BHU ର ବିଶେଷଜ୍ଞ ଦେଲେ ଖୁସି ଖବର ! ଆଉ କୌଣସି ବି Variant ଆଣିବ ନାହିଁ ଚତୁର୍ଥ ଲହର !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଦେଶ କୋରନା ର ନୂଆ ଭାରିଆଣ୍ଟ ଯୋଗୁଁ ତୃତୀୟ ଲହର ର ସାମ୍ନା କରୁଛି । ବିଗତ ଦୁଇ ଦିନ ମଧ୍ୟରେ ୨ଲକ୍ଷ ୫୧ ହଜାର ନୂଆ କୋରନା କେସ ରେକର୍ଡ କରାଯାଇଛି ଏବଂ ମୃତ ଙ୍କ ସଂଖ୍ୟା ୬୨୭ ରହିଛି । ବର୍ତ୍ତମାନ ବିଶେଷଜ୍ଞ ଙ୍କ କହିବାନୁଯାୟୀ, ଏହି ତୃତୀୟ ଲହର ବହୁତ ଶୀଘ୍ର ଶେଷ ହୋଇଯିବ । ବିଶେଷଜ୍ଞ ମାନେ ଏହା ଦାବି କରିଛନ୍ତି ଯେ, କୋରନା ର ଅନ୍ୟ ଏକ ନୂଆ ଭାରିଆଣ୍ଟ ସୃଷ୍ଟି ହୋଇ ସାରିଛି ।

ଯାହା ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି । ଭାରତ ରେ ଏହି ଭାରିଆଣ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ । ବିଶେଷଜ୍ଞ ଙ୍କ କହିବାନୁସାରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ସମାପ୍ତ ହୋଇଯିବ । BHU ବିଶ୍ୱ ବିଦ୍ୟାଳୟ ରେ କୋଭିଡ଼ ଏକ୍ସପର୍ଟ ପ୍ରଫେସର ଜ୍ଞାନେଶ୍ୱର ଚୌବେ ଏକ ଷ୍ଟଡି କରିଛନ୍ତି । ସେ କହିଛନ୍ତି ଯେ, ଦେଶରେ କୋରନା ର ସଂକ୍ରମଣ ଶେଷ ହେବା ଦିଗରେ ରହିଛି ।

ଫେବ୍ରୁଆରୀ ଦ୍ଵିତୀୟ ସପ୍ତାହ ସୁଦ୍ଧା କୋରନା ର ତୃତୀୟ ଲହର ଶେଷ ହୋଇଯିବ । ଏହାର ସର୍ବ ପ୍ରମୁଖ କାରଣ ହେଉଛି ଲୋକ ମାନଙ୍କ ଠାରେ ପୂର୍ବରୁ କୋରନା ସହିତ ଲଢ଼ିବା ନିମନ୍ତେ ଅଧିକ ଇମ୍ୟୁନିଟି ପାୱାର ରହିଛି । ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶରେ ଲୋକ ମାନଙ୍କ ମଧ୍ୟରେ ନାଚୁରାଲ ଇମ୍ୟୁନିଟି ଦେଖାଯାଇ ନଥିଲା । ଏହା ଭାକ୍ସିନ ପାଇଁ ସମ୍ଭବ ହୋଇପାରିଛି ।


ପ୍ରଫେସର ଚୌବେ ଙ୍କ କହିବାନୁଯାୟୀ ଗତ ଦୁଇ ସପ୍ତାହ ମଧ୍ୟରେ ଦେଶର ଅଲଗା ଅଲଗା ରାଜ୍ୟ ରେ କୋରନା କେସ ଏତେ ମାତ୍ରାରେ କମିବା ଏହା ସଙ୍କେତ ଦେଉଛି ଯେ, ଓମିକ୍ରନ ଭାରିଆଣ୍ଟ ଗମ୍ଭୀର ନୁହେଁ । ଦ୍ଵିତୀୟ ଲହର ରେ ଲୋକମାନେ ଡେ଼ଲ୍ଟା ଭାରିଆଣ୍ଟ ରେ ସଂକ୍ରମଣ ହେବା ଦ୍ୱାରା ସୁସ୍ଥ ହେବାକୁ ୨୮ ଦିନ ଲାଗୁଥିଲା । କିନ୍ତୁ ତୃତୀୟ ଲହର ରେ ଲୋକମାନେ ୧୫ ଦିନ ମଧ୍ୟରେ ସୁସ୍ଥ ହୋଇ ଯାଉଥିଲେ । ଯାହାଦ୍ୱାରା ଭାରିଆଣ୍ଟ ଦୁର୍ବଳ ହୋଇଯାଉଥିଲା ।


ଏକ୍ସପର୍ଟ ଙ୍କ କହିବାନୁଯାୟୀ, ଓମିକ୍ରନ ର ଲକ୍ଷଣ ଯଦିଓ ଗମ୍ଭୀର ନୁହେଁ, କିନ୍ତୁ ତାହା ଫୁସଫୁସ କୁ ମଧ୍ୟ ସଂକ୍ରମିତ କରିଥାଏ । ତେଣୁ ଯଦି ଆପଣଙ୍କୁ କୋରନା ହୋଇନାହିଁ, ତେବେ ଆପଣ କୋରନା ରୁ ବଞ୍ଚିବା ନିମନ୍ତେ ସର୍ବଦା ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ, ନିଜ ହାତ କୁ ବାରମ୍ବାର ସାନିଟାଇଜ କରନ୍ତୁ ଏବଂ ସବୁଠାରୁ ଜରୁରୀ ଭାକ୍ସିନ ଅବଶ୍ୟ ନିଅନ୍ତୁ । ଯଦି ଆପଣ ଏହି ସବୁ ନିୟମ ଗୁଡିକୁ ପାଳନ କରିବେ ତେବେ ଆପଣ ନିଶ୍ଚିତ ଭାବରେ କୋରନା ମହାମାରୀ ରୁ ବଞ୍ଚିତ ରହିବେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *