ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମିଷ୍ଟର ଗୁଲୁଆ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମିଷ୍ଟର ଗୁଲୁଆଙ୍କ ଦମଦାର ଅଭିନୟ ତ ନିଶ୍ଚୟ ଦେଖିଥିବେ । ମିଷ୍ଟର ଗୁଲୁଆଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି ଯାହାର ନାମ ହେଉଛି ମିଷ୍ଟର ଗୁଲୁଆ କମେଡି । ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅନେକ ମଜାଦାର ଭିଡିଓ ଅପଲୋଡ କରିଛନ୍ତି । ଗୁଲୁଆ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ଓ ସେ ନିଜର ସମସ୍ତ ଭିଡିଓକୁ ମଜାଦାର କରିବା ସହ ସମାଜ ପ୍ରତି କିଛି ଶିଖିବା ବିଷୟ ରଖନ୍ତି ।
ମିଷ୍ଟର ଗୁଲୁଆ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଗୁଲୁଆଙ୍କ ୟୁଟ୍ୟୁବ ଚ୍ୟାନେଲରେ ୧ ମିଲିୟନରୁ ଅଧିକ ଲୋକ ସସ୍କ୍ରାଇବ କରିଛନ୍ତି । ଗୁଲୁଆ ହେଉଛନ୍ତି ଜଣେ ସଫଳ ଅଭିନେତା । ସାରା ଓଡିଶା ବାସୀ ତାଙ୍କୁ ବହୁତ ଅଧିକ ଭଲ ପାନ୍ତି ଓ ସେ ଘରେ ଘରେ ପରିଚିତ ମଧ୍ୟ ଅଛନ୍ତି । ଆପଣ ମାନେ ସମସ୍ତେ ମଧ୍ୟ ମିଷ୍ଟର ଗୁଲୁଆଙ୍କ ଅନେକ କମେଡି ଭିଡିଓ ନିଶ୍ଚୟ ଦେଖିଥିବେ ।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ମିଷ୍ଟର ଗୁଲୁଆ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତିରେ ତ ସେ ନିଜ କମେଡି ଭିଡିଓ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ହେଲେ ଏବେ କିଛି ଅଲଗା କାରଣ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ଚର୍ଚ୍ଚାରେ ଆସିବାର କାରଣ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ବନ୍ଧୁଗଣ ମିଷ୍ଟର ଗୁଲୁଆ ଏବେ ନିଜ ପ୍ରେମିକାଙ୍କ ସହ ନିର୍ବନ୍ଧ କରିଛନ୍ତି ଓ ଖୁବ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି । ତାଙ୍କର ନିର୍ବନ୍ଧ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୁଲୁଆ ଯାହାଙ୍କ ସହ ବିବାହ କରିବାକୁ ଯାଉଛନ୍ତି ସେ ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ତାଙ୍କ ନାମ ହେଉଛି ବର୍ଷା । ଆପଣ ମାନେ ବର୍ଷାଙ୍କୁ ମଧ୍ୟ ଗୁଲୁଆଙ୍କ ଭିଡିଓରେ ଦେଖିଥିବେ ।
ଗୁଲୁଆଙ୍କ ନିର୍ବନ୍ଧରେ କେତେକ କଳାକାର ତଥା ରାନୀ ପଣ୍ଡା, ଟୁକୁନା ଷ୍ଟାଇଲିସ ଓ କାଳିଆ ଷଣ୍ଢ ଆଦି ଯୋଗ ଦେଇଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।