାଇଅଛି । ତେବେ ବାୟୁସେନା ଅଫିସର ଅରବିନ୍ଦ ପ୍ରଧାନ କହିଛନ୍ତି ଯେ ଜାନୁଆରୀ ୨୪ ତାରିଖରେ ସେ ବିବାହ କରିଥିଲେ । ମାତ୍ର ସେ ବଳାଶୀ ସମାଜର ନାହାଁନ୍ତି ବୋଲି ତାଙ୍କୁ ତାଙ୍କ ପରିବାରକୁ ସମାଜରୁ ବାସନ୍ଦ କରାଯାଇଅଛି ।

ରାତିରେ ମୁଖିଆ ଏକ ମିଟିଂ କରିଲେ ଏବଂ ତାଙ୍କ ବାପା ଙ୍କୁ ସେଠାରେ ଡାକି ତାଙ୍କୁ ସମାଜିକ ବାସନ୍ଦ ଘୋଷଣା କରାଗଲା । ଅର୍ଥାତ ସେମାନେ ଗାଁ ର କୌଣସି ସୁଧକ୍ରିୟା ତଥା କୌଣସି ଭୋଜିଭାତ ଆଟେଣ୍ଡ କରିପାରିବେ ନାହିଁ । ମାତ୍ର ଯଦି ପଇସା ଦେଇ ମିଶିବେ କିନ୍ତୁ ବିବାହ କରିଥିବା ଦମ୍ପତି ତାଙ୍କ ପରିବାର ନିକଟକୁ ଯାଇ ପାରିବେ ନାହିଁ ।

ଏହା ସହିତ କୌଣସି ସୁଧକ୍ରିୟା ପରିବାର ର ହେଉ ଅଥବା ସମାଜର ହେଉ କୌଣସି କାର୍ଯ୍ୟ ରେ ସେ ସାମିଲ ହୋଇପାରିବେ ନାହିଁ ସେହିଭଳି ନୌସେନା ଅଫିସର ଅରବିନ୍ଦ ଙ୍କ ଭାଇ ବିନୟ ପ୍ରଧାନ କହିଛନ୍ତି ଯେ ସେ ଯେହେତୁ ଗୋଟିଏ ଇଣ୍ଟରକାଷ୍ଟ ମ୍ୟାରେଜ କରିଛନ୍ତି ଯାହା କି ସମାଜ ତାଙ୍କୁ ଅନୁମତି ଦେଲାନାହିଁ ଏବଂ ତାଙ୍କୁ ତାଙ୍କ ପରିବାର ସାହିତ ବାସନ୍ଦ କରାଯାଇ ଅଛି ।

ମାତ୍ର ଆଜିଭଳି ଆଧୁନିକ ଯୁଗରେ ଭାରତ ସମ୍ବିଧାନ ରେ ମଧ୍ୟ କେଉଁଠାରେ ଉଲ୍ଲେଖ ନାହିଁ । ତେବେ ପୋଲିସ ଅଫିସର ସତ୍ୟବ୍ରତ ଭୋଇ କହିଛନ୍ତି ଯେ ଏଭଳି ଅନେକ କେସ ଆମ୍ଭ ନିକଟକୁ ଆସିଛି ଏବଂ ଆମ୍ଭେ ଅନେକ କେସ ଏହିଭଳି ରେଜିଷ୍ଟେସନ କରିଛୁ । କେତେକ ଜାଗାରେ ଚାନ୍ଦା ମଧ୍ୟ ଦାବି କରୁଛନ୍ତି । ସେ କହିଛନ୍ତି ଇନଭେଷ୍ଟିକେସନ ମଧ୍ୟ ଜାରି ରହିଅଛି ।

ମାତ୍ର ଆମ୍ଭ ର ଅଫିସର ମାନଙ୍କୁ କୁହାଯାଇଛି ଯେ ସେମାନେ ଯାଇ ସଚେତନ କରିବେ କି ଆଇନ ବହିବୃତ କାମ କରିବେ ନାହିଁ ନଚେତ ଉଚିତ ପଦକ୍ଷପ ଗ୍ରହଣ କରାଯିବ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *