ବିବାହ ମଧ୍ୟରେ ଅଡୁଆରେ ଫସିଲେ Katrina ଓ Vicky, ଦୁଇ ଜଣଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ କାଟ୍ରିନା କେଆଫ ଓ ଲୋକପ୍ରିୟ ଅଭିନେତା ଭିକି କୌଶଲ ନିଜ ବିବାହ ଖବର ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଏହି ଦୁଇଜଣଙ୍କ ବିବାହ ରାଜସ୍ଥାନର ଏକ ଫୋର୍ଟରେ ହେଉଥିବା ବେଳେ ମାଧୋପୁର ଟ୍ରାଫିକ କଣ୍ଟ୍ରୋଲ ବିଭାଗରୁ ନେଇ ସବୁ ସହରର ସମସ୍ତ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ।


ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ କାଟ୍ରିନା କେଆଫ, ଭିକି କୌଶଲ, ହୋଟେଲ ପ୍ରବନ୍ଧକ ଓ ଜିଲ୍ଲା କଲେକ୍ଟରଙ୍କ ବିରୋଧରେ ଜୟପୁରରେ ଏକ ମନ୍ଦିର ଯିବା ରାସ୍ତା ବନ୍ଦ କରିବାକୁ ନେଇ ମାମଲା ରୁଜୁ ହୋଇଛି ।

ବନ୍ଧୁଗଣ ଏହି ରାସ୍ତା ବିବାହର ବେନ୍ୟୁ ସିକ୍ସ ସେଂଶ ଫୋର୍ଟ ସାମ୍ନାରେ ହୋଇକି ସିଧା ଚୌଥ ମାତା ମନ୍ଦିର ଯାଏ । ଏମିତିରେ ଏହି ଭିକି ଓ କାଟ୍ରିନାଙ୍କ ବିରୋଧରେ ଓକିଲ ବିନ୍ଦୁ ସିଂହ ଯାଦାଭ ମାମଲା ରୁଜୁ କରିଛନ୍ତି । କୁହାଯାଉଛି ଭିକି ଓ କାଟ୍ରିନା ବିବାହ ପାଇଁ ଫୋର୍ଟ ସାମ୍ନାରେ ଭିଡ ଦେଖିବାକୁ ମିଳିଛି । ଯାହାଫଳରେ ଲୋକ ମାନଙ୍କୁ ଯାତାୟାତ କରିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଭିକି, କାଟ୍ରିନା, ହୋଟେଲ ପ୍ରବନ୍ଧ ଓ ଜିଲ୍ଲା କଲେକ୍ଟରଙ୍କ ବିରୋଧରେ ମାମଲା ରୁଜୁ ବୈଧିକ ସେବା ପ୍ରାଧିକରଣରେ ହୋଇଛି । କମ୍ପ୍ଲେନ କରିଥିବା ଲୋକ ମତରେ, ପ୍ରଶାସନ ଡିସେମ୍ବର ୬ ରୁ ୧୨ ତାରିଖ ପର୍ଯ୍ୟନ୍ତ ଚୌଥ ମାତା ମନ୍ଦିର ରାସ୍ତା ବନ୍ଦ କରିଦେଇଛନ୍ତି ଯାହାଫଳରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନେକ ସମସ୍ୟା ହେଉଛି । ଚୌଥ ମାତା ମନ୍ଦିର ଏକ ଐତିହାସିକ ମନ୍ଦିର ଅଟେ ଯାହା ବହୁତ ପୁରୁଣା ଅଟେ ।

ସେହି ରାସ୍ତା ଦେଇ ଅନେକ ଭକ୍ତ ଆସନ୍ତି ଓ ମାଙ୍କ ଦର୍ଶନ କରନ୍ତି । ହୋଟେଲ ସିକ୍ସ ସେଂଶସ ମନ୍ଦିର ରାସ୍ତାରେ ରହିଛି । ହୋଟେଲ ପ୍ରବନ୍ଧକ ମାନେ ମନ୍ଦିର ଯିବା ରାସ୍ତା ବନ୍ଦ କରିଦେଇଛନ୍ତି । ସାଧାରଣ ଲୋକ ଓ ଭକ୍ତ ମାନଙ୍କ ପାଇଁ ହୋଟେଲ ସାମ୍ନାରେ ଥିବା ରାସ୍ତା ଯାହା ମନ୍ଦିର ଦେଇ ଯାଏ ତାକୁ ଖୋଲିବା ପାଇଁ କହିଛନ୍ତି ବ୍ୟକ୍ତି ।

ଅନ୍ୟ ପକ୍ଷରେ ଭିକି ଓ କାଟ୍ରିନାଙ୍କ ବିବାହ ପାଇଁ ସମସ୍ତ ବନ୍ଦୋବସ୍ତ ହୋଇସାରିଛି । ଗତ ଶୁକ୍ରବାର ଦିନ ଭିକି ଓ କାଟ୍ରିନାଙ୍କ ବିବାହ ପାଇଁ ମାଧୋପୁର ରାଜେନ୍ଦ୍ର କିଶାନଙ୍କ ଅଧକ୍ଷତାରେ ଏକ ବୈଠକ କରାଯାଇଥିଲା । ସେହି ବୈଠକରେ ୱେଡିଙ୍ଗ ପ୍ଲାନର୍ସ, ହୋଟେଲ ମାଲିକ, ପୋଲିସ ଅଧିକାରୀ ଓ ଅନେକ ବଡ ଅଧିକାରୀ ଉପସ୍ଥିତ ଥିଲେ ।

କଲେକ୍ଟର ଗଣମଧ୍ୟମଙ୍କୁ କହିଛନ୍ତି ବିବାହ ସମାରୋହ ୭ ଡିସେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ବିବାହରେ ୧୨୦ ଜଣ ଅତିଥି ଆସିବେ । ବିବାହରେ କରୋନା କଟକଣାକୁ କଡାକଡି ଭାବରେ ପାଳନ କରାଯିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *